ଦ୍ୱିତୀୟ ପର୍ଯ୍ୟାୟ ଉଚ୍ଛେଦ ଆରମ୍ଭ
ାା ସିଦ୍ଧମହାବୀର ରେଳ ଓଭରବ୍ରିଜ୍ ନିର୍ମାଣ ପ୍ରସଙ୍ଗ ।ା
ପୁରୀ (ବୁ୍ୟରୋ): ବହୁ ପ୍ରତୀକ୍ଷାର ଅନ୍ତ ଘଟିବ । ଖୁବ୍ଶୀଘ୍ର ଆରମ୍ଭ ହେବ ସିଦ୍ଧମହାବୀର ରେଳ ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟ । ଆଉ ସ୍ଥାନୀୟ ଲୋକଙ୍କ ଠାରୁ ଆରମ୍ଭ କରି ପର୍ଯ୍ୟଟକଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ିବନି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି । ଓଭରବ୍ରିଜ୍ ନିର୍ମାଣ ଲାଗି ଆବଶ୍ୟକୀୟ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚôଛି । ଏପରିକି ଅନେକ କ୍ଷତିଗ୍ରସ୍ତ ହିତାଧିକାରୀ ସେମାନଙ୍କ କ୍ଷତିପୂରଣ ପାଇ ସାରିଲେଣି । ଯେଉଁ ହିତାଧିକାରୀ କ୍ଷତିପୂରଣ ରାଶି ପାଇ ସାରିଛନ୍ତି ସେମାନେ ନିଜଆଡୁ ଘରକୁ ଖାଲି କରିବା ସହ ଭଙ୍ଗାଭଙ୍ଗି ଆରମ୍ଭ କରିଲେଣି ।
ଅନ୍ୟପକ୍ଷରେ କ୍ଷତିପୂରଣ ପାଇ ନ ଥିବା ହିତାଧିକାରୀଙ୍କ ସହ ଜିଲ୍ଲା ପ୍ରଶାସନର ପର୍ଯ୍ୟାୟକ୍ରମେ ଆଲୋଚନା କରାଯାଇ ସମସ୍ୟାର ସମାଧାନ ଲାଗି ଉଦ୍ୟମ ଜାରି ରହିଛି । ଆଜିଠାରୁ ଦ୍ୱିତୀୟ ପର୍ଯ୍ୟାୟ ଉଚ୍ଛେଦ ଆରମ୍ଭ ହୋଇଛି । ଉପଜିଲ୍ଲାପାଳ ଭବତାରଣ ସାହୁ ଓ ଜିଲ୍ଲା ଅଧିଗ୍ରହଣ ଅଧିକାରୀ ପ୍ରଶାନ୍ତ କୁମାର ଜେନାଙ୍କ ନେତୃତ୍ୱରେ ଶତାଧିକ ପୁଲିସ ଫୋର୍ସଙ୍କ ଉପସ୍ଥିତିରେ ଜେସିବି ସହାୟତାରେ ଉଚ୍ଛେଦ କାର୍ଯ୍ୟ ହୋଇଥିଲା । ଫଳରେ ଘରୋଇ କୋଠାଗୁଡ଼ିକ ମାଟିରେ ମିଶିଯାଇଛି । ଆଗକୁ ମଧ୍ୟ ଉଚ୍ଛେଦ କାର୍ଯ୍ୟ ଜାରି ରହିବ ବୋଲି ଶ୍ରୀ ଜେନା ସୂଚନା ଦେଇଛନ୍ତି । ବିଶେଷ ଭାବରେ ରେଲ୍ୱେ ଓଭରବ୍ରିଜ୍ ନିର୍ମାଣ ଲାଗି ମୁଖ୍ୟ ସମସ୍ୟା ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଜିଲ୍ଲା ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ବାକି ଥିବା ଜମି ଖୁବ୍ଶୀଘ୍ର ଅଧିଗ୍ରହଣ କରାଯାଇ ରେଲ୍ୱେ ଓଭରବ୍ରିଜ୍ ନିର୍ମାଣ ଲାଗି ପ୍ରକ୍ରିୟା ଆରମ୍ଭ ହେବ । ମାଟିଆପଡ଼ା ଛକ ଠାରୁ ବାଲିଘାଟ ଛକ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ସମସ୍ତ କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କ ଲାଗି ମଧ୍ୟ କ୍ଷତିପୂରଣ ପ୍ରଦାନ କରାଯାଇଛି ।
ଜିଲ୍ଲା ପ୍ରଶାସନ ପକ୍ଷରୁ ଶହେ ବର୍ଗଫୁଟ୍ରୁ ଅଧିକ ଇଲାକାରେ ଦୋକାନ ଘର ଥିବା ଦୋକାନୀଙ୍କୁ ୨ଲକ୍ଷ ୨୫ ହଜାର ଓ ଶହେ ବର୍ଗଫୁଟ୍ ରୁକମ୍ ଜାଗାଥିବା ଦୋକାନୀଙ୍କୁ ୧ଲକ୍ଷ ୨୫ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ ଲାଗି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଛି । ସ୍ଥାନୀୟ ଗୃହମାଲିକଙ୍କୁ କ୍ଷତିପୂରଣ ରାଶି ମିଳି ସାରିଥିବା ବେଳେ କ୍ଷତିଗ୍ରସ୍ତ ଦୋକାନୀଙ୍କୁ ଘୋଷଣା ମୁତାବକ ସହୟତା ରାଶି ମଧ୍ୟ ମିଳିସାରିଛି ।