ଯୁବ ସେଲିବ୍ରିଟିଙ୍କୁ ପିଟିପିଟି ମାରିଦେଲା ପୁଲିସ୍

ଇରାନ୍ରେ ହିଜାବ ବିରୋଧୀ ଆନେ୍ଦାଳନ
ତେହରାନ୍ (ଏଜେନ୍ସି): ଇରାନ୍ରେ ଚାଲିଥିବା ହିଜାବ ବିରୋଧୀ ଆନେ୍ଦାଳନ ଦିନକୁ ଦିନ ଉଗ୍ରମୁଖା ହେବାରେ ଲାଗିଛି । ଅନ୍ୟପକ୍ଷେ ଇରାନ୍ ସରକାର ଯେକୌଣସି ପରିସ୍ଥିତିରେ ମଧ୍ୟ ଏହାକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି । ଫଳରେ ଇରାନ୍ ସରକାର ନିଜ ସେନାକୁ ମଧ୍ୟ ଏଥିରେ ନିୟୋଜିତ କରିଛନ୍ତି । ସେହିପରି ଇରାନ୍ ପୁଲିସ୍ ମଧ୍ୟ ଆନେ୍ଦାଳନକୁ ପ୍ରତିରୋଧ କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି । ଆବଶ୍ୟକ ସ୍ଥଳେ ଲାଠିଚାର୍ଜ ସହ ଗୁଳିମାଡ଼ ମଧ୍ୟ କରୁଛି । ତେବେ ଇରାନ୍ ପୁଲିସ୍ ଗୁଳିରେ ଜଣେ ଯୁବକ ଏଥର ମୃତୁ୍ୟବରଣ କରିଥିବା ଜଣାପଡିଛି । ଏହାକୁ ନେଇ ଇରାନ୍ରେ ପୁଣିଥରେ ହିଜାବ ବିରୋଧୀ ଆନେ୍ଦାଳନ ବ୍ୟାପକ ହେବାରେ ଲାଗିଛି ।
ପ୍ରାପ୍ତ ସୂଚନାନୁସାରେ ମେହେରଶାଦ ଶାହିଦ୍ ନାମକ ଇରାନ୍ର ଜଣେ ଯୁବ ସେଫ୍ ଭାବେ ବେଶ୍ ଚର୍ଚ୍ଚିତ ଥିଲେ । ଏପରିକି ସେ ସେଠାରେ ସେଲିବ୍ରିଟି ଭାବେ ମଧ୍ୟ ବିବେଚିତ ହେଉଥିଲେ । ତେବେ ସେ ଇରାନୀ ମହିଳାଙ୍କ ହିଜାବ ବିରୋଧୀ ଆନେ୍ଦାଳନକୁ ସମର୍ଥନ କରିବା ସହ ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବାରୁ ଇରାନ୍ ପୁଲିସ୍ ତାଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅନ୍ୟପକ୍ଷେ ମୃତ ଯୁବକଙ୍କ ପରିବାର ଲୋକଙ୍କୁ ଶାହିଦ୍ଙ୍କ ମୃତୁ୍ୟ ହୃଦଘାତଜନିତ ଥିବା ନେଇ ଗଣମାଧ୍ୟମରେ କହିବାକୁ ମଧ୍ୟ ଇରାନ୍ ପୁଲିସ୍ ସେମାନଙ୍କୁ ଧମକ ଚମକ ଦେଇଥିବା ଜଣାପଡିଛି ।
ଶାହିଦ୍ଙ୍କ ମା’ ବାପା କହିଛନ୍ତି, ପ୍ରଥମେ ସେମାନେ ପୁଅର ମୃତୁ୍ୟକୁ ନେଇ ଭୟଭୀତ ହୋଇପଡିଥିଲେ । ପରେ ପରିବାରର ଅନ୍ୟ ସଦସ୍ୟଙ୍କୁ ମଧ୍ୟ ଏପ୍ରକାର ହତ୍ୟା କରାଯିବାର ଧମକ ଦେଇ ଇରାନ୍ ପୁଲିସ୍ ସେମାନଙ୍କୁ ମିଛ ବୟାନ୍ ଦେବାକୁ ବାଧ୍ୟ କରିଥିଲା । ଜୀବନ ଭୟରେ ସେମାନେ ସେତେବେଳେ ମିଛ ବୟାନ୍ ଦେବାକୁ ବାଧ୍ୟ ହୋଇଥିଲେ । କିନ୍ତୁ ଏବେ ସେମାନେ ଭୟଶୂନ୍ୟ ହୋଇ ସତ କହିବାକୁ ମନସ୍ଥ କରିବା ପରେ ଗଣମାଧ୍ୟମରେ ଇରାନ୍ ପୁଲିସର ଅସଲ ଚରିତ୍ରକୁ ପଦାରେ ପକାଇଦେଇଛନ୍ତି । ପ୍ରକାଶ, ଶାହିଦ୍ଙ୍କ ପୂର୍ବରୁ ଜଣେ ଯୁବତୀଙ୍କୁ ମଧ୍ୟ ଇରାନ୍ ପୁଲିସ୍ ହତ୍ୟା କରିଥିବା ଅଭିଯୋଗ ହୋଇଛି ।
ପ୍ରକାଶ, ମେହେରଶାଦ ଶାହିଦ୍ ଇରାନରେ ପ୍ରଖ୍ୟାତ ସେଫ୍ ‘ଜାମି ଓଲିଭର’ ଭାବେ ବେଶ୍ ପରିଚିତ । ଅତ୍ୟନ୍ତ କମ୍ ବୟସରୁ ସେ ଫୁଡ୍ ଇଣ୍ଡଷ୍ଟି୍ରରେ ଜଣେ ଚର୍ଚ୍ଚିତ ସେଲିବ୍ରିଟି ପାଲଟିଯାଇଥିଲେ । ତେବେ ଆଗକୁ ସେ ନିଜର ୨ଠତମ ଜନ୍ମଦିନ ପାଳନ କରିବାକୁ ଥିବା ବେଳେ ତାଙ୍କୁ ହିଜାବ ବିରୋଧୀ ଆନେ୍ଦାଳନର ଶିକାର ହେବାକୁ ପଡିଛି । ୧୯ ବର୍ଷୀୟ ଶାହିଦ୍ ଇରାନ୍ରେ ଚାଲିଥିବା ହିଜାବ ବିରୋଧୀ ଆନେ୍ଦାଳନରେ ସାମିଲ ହୋଇଥିଲେ । ତାଙ୍କୁ ପୁଲିସ ଗିରଫ କରି ଅତି ନିଷ୍ଠୁର ଭାବେ ପିଟିଥିଲା । ତେବେ ଜେଲ୍ରେ ତାଙ୍କୁ ଦିଆଯାଇଥିବା ପାଶବିକ ନିର୍ଯାତନାରେ ତାଙ୍କର ମୃତୁ୍ୟ ହୋଇଛି । ଅନ୍ୟପକ୍ଷେ ଶାହିଦ୍ଙ୍କ ହତ୍ୟାକୁ ନେଇ ଇରାନ୍ରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଏପରିକି ଶାହିଦ୍ଙ୍କ ଅନ୍ତିମ ଶୋଭାଯାତ୍ରାରେ ହଜାର ହଜାର ଲୋକେ ସାମିଲ ହୋଇଥିଲେ । ସୂଚନାଯୋଗ୍ୟ, ଇରାନ୍ରେ ଏବେ ମହିଳାଙ୍କ ସହ ପୁରୁଷମାନେ ମଧ୍ୟ ହିଜାବ ବିରୋଧୀ ଆନେ୍ଦାଳନରେ ସାମିଲ ହେଉଥିବାର ଦେଖିବାକୁ ମିଳୁଛି । ସେହିପରି ଛାତ୍ରୀଙ୍କ ସହ ଛାତ୍ରମାନେ ମଧ୍ୟ ଏହି ଆନେ୍ଦାଳନରେ ସକ୍ରିୟ ଅଂଶଗ୍ରହଣ କରୁଛନ୍ତି । ଇରାନ୍ର ଗୋଟିଏ ପ୍ରାନ୍ତରୁ ଆରମ୍ଭ ହୋଇଥିବା ହିଜାବ ବିରୋଧୀ ଆନେ୍ଦାଳନ ରୂପୀ ନିଆ ବର୍ତ୍ତମାନ ସୁଦ୍ଧା ଇରାନର ୧୫ଟି ସହରକୁ ସମ୍ପ୍ରସାରିତ ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *