ଇଡି ତଦନ୍ତ ଆରମ୍ଭ

ଅର୍ଚ୍ଚନାଙ୍କ ଅଡୁଆ ବଢ଼ିଲା
୪ ଜଣଙ୍କୁ ନୋଟିସ୍ ଜାରି
ଭୁବନେଶ୍ୱର, ୨ା୧୧(ବୁ୍ୟରୋ): ରାଜଧାନୀର ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ପେଡି ଖୋଲିବ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ (ଇଡି) । ଅର୍ଚ୍ଚନା ନାଗ୍, ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ, ସହଯୋଗୀ ଖଗେଶ୍ୱର ସାହୁ ଓ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଇଡି । ଅର୍ଚ୍ଚନା ଲିଙ୍କରେ ସଂପୃକ୍ତ ଥିବା ଲୋକଙ୍କୁ ନୋଟିସ୍ କରାଯିବ । ଇଡି ଅଧିକାରୀମାନେ ଅଭିଯୁକ୍ତଙ୍କ ବ୍ୟାଙ୍କ ଷ୍ଟେଟମେଣ୍ଟର ଖୋଳତାଡ଼ ଚଳାଇଥିବା ସୂଚନା ମିଳିଛି ।
ଜଣେ ସହକାରୀ ନିଦେ୍ର୍ଦଶକଙ୍କ ନେତୃତ୍ୱରେ ଇଡିର ୫ ଜଣିଆ ତଦନ୍ତକାରୀ ଟିମ୍ ଗଠନ କରାଯାଇଛି । ଅଭିଯୁକ୍ତମାନଙ୍କ ବ୍ୟାଙ୍କ ଷ୍ଟେଟମେଣ୍ଟ ଯାଞ୍ଚ ପରେ ଏହି କେଳେଙ୍କାରୀରେ ସଂପୃକ୍ତ ଥିବା ଅନ୍ୟମାନଙ୍କୁ ନୋଟିସ୍ କରାଯିବ । ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ନିକଟରେ ଆଲିସାନ୍ ବଙ୍ଗଳା, ଦାମୀ ଗାଡ଼ି ଓ ଅନ୍ୟ ମୂଲ୍ୟବାନ ସାମଗ୍ରୀ କେଉଁଠୁ ଆସିଲା, ତାଙ୍କ ନେଟୱର୍କ କେତେ ବ୍ୟାପକ, କଳାଧନ୍ଦା କିଭଳି ·ଲୁଥିଲା ଇତ୍ୟାଦି ସମ୍ପର୍କରେ ରହସ୍ୟ ଉନ୍ମୋଚନ ହୋଇ ପାରିବ ବୋଲି ଆଶା କରାଯାଉଛି ।
ଅର୍ଚ୍ଚନା ନାଗ ଗିରଫ ହେବା ପରେ ଇଡି ସ୍କାନର୍କୁ ଆସିଥିଲେ । ବୁଧବାର ଇଡି ମାମଲା ରୁଜୁ କରି ତଦନ୍ତ ଚଳାଇବାରୁ ରାଜ୍ୟର ସବୁଠୁ ବଡ଼ ସେକ୍ସ ସ୍କାଣ୍ଡାଲର ଗୁମର ଫିଟିବା ଅନୁମାନ କରାଯାଉଛି । ଅର୍ଚ୍ଚନା ଓ ଜଗବନ୍ଧୁ ଗିରଫ ହୋଇ ଜେଲରେ ଥିବା ବେଳେ ଖଗେଶ୍ୱର ଏବଂ ଶ୍ରଦ୍ଧାଞ୍ଜଳି ଗିରଫ ହୋଇ ନାହାନ୍ତି ।
ବ୍ଲାକମେଲର ଅର୍ଚ୍ଚନା ନାଗ ନେତା, ଫିଲ୍ମ ନିଦେ୍ର୍ଦଶକ, ବିଲ୍ଡର୍ଙ୍କୁ ବ୍ଲାକମେଲ କରି କୋଟି କୋଟି ଟଙ୍କା ରୋଜଗାର କରୁଥିଲେ । ଏଥିରେ ଜଗବନ୍ଧୁ ଓ ଅନ୍ୟମାନେ ସହଯୋଗ କରୁଥିଲେ । ଏ ସଂକ୍ରାନ୍ତରେ ଅଭିଯୋଗ ହେବା ପରେ କମିଶନରେଟ୍ ପୁଲିସ ରାତିଅଧିଆ ଅର୍ଚ୍ଚନା ନାଗଙ୍କୁ ଗିରଫ କରିଥିଲା । ଏହାର ଦୁଇସପ୍ତାହ ପରେ ଜଗବନ୍ଧୁଙ୍କୁ ଗିରଫ କରାଯାଇଥିଲା । ଜଗବନ୍ଧୁଙ୍କୁ ଗିରଫ କରାଯିବା ସମୟରେ ଏକ ଡାଏରୀ ଜବତ କରିଥିଲା ପୁଲିସ୍ । ସେଥିରେ ବହୁ ବ୍ୟକ୍ତି ବିଶେଷଙ୍କ ନାଁ ଥିବା ଚର୍ଚ୍ଚା ହେଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *