କମ୍ପାନୀ କର୍ତ୍ତୃପକ୍ଷଙ୍କ ବିରୋଧରେ ଏତଲା

ସାହାରା ଜମାଧନ ଫେରସ୍ତ ଦାବି
ଆସିକା (ଆପ୍ର): ସାହାର ଇଣ୍ଡିଆ ଚିଟ୍ଫଣ୍ଡ କମ୍ପାନୀରେ ଅର୍ଥ ଜମା ରଖିଥିବା ଜମାକାରୀଙ୍କୁ ମ୍ୟାଚୁ୍ୟରିଟି ଟଙ୍କା ବର୍ଷ ବର୍ଷ ଧରି ନ ମିଳିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ଏନ୍ଏସି ଅଧୀନ ରଘୁନାଥ ନଗର ସ୍ଥିତ ସାହାରା ଇଣ୍ଡିଆ କାର୍ଯ୍ୟାଳୟରେ ଜମାକାରୀମାନେ ଟଙ୍କା ଫେରସ୍ତ ଦିଗରେ ପ୍ରଶାସନ ପଦକ୍ଷେପ ନେବାକୁ ଦାବି କରି ବହୁବାର ଆନେ୍ଦାଳନ କରିଥିଲେ ମଧ୍ୟ କିଛି ସୁଫଳ ମିଳିପାରିନାହିଁ । ଗତ କିଛି ମାସ ହେଲା ଆସିକା ସାହାରା ଇଣ୍ଡିଆ କାର୍ଯ୍ୟାଳୟରେ ତାଲା ଝୁଲୁ ଥିବା ଦେଖିବାକୁ ମିଳିଛି । କ୍ଷତିଗସ୍ତ ଜମାକାରୀଙ୍କୁ ଟଙ୍କା ଫେରସ୍ତ ଦିଗରେ ପଦକ୍ଷେପ ନେବାକୁ ଦାବି କରି ୟୁନାଇଟେଡ୍ ଆଲ୍ ଇଣ୍ଡିଆ ଜନଆନେ୍ଦାଳନ ସଂଘର୍ଷ ନ୍ୟାୟ ମୋର୍ଚ୍ଚା ଆସିକା ସେକ୍ଟର କାର୍ଯ୍ୟାଳୟ ପକ୍ଷରୁ ବୁଧବାର ପୂର୍ବାହ୍ନରେ ଏନଏସି ଅଧୀନ ୧୮ନନଂ ୱାର୍ଡର ପାକଲାପଲ୍ଲୀ ଗ୍ରାମ ଛକ ନିକଟରୁ ଏକ ଶୋଭାଯାତ୍ରା ବାହାରି ଆସି ପୁଲିସ୍ ଥାନା ନିକଟରେ ପହଞ୍ଚି ଥିଲା । ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ସହ ଆଲୋଚନା କରି କ୍ଷତିଗସ୍ତମାନେ ବ୍ୟକ୍ତିଗତ ଭାବେ ସାହାରା ଇଣ୍ଡିଆ ଚିଟିଫଣ୍ଡ ସଂସ୍ଥା ବିରୋଧରେ ଏତଲା ଦେଇଛନ୍ତି ।
ଶହଶହ ଜମାକାରୀଙ୍କଠାରୁ କମ୍ପାନୀ ଲକ୍ଷ ଲକ୍ଷ ଟଙ୍କା ବିଭିନ୍ନ ସ୍କିମ୍ ଜରିଆରେ ଏଜେଙ୍କ ଦ୍ୱାରା ସଂଗ୍ରହ କରିଥିଲା । ଗତ ୨୦୧୭ ମସିହା ପରଠାରୁ ଜମାକାରୀଙ୍କ ବଣ୍ଡ ମ୍ୟାଚୁ୍ୟରିଟି ହୋଇ ସାରିଥିଲେ ମଧ୍ୟ ବହୁ ଜମାକାରୀ ଜମାଟଙ୍କା ପାଇବାରୁ ବଞ୍ଚିତ ହେଉଛନ୍ତି । ଜମାକାରୀମାନେ ଟଙ୍କା ପାଇଁ ରଘୁନାଥ ନଗର ସ୍ଥିତ ସାହାରା ଇଣ୍ଡିଆ କାର୍ଯ୍ୟାଳୟକୁ ବାରମ୍ବାର ଦୌଡି ନିରାଶ ହୋଇଛନ୍ତି । ୟୁନାଇଟେଡ୍ ଅଲ୍ ଇଣ୍ଡିଆ ଜନଆନେ୍ଦାଳନ ସଂଘର୍ଷ ନ୍ୟାୟମୋର୍ଚ୍ଚାର ରାଜ୍ୟ ସଭାପତି ଉତ୍ତର କୁମାର ପରିଡ଼ାଙ୍କ ନେତୃତ୍ୱରେ ଆସିକା ସେକ୍ଟର ଉପଦେଷ୍ଟା ଉପେନ୍ଦ୍ରନାଥ ମିଶ୍ର, ସମ୍ପାଦକ ସୂର୍ଯ୍ୟନାରାୟଣ ପାଣିଗ୍ରାହୀ, କ୍ଷତିଗସ୍ତ ଜମାକାରୀ ଚିତ୍ରସେନ ସ୍ୱାଇଁ, ଭବାନୀ ପ୍ରସାଦ ଦାସ, ମନୋଜ କୁମାର ପରିଡା, ବାବୁଲା ପାତ୍ର, ଗୋକୁଳ ଜେନା, ଏସ୍. ତେଜାବାଇ ରାଓ, ଶୁଭଲକ୍ଷ୍ମୀ ମୁନୀ, ଲକ୍ଷ୍ମୀନାରାୟଣ ପାତ୍ର, ମନୋଜ ବେହେରା, ଦାମୋଦର ପ୍ରଧାନଙ୍କ ସମେତ ବହୁ କ୍ଷତିଗସ୍ତ ଜମାକାରୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *