ଭାଙ୍ଗିଲା କେନାଲ ବନ୍ଧ, ଚାଷୀ ହଟହଟା

ମାହାଙ୍ଗା (ଆପ୍ର): ମାହାଙ୍ଗା ଅଞ୍ଚଳ ଦେଇ ଯାଇଥିବା ପଟ୍ଟାମୁଣ୍ଡାଇ କେନାଲର ତ୍ରିବେଣୀଶ୍ୱର ଠାରେ ଗତ ୨୯ ରାତିରେ ୧୦୦ଫୁଟରୁ ଊଦ୍ଧ୍ୱର୍ ଘାଇ ସୃଷ୍ଟି ହୋଇଥିଲା । ସାଧାରଣରେ ଚର୍ଚ୍ଚା ହେଉଛି ଯେ କେନାଲ ବନ୍ଧରେ ଘାଇ ସୃଷ୍ଟି ମନୁଷ୍ୟକୃତ । ଯେଉଥି ପାଇଁ ବର୍ତ୍ତମାନ ଜଗତପୁର ଠାରୁ ପଟ୍ଟାମୁଣ୍ଡାଇ ପର୍ଯ୍ୟନ୍ତ ଏହି ମୁଖ୍ୟ କେନାଲ ଓ ଶଖା କେନାଲ ଗୁଡ଼ିକ ଶୁଖି ଯାଇଛି । ହଜାର ହଜାର ହେକ୍ଟର ଧାନ ଫସଲ ନଷ୍ଟ ହେବାର ଆଶଙ୍କା ସୃଷ୍ଟି ହୋଇଛି । ବର୍ତ୍ତମାନ ଧାନ ଥୋର ବାହାରିବା ସମୟ, ଜମିରେ ପାଣି ଅଭାବ ହେଲେ ଠିକ୍ ଭାବରେ ଧାନ ବାହାରି ପାରିବ ନାହିଁ । ଅପରପକ୍ଷେ କେନାଲରେ ଘାଇ ସୃଷ୍ଟି ଯୋଗୁ ଧାନଜମିରେ ପାଣି ସମସ୍ୟା ଦେଖାଦେଇଛି । ଯାହାକୁ ନେଇ ଚାଷୀ ମୁଣ୍ଡରେ ହାତଦେଇ ବସିଛି ।
ଯେଉଁଭଳି ଭାବରେ କେନାଲବନ୍ଧର ମରାମତି କାର୍ଯ୍ୟ ଚାଲିଛି ତାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । କେନାଲବନ୍ଧ ମରାମତି ୧୫ଦିନ ମଧ୍ୟରେ ସଂପୂର୍ଣ୍ଣ ହେବା ସମ୍ଭବପର ନୁହେଁ ବୋଲି କୁହାଯାଉଛି । କିନ୍ତୁ ଏଥିପ୍ରତି ରାଜ୍ୟସରକାର ଓ ଜଳସେଚନ ବିଭାଗର ଚିନ୍ତାନାହିଁ । ଏଣୁ ମୁଖ୍ୟମନ୍ତ୍ରୀ ପଟ୍ଟାମୁଣ୍ଡାଇ କେନାଲ ବନ୍ଧରେ ସୃଷ୍ଟି ହୋଇଥିବା ଘାଇର ଉଚ୍ଚସ୍ତରୀୟ ତଦନ୍ତ ନିଦେ୍ର୍ଦଶ ଦେବା ସହ ଯୁଦ୍ଧକାଳୀନ ଭିତ୍ତିରେ ବନ୍ଧ ମରାମତି ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *