ଏଲ୍ଇଡିି ସ୍କ୍ରିନ୍ରେ ଦର୍ଶନ ଦେବେ ବାବା ଧବଳେଶ୍ୱର

ପଞ୍ଚୁକ ଓ ବଡ଼ଓଷା ପାଇଁ ପ୍ରଶାସନର ପ୍ରସ୍ତୁତି ବୈଠକ
କଟକ (ବୁରୋ): ଚଳିତ ବର୍ଷ ପଞ୍ଚୁକ ଓ ବଡ଼ଓଷାରେ ବାବା ଧବଳେଶ୍ୱରଙ୍କୁ ଭର୍ଚୁଆଲ ମୋଡ୍ରେ ଭକ୍ତମାନେ ଦର୍ଶନ କରିବେ । ସିଧାସଳଖ ନ ହେଲେ ମଧ୍ୟ ଏଲଇଡି ସ୍କ୍ରିନ ମାଧ୍ୟମରେ ବାବାଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି । ଏନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଛୁଲା ପୋଲ ପରିଦର୍ଶନ କରିବା ସହ ଏହାର ସମୀକ୍ଷା କରି କହିଛନ୍ତି, ପୋଲରେ କଳଙ୍କୀ ଓ ବିଭିନ୍ନ ସ୍ଥାନରେ ଫାଟ ଥିବାରୁ ଏହା ଦୁର୍ବଳ ହୋଇଯାଇଛି । ଯାହାଦ୍ୱାରା ଉକ୍ତ ଝୁଲା ପୋଲ ଯାତାୟାତ ନିମନ୍ତେ ଅସୁରକ୍ଷିତ ଥିବାରୁ ମରାମତି କରାଯିବ । ତେବେ ପଞ୍ଚୁକ ଓ ବଡ଼ଓଷାରେ ଧବଳେଶ୍ୱର ପୀଠରେ ଅଧିକ ସମାଗମ ହୋଇଥାଏ । ଶ୍ରଦ୍ଧାଳୁମାନେ ଡଙ୍ଗା ଯୋଗେ ପାରି କରାଇବା ଆଦୌ ସମ୍ଭବ ନୁହେଁ । ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଧବଳେଶ୍ୱର ପୀଠରେ ୧୪୪ ଧାରା ଜାରି କରାଯିବା ସହିତ ଧବଳେଶ୍ୱର ପୀଠକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି । ତେବେ ଏନେଇ ଭକ୍ତଙ୍କ ଏଲଇଡି ସ୍କ୍ରିନ ବା ଭର୍ଚୁଆଲ ମୋଡ୍ରେ ବାବାଙ୍କୁ ଦର୍ଶନ କରିବା ନିମନ୍ତେ ବ୍ୟବସ୍ଥା କରାଯାଇଥିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ, ଗତ ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁଁ ଧବଳେଶ୍ୱର ପୀଠରେ ବଡ଼ଓଷା ଓ ପଞ୍ଚୁକରେ ବାବାଙ୍କ ଦର୍ଶନ ବନ୍ଦ ରହିଥିଲା । ତେଣୁ ଦର୍ଶନରୁ ଭକ୍ତମାନେ ବଞ୍ଚିତ ରହିଥିଲେ । ଚଳିତ ବର୍ଷ ବଡ଼ ଓଷା ଓ ପଞ୍ଚୁକରେ ବାବାଙ୍କ ଦର୍ଶନ କରିବା ନିମନ୍ତେ ଭକ୍ତମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । କିନ୍ତୁ ମୋର୍ବି ଝୁଲାପୋର ଟ୍ରାଜେଡି ପରେ ଧବଳେଶ୍ୱର ପୀଠକୁ ସଂଯୋଗ କରୁଥିବା ଝୁଲାପୋଲରେ ମରାମତି ନିମନ୍ତେ ୧୪୪ ଧାରା ଜାରି କରାଯାଇଛି । ଏନେଇ ଭକ୍ତମାନଙ୍କ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି ।
ଆଜି ପ୍ରଶାସନ ପକ୍ଷରୁ ବୈଠକ ପରେ ଧବଳେଶ୍ୱର ପୀଠରେ ବାବାଙ୍କ ଦର୍ଶନ ନିମନ୍ତେ ବିକଳ୍ପ ବ୍ୟବସ୍ଥା ବାହାର କରାଯାଇଥିଲା । ଏଥର ଏଲଇଡି ସ୍କ୍ରିନ ପୀଠର ବାହାରେ ଅର୍ଥାତ ନଦୀ କୂଳରେ ଲଗାଯିବାର ବ୍ୟବସ୍ଥା କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏହାସହ ଭକ୍ତମାନଙ୍କ ପାଇଁ ଗଜ ଭୋଗ ଓ ଅନ୍ୟାନ୍ୟ ଶୁଖିଲା ଭୋଗ ଝୁଲା ପୋଲ ନିକଟରେ ମିଳିବ । ଧବଳେଶ୍ୱର ପୀଠରେ ପଞ୍ଚୁକ ଓ ବଡ ଓଷା ପ୍ରସ୍ତୁତି ତଦାରଖ କରିବା ପରେ ଜିଲ୍ଲାପ୍ରଶାସନ ପକ୍ଷରୁ ଏପରି ଏହି ନିଦେ୍ର୍ଦଶ ଜାରି କରାଯାଇଛି । ଜିଲ୍ଳାପାଳ ଶ୍ରୀ ଚୟନୀ କହିଛନ୍ତି, ଝୁଲାପୋଲ ସ୍ଥିତି ଖରାପ ଥିବାରୁ ଶ୍ରଦ୍ଧାଳୁମାନଙ୍କୁ ବାରଣ କରାଯାଇଛି । କେବଳ ସେବାୟତଙ୍କୁ ହିଁ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ଦିଆଯିବ । ସେଥିପାଇଁ ଆମେ ପୂଜକମାନଙ୍କ ସହିତ ଆଲୋଚନା କରି ଭର୍ଚୁଆଲ ମୋଡ୍ରେ ଦର୍ଶନ ପାଇଁ ନିଷ୍ପତ୍ତି ହୋଇଛି ।
ସେପଟେ ବଡଓଷା ମେଳା ଆୟୋଜନ ନେଇ ତର୍ଜମା ଚାଲିଛି । ଇଭେଣ୍ଟ ମ୍ୟାନେଜରଙ୍କ ସହ ଆଲାଚନା କରାଗଲା ପରେ ଜାଗା ସ୍ଥିର କରି ମେଳା କରାଯିବ । କିନ୍ତୁ ଝୁଲନ୍ତା ପୋଲରେ ଯାତାୟାତ ଉପରେ ୧୪୪ ଧାରା ବଳବତ୍ତର ରଖାଯାଇଥିବା ଜିଲ୍ଳାପାଳ କହିଛନ୍ତି । କାର୍ତ୍ତିକ ମାସ ଥିବାରୁ ମନ୍ଦିରକୁ ଅଧିକ ଭକ୍ତଙ୍କ ସମାଗମ ହେଉଛି । ତେଣୁ ପୀଠକୁ ସଂଯୋଗ କରିଥିବା ଝୁଲା ପୋଲଟି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । କିଛି ଅଘଟଣ ଘଟିବା ପୂର୍ବରୁ ପ୍ରଶାସନ ପକ୍ଷରୁ ଯାତାୟାତ ଉପରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କଟକଣା ଜାରି କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *