ଶତାଧିକ ଲୋକ ବିଜେଡିରେ ସାମିଲ

ସାତପଡ଼ାରେ ବିଜେପିକୁ ଶକ୍ତ ଧକ୍କା
ପୁରୀ (ବୁ୍ୟରୋ): ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ, ନିର୍ମଳ ଭାବମୂର୍ତ୍ତି, ଜନକଲ୍ୟାଣକାରୀ ଯୋଜନା ଓ ସ୍ୱଚ୍ଛ ଶାସନରେ ଅନୁପ୍ରାଣିତ ହୋଇଛନ୍ତି ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଲକ୍ ସାତପଡ଼ା ପଞ୍ଚାୟତର ହରିଜନ ସାହିର ୩ଠ ପରିବାର । ଏହି ପରିବାରର ଶତାଧିକ ଲୋକ ବୁଧବାର ବିଧିବଦ୍ଧ ଭାବେ ବିଜେପିକୁ ଛାଡ଼ି ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମାଙ୍କ ଉପସ୍ଥିତିରେ ଦଳରେ ସାମିଲ୍ ହୋଇଛନ୍ତି । ଏହି ମିଶ୍ରଣ ପର୍ବ ପରେ ବିଜେପିକୁ ଶକ୍ତଧକ୍କା ଲାଗିଛି ।
ଏହି ମିଶ୍ରଣ ପର୍ବରେ ସାତପଡ଼ା ପଞ୍ଚାୟତ ହରିଜନ ସାହି ଶରତ ଭୋଇ, ରତ୍ନାକର ନାୟକ, ଆରତ ଭୋଇ, ବିଲଙ୍କ ଭୋଇ, ଦେବରାଜ ପାହଣ, ବୁଲୁ ଭୋଇ, ରବିନ୍ଦ୍ର ଭୋଇ, ଲକ୍ଷ୍ମଣ ପାହାଣ, ବିଦେଶୀ ଭୋଇ, ପବିତ୍ର ଭୋଇ, ଶବର ଭୋଇ, ଲାଲୁ ଖାଁ, କଲିମ୍ ମହମ୍ମଦ, ଗୋଲାମ୍ ମହମ୍ମଦ, ଶେଖ୍ ମୁନା, ସୁଦର୍ଶନ ଭୋଇ, ୟୁସୁଫ ଖାଁ, ଗୁରୁବାରି କାଣ୍ଡି, ବିଶ୍ୱନାଥ କାଣ୍ଡି, ଚନ୍ଦ୍ରକଳା ବେୱା, ଇନ୍ଦ୍ରମଣି ନାୟକ, ପ୍ରକାଶ ନାୟକ, ବଳରାମ ନାୟକ, କାର୍ତ୍ତିକ ନାୟକ, ମିଟୁ ନାୟକ, ମାନସ ଭୋଇ, ତପନ ଭୋଇ, ଅଜୟ ଭୋଇ, ପ୍ରତାପ ଭୋଇ, ସୋମନାଥ ଭୋଇ, ନିରଞ୍ଜନ ଭୋଇ, ପୂର୍ଣ୍ଣଚନ୍ଦ୍ର ଭୋଇ ଓ ଭାରତ ଭୋଇଙ୍କ ସମେତ ୩୦ଗୋଟି ପରିବାର ବିଜେପି ପାର୍ଟି ପରିତ୍ୟାଗ କରି ଆଜି ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମାଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମଗିରି ବ୍ଲକ୍ ବିଜୁ ଜନତା ଦଳ ସଭାପତି ବିଦ୍ୟାଧର ସ୍ୱାଇଁ, ସାଂସଦଙ୍କ ପ୍ରତିନିଧି ଯୁଧିଷ୍ଠିର ନାୟକ, ବ୍ରହ୍ମଗିରି ବ୍ଲକ୍ ଉପାଧ୍ୟକ୍ଷଙ୍କ ପ୍ରତିନିଧି ବିଜୟ ଦଳାଇ, କୃଷ୍ଣପ୍ରସାଦ ବ୍ଲକ୍ ବିଜୁ ଜନତା ଦଳର ବରିଷ୍ଠ ନେତା ପ୍ରଫୁଲ୍ଲ ଜେନା, ପ୍ରଫୁଲ୍ଲ ଜେନା (ବାବୁଲି), ସାତପଡ଼ା ପଞ୍ଚାୟତ ସମିତିସଭ୍ୟ ମଣ୍ଟୁ ପ୍ରଧାନ ଓ ପୂର୍ବତନ ସମିତି ସଭ୍ୟ ଉପେନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ରହି ସେମାନଙ୍କୁ ବିଜୁ ଜନତା ଦଳକୁ ସ୍ୱାଗତ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *