୧୨୬ ବୁଥ୍ରେ ୱେବ୍କାଷ୍ଟିଂ

ଧାମନଗର ଉପନିର୍ବାଚନ
ଭଦ୍ରକୂ (ଆପ୍ର): ଧାମନଗରରେ ନଭେମ୍ବର ୩ ତାରିଖରେ ଉପନିର୍ବାଚନ ହେଉଛି ଓ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ମଙ୍ଗଳବାର ୨୧୮ ବୁଥ୍କୁ ପୋଲିଂ ପାର୍ଟିଙ୍କୁ ପ୍ରେରଣ କରାଯାଇଛି । ଅବଶିଷ୍ଟ ୩୪ ବୁଥ୍କୁ ବୁଧବାର ପୋଲିଂ ଦଳ ପ୍ରେରଣ କରାଯିବ । ଜିଲ୍ଲାପାଳ ସିଦେ୍ଧଶ୍ୱର ବଳିରାମ ବୋନ୍ଦରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ଡିସ୍ବରସାଲ ସେଣ୍ଟରରୁ ଇଭିଏମ୍ ଓ ଅନ୍ୟ ସରଞ୍ଜାମ ସହ ପୋଲିଂ ଦଳ ବୁଥ୍ ଅଭିମୁଖେ ଗମନ କରିଛନ୍ତି । ଦୁଇ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ, ଶାନ୍ତନୁ କୁମାର ମହାନ୍ତି, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରତାପ ପ୍ରୀତିମୟ, ଉପଜିଲ୍ଲାପାଳ ମନୋଜ ପାତ୍ର, ନିର୍ବାଚନ ଅଧିକାରୀ ଡ. ଲକ୍ଷ୍ମୀପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ଶୃଙ୍ଖଳାର ସହିତ ସମ୍ପାଦନ କରିଥିଲେ । ଗଣମାଧ୍ୟମ ସାକ୍ଷାତକାରରେ ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଦତ୍ତ ସୂଚନା ଅନୁଯାୟୀ, ୨୫୨ ବୁଥ୍ ପାଇଁ ୩୦ ସେକ୍ଟର ଅଫିସର ଓ ୧୧ ଜୋନାଲ ମାଜିଷ୍ଟ୍ରେଟ୍ଙ୍କୁ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି । ୧୨୬ ବୁଥ୍ରେ ୱେବ୍କାଷ୍ଟିଂ ବ୍ୟବସ୍ଥା କରାଯାଇଛି । ୧୧୦ଟି ବୁଥ୍ ଉତ୍ତେଜନାପ୍ରବଣ ଭାବେ ଚିହ୍ନଟ କରାଯାଇଛି ।
ଭଦ୍ରକ ଏସ୍ପି ଚରଣସିଂ ମୀନା ଗଣମାଧ୍ୟମକୁ କହିଛନ୍ତି, ଉପନିର୍ବାଚନ କାର୍ଯ୍ୟ ପରିଚାଳନା ପାଇଁ ପୋଲିଂ ଦଳ ସହିତ ୩୩୯ ପୁଲିସଙ୍କୁ ପଠାଯାଇଛି । ନିର୍ବାଚନମଣ୍ଡଳୀକୁ ୭ ସେକ୍ଟର ଓ ୩ ପୁଲିସ ଜୋନ୍ରେ ଭାଗ କରାଯାଇଛି । ୨୪ ମୋବାଇଲ ପାର୍ଟି କରାଯାଇଛି । ୫୦ଟି ଅତି ଉତ୍ତେଜନାପ୍ରବଣ ଓ ୬୦ଟି ଉତ୍ତେଜନାପ୍ରବଣ ବୁଥ୍ ପାଇଁ ସିଏପିଏଫ୍ର ୪ କମ୍ପାନୀକୁ ମୁତୟନ କରାଯିବ । ସିଏପିଏଫ୍ର ୪୪ ଷ୍ଟେଟିଂ ଟିମ୍ ଓ ୨୨ ମୋବାଇଲ ଟିମ୍ ଉତ୍ତେଜନାପ୍ରବଣ ବୁଥ୍ ଦାୟିତ୍ୱରେ ରହିବେ । ୨୨ ପ୍ଲାଟୁନ୍ ରାଜ୍ୟ ଆର୍ମଡ଼୍ ଫୋର୍ସକୁ ମଧ୍ୟ ମୁତନୟନ କରାଯିବ । ୩ ଅତିରିକ୍ତ ଏସ୍ପି, ୧୦ ଡିଏସ୍ପି, ୧୮ ଇନିସ୍ପେକ୍ଟର, ୧୩୦ ଏସ୍ଆଇ ଏବଂ ଏଏସ୍ଆଇ ର୍ୟାଙ୍କ ଅଧିକାରୀ ନିୟୋଜିତ ହେବେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *