ହାତୀକୁ ନେଇ ବନ ବିଭାଗ ହଟହଟା

ଭୁବନେଶ୍ୱର, ୨ା୧୧(ବୁ୍ୟରୋ): ଭୁନେଶ୍ୱରରୁ କାବୁ ହୋଇଥିବା ହାତୀକୁ ଧରି ବନବିଭାଗ ଟିମ୍ ହରକତ ହୋଇଛନ୍ତି । ଦିନସାରା ବୁଲିବା ପରେ ଉପାୟ ନ ପାଇ ହାତୀକୁ ଚନ୍ଦକା ଜଙ୍ଗଲରେ ଛାଡ଼ିବାକୁ ଯୋଜନା କରିଥିବା ସୂଚନା ମିଳିଛି ।
ଗତ ରାତିରେ ଏକ ଗୋଠ ଛଡ଼ା ମାଈ ହାତୀ ପିପିଲି ଅଞ୍ଚଳରୁ ଆସି ଗ୍ୟାରେଜ୍ ଛକ ଓ ଲିଙ୍ଗରାଜ ମନ୍ଦିର, ପୋଖରୀପୁଟ, ଯଦୁପୁର ଦେଇ ପାତ୍ରପଡ଼ା, ଆଇଗିଣିଆରେ ପହଞ୍ଚି ଥିଲା । ବୁଧବାର ଭୋର ପ୍ରାୟ ୫ଟା ସମୟରେ ବନ ବିଭାଗ ଟିମ୍ ହାତୀକୁ ଆଇଗିଣିଆ ଶନିମନ୍ଦିର ନିକଟ ଜଙ୍ଗଲରେ ଟ୍ରାଙ୍କୁଲାଇଜ୍ କରିଥିଲେ । ତାକୁ ଅତି ସୁରକ୍ଷିତ ଭାବେ ମେସିନ୍ ସହାୟତାରେ ଏକ ହାଇୱାରେ ଲୋଡ୍ କରାଯାଇ ରଣପୁର ଜଙ୍ଗଲରେ ଛାଡ଼ିବାକୁ ନିଆଯାଇଥିଲା । କିନ୍ତୁ ସେଠାରେ ବିରୋଧ ହେବାରୁ ହାତୀକୁ ଧରି ବନ ବିଭାଗ ଖୋର୍ଦ୍ଧା ଓ ପରେ କେତକୀଝର ନର୍ସରୀକୁ ଫେରିଥିଲା । ଖୋର୍ଦ୍ଧାରେ ମଧ୍ୟ ବିରୋଧ କରାଯାଇଥିଲା । କେତକୀଝରକୁ ନିଆଯିବା ପୂର୍ବରୁ କମାଗୁରୁ ନିକଟରେ ପୁନର୍ବାର ଟ୍ରାଙ୍କୁଲାଇଜ୍ କରାଯାଇ ସନ୍ଧ୍ୟାରେ ହାତୀକୁ ଭୁବନେଶ୍ୱର ଉପକଣ୍ଠ ଚନ୍ଦକାକୁ ଅଣାଯାଇଥିଲା ।
ମଙ୍ଗଳବାର ବିଳମ୍ବିତ ରାତିରେ ଭୁବନେଶ୍ୱରରେ ଏହି ହାତୀ ପଶିବାରୁ ଆତଙ୍କ ଖେଳିଯାଇଥିଲା । ଏହାକୁ ଧରିବା ପରେ ସକାଳୁ ସଂଧ୍ୟା ଯାଏ ଟ୍ରାଙ୍କୁଲାଇଜ୍ ଅବସ୍ଥାରେ ହାତୀକୁ ଧରି ବନ ବିଭାଗ ଟିମ୍ ବୁଲିଥିଲେ । ଅନ୍ୟପକ୍ଷରେ ୨ ଥର ହାତୀକୁ ଟ୍ରାଙ୍କୁଲାଇଜ୍ କରାଯାଇ ଗୋଡ଼ରେ ଶିକୁଳି ପଡ଼ିଥିବା ଅବସ୍ଥାରେ ଟ୍ରକ୍ରେ ନିଆଯିବାଦ୍ୱାରା ଏହାର ସ୍୍ୱାସ୍ଥ୍ୟାବସ୍ଥା ଉପରେ ପ୍ରଭାବ ପଡ଼ିବା ଆଶଙ୍କା କରାଯାଉଛି । ବନ ବିଭାଗ ଟିମ୍ ହାତୀ ମୁହଁରେ କପଡ଼ା ଢାଙ୍କି ଦେହରେ ବାରମ୍ବାର ପାଣି ସ୍ପ୍ରେ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *