୭ ମାସ ଉପକୂଳରେ ମାଛଧରା ମନା

ଭୁବନେଶ୍ୱର/ପାରାଦୀପ (ବୁ୍ୟରୋ/ଆପ୍ର): କଇଁଛଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇଛି ରାଜ୍ୟ ମତ୍ସ ଓ ପ୍ରାଣି ସମ୍ପଦ ବିଭାଗ । ୭ମାସ ପର୍ଯ୍ୟନ୍ତ ସମୁଦ୍ରରେ ମାଛ ଧରିବାରେ କଟକଣା ଜାରି ହୋଇଛି । ଶୀତଦିନ ଆରମ୍ଭ ହେଉଥିବାରୁ ଅଲିଭ ରିଡ଼ଲେ କଇଁଛ ଉପକୂଳ ଆଡ଼କୁ ଆସି ଅଣ୍ଡା ଦାନ କରନ୍ତି । ତେବେ କଇଁଛଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମେ ୩୧ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟରେ ମାଛ ଧରିବା ଉପରେ କଟକଣା ଲାଗୁ ହୋଇଛି । ରାଜ୍ୟ ସରକାରଙ୍କ ମତ୍ସ୍ୟ ବିଭାଗ ପକ୍ଷରୁ ଏହି ନିଦେ୍ର୍ଦଶନାମା ଜାରି କରାଯାଇଛି ।
ଉପକୂଳଠାରୁ ୨୦ ମାଇଲ ପର୍ଯ୍ୟନ୍ତ କୌଣସି ଯନ୍ତ୍ର ଚଳିତ ଡଙ୍ଗା କିମ୍ବା ଟ୍ରଲର ସମୁଦ୍ର ମଧ୍ୟକୁ ପ୍ରବେଶ ଉପରେ ବାରଣ କରାଯାଇଛି । ଯଦି ଏହି ନିୟମକୁ ଯେଉଁ ମତ୍ସଜୀବୀ ଉଲ୍ଲଙ୍ଘନ କରିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରାଇ ଦିଆଯାଇଛି । କଇଁଛଙ୍କ ସୁରକ୍ଷା ସହ ବିରଳ ମାଛ ବଂଶ ବୃଦ୍ଧି, ପ୍ରଜାନନ ଓ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ୭ ମାସ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ସେହିଭଳି ପାରାଦୀପର ମହାନଦୀ ମୁହାଣ, ଦେବୀ, ଋଷିକୂଲ୍ୟା ଓ ବରୁଣେଇ ମୁହାଣରେ ମଧ୍ୟ ମାଛଧରା ଉପରେ କଟକଣା ଜାରି କରାଯାଇଛି ।
ନଭେମ୍ବର ୧ରୁ ଏହା ଲାଗୁ ହେବ । ପ୍ରତିବର୍ଷ ନଭେମ୍ବରରୁ ମେ ମଧ୍ୟରେ ବିରଳ ପ୍ରଜାତିର ଅଲିଭ୍ ରିଡ଼ଲେ କଇଁଛଙ୍କ ସଙ୍ଗମ ଓ ଅଣ୍ଡାଦାନ ପାଇଁ ରାଜ୍ୟର ଋଷିକୂଲ୍ୟା, ଦେବୀନଦୀ ମୁହାଣକୁ ଆସିଥାନ୍ତି । ସମୁଦ୍ର ମଧ୍ୟରେ ମୋଟର ଚାଳିତ ଡଙ୍ଗା, ବେଆଇନ୍ ଟ୍ରଲର ଚଳାଚଳ ଯୋଗୁଁ ସେମାନେ ବହୁ ସଂଖ୍ୟାରେ ମୃତୁ୍ୟବରଣ କରିଥାନ୍ତି । ଏହାସହ ଜୈବ ବିବିଧତା ମଧ୍ୟ ନଷ୍ଟ ହୋଇଥାଏ । ଏମାନଙ୍କୁ ସୁରକ୍ଷା ଯୋଗାଇବା ପାଇଁ ରାଜ୍ୟ ମତ୍ସ୍ୟ ବିଭାଗ ପକ୍ଷରୁ ମାଛଧରା ଉପରେ କଟକଣା ଲଗାଯାଇଥାଏ ।
ନଭେମ୍ବର ୧ରୁ ମେ ୩୧ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ଦେବୀନଦୀ ମୁହାଣଠାରୁ ୨୦ କିମି ପରଧି ଏବଂ ଅନ୍ୟ ନଦୀ ମୁହାଣ ଓ ସମୁଦ୍ରରୁ ୫ କିମି ପରଧି ମଧ୍ୟରେ ମାଛ ଧରାକୁ ସମ୍ପୂର୍ଣ୍ଣ ବ୍ୟାନ୍ କରାଯାଇଛି । ଏହି ନିୟମ ଯେପରି ସଠିକ ଭାବେ ଲାଗୁ କରାଯିବ ସେନେଇ ମତ୍ସ୍ୟ ବିଭାଗ ପକ୍ଷରୁ ପେଟ୍ରୋଲିଂ କରାଯିବ । ମାଛଧରା କଟକଣାକୁ ଉଲ୍ଲଘଂନ କଲେ ଜୋରିମାନା, ଜେଲଦଣ୍ଡ ସହ ଟ୍ରଲର ଓ ଡଙ୍ଗା ଜବତ ଭଳି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *