ମରୁଡ଼ି ଆଶଙ୍କା, ଚିନ୍ତାରେ ଚାଷୀ
କଙ୍କଡ଼ାହାଡ଼ (ଆପ୍ର): ଚାଷୀ ଅନେକ ସମସ୍ୟାକୁ ନେଇ ଋଣ, ଧାର, କରଜ କରି ଚାଷ କରିଥାଏ । ହଳ ଧରା ଠାରୁ ଆରମ୍ଭ କରି ଧାନ ବେଉସଣ ପର୍ଯ୍ୟନ୍ତ ସବୁ ଜାଗାରେ ଶ୍ରମିକ ଲଗାଇ ଚାଷ କରିଥାଏ । ସେହି ଧାନକୁ ଅମଳ କରି କିଛି ଧାନ ନିଜ ପରିବାର ଚଳିବା ପାଇଁ ରଖି କିଛି ଧାନ ବିକ୍ରି କରିଥାଏ । ବିକ୍ରି ଧାନର ପଇସାରେ ଚାଷୀ ନିଜ ପିଲାଙ୍କୁ ପଠ ପଢା ସହିତ ନିଜ ପରିବାର କାମରେ ସେ ପଇସାକୁ ଲଗାଇଥାଏ । ହେଲେ କିନ୍ତୁ ଏ ବର୍ଷ ବର୍ଷା ନହେବା ସକାଶେ ଚାଷୀ କୂଳର ସବୁ ଉଜୁଡ଼ି ଯାଇଛି । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ମକୁଆକାଟେଣୀ ପଞ୍ଚାୟତ ପଥରକଟା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ସମସ୍ୟା ।
ଅଞ୍ଚଳରେ ଜମିରେ ଠିକ୍ରେ ପାଣି ନ ଆସିବାରୁ ନିଜ ଖର୍ଚ୍ଚରେ କେନାଲ ସଫେଇ କରିଥିଲେ ଚାଷୀ । କିନ୍ତୁ ପଥରକଟା ଅଞ୍ଚଳର ଦୃଶ୍ୟ ଓଲଟା । ଦଣ୍ଡାଧର ଡ୍ୟାମ୍ ବାମ ପାଶ୍ୱର୍ କେନାଲର ଦଶ ନମ୍ବର କେନାଲଟି ପଥରକଟା ଦେଇ ଯାଇଥିବା ବେଳେ ବର୍ଷା ଦିନରେ ବି ପାଣି ଆସିଲା ନାହିଁ । ଜମିରେ ପାଣି ନଥିବାରୁ ଚାଷ ଜମି ଫାଟି ଆଁ କଲାଣି । ସରକାର ଚାଷୀଙ୍କ ନାମରେ ହଜାର ହଜାର ଟଙ୍କାର ଜଳକର ଆଦାୟ କରୁଥିବା ବେଳେ ଏଠି ଚାଷୀ ମରୁଡି ସମସ୍ୟା ଅନ୍ୟ ଏକ ଗୁରୁତର ସମସ୍ୟା ଉତ୍ପନ୍ନ ହୋଇଛି । ଚାଷୀ ଭାଇଙ୍କ ଭରଷା କହିଲେ ଦଣ୍ଡାଧର ଡ୍ୟାମ । ଏହି ଦଣ୍ଡାଧର ଡ୍ୟାମ୍ ଭରସାରେ ଚାଷୀ ଭାଇ ଢିପ, ଟାଙ୍ଗିରି ଜମିକୁ ଚାଷ କରି ଅଧିକ ପରିମାଣରେ ଧାନ ଅମଳ କରିଥା’ନ୍ତି । କିନ୍ତୁ ଏ ବର୍ଷ ବର୍ଷା ନ ହେବା ଫଳରେ ଚାଷୀ ଭାଇ ଭରସା କରିଛନ୍ତି ଦଣ୍ଡାଧର ଡ୍ୟାମ ଉପରେ । କେନାଲ ମରାମତି ନାମରେ ସରକାର କୋଟି କୋଟି ଟଙ୍କା ମଞ୍ଜୁର କରୁଥିବା ବେଳେ ଏଠି କେନାଲରେ ପାଣି ନ ଆସି ଚାଷୀ କୂଳ ଉଜୁଡି ଯାଉଛି । ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ତାଙ୍କର କୌଣସି ପ୍ରତିକ୍ରିୟା ମିଳିନଥିଲା ।