ସ୍ୱେଚ୍ଛାସେବୀଙ୍କ ପୁରୀ-କୋଣାର୍କ ସାଇକେଲ ଶୋଭାଯାତ୍ରା

ସବୁଜ ପୃଥିବୀ ଓ ରାଷ୍ଟ୍ରୀୟ ଏକତାର ବାର୍ତ୍ତା
ପୁରୀ (ବୁ୍ୟରୋ): ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ପୁରୀ ଜିଲ୍ଲା ସ୍ୱେଚ୍ଛାସେବୀ ସଂଗଠନ ସାମୁଖ୍ୟ ଦି ବେଲ୍ର ୟୁଥ୍ ଫୋରମ୍, ଆର୍ଟ ଅଫ୍ ଲିଭିଂ, ସେବା ଓ ସଂସ୍କାର ଅନୁଷ୍ଠାନ ତରଫରୁ ସବୁଜ ପୃଥିବୀ ଓ ରାଷ୍ଟ୍ରୀୟ ଏକତା ବାର୍ତ୍ତା ନେଇ ଏକ ସାଇକେଲ ରାଲି ପୁରୀ ଠାରୁ କୋଣାର୍କ ଯାତ୍ରା କରିଥିଲା । ପୁରୀ ସୁଭାଷବୋଷ ଛକ ଠାରୁ ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ବେଲ୍ର ଆବାହକ ସିଦ୍ଧାର୍ଥ ରାୟ ଏହି ସାଇକେଲ ଶୋଭାଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ସାଇକେଲ ଶୋଭାଯାତ୍ରା କୋଣାର୍କରେ ପହଞ୍ଚôବା ପରେ ଜନମଙ୍ଗଳ ଯୁବ ସଂଗଠନ ତରଫରୁ ସାଇକେଲ ଶୋଭାଯାତ୍ରୀଙ୍କୁ ସ୍ୱାଗତ କରିଥଲେ । ଅପରାହ୍ଣରେ କୋଣାର୍କ ସ୍ଥିତ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ଆୟୋଜିତ ଶୋଭାଯାତ୍ରାର ଉଦ୍ୟାପନୀ ଉତ୍ସବରେ କୋଣାର୍କ ଥାନାଧିକରୀ ରଞ୍ଜନ କୁମାର ମଲ୍ଲିକ ଏବଂ ବ୍ୟାଙ୍କ ଅଧିକାରୀ ପ୍ରଦୋଷ ରଞ୍ଜନ ସ୍ୱାଇଁ ପ୍ରମୁଖ ସାଇକେଲ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ଜନମଙ୍ଗଳ ଯୁବ ସଂଗଠନର ରାମକୃଷ୍ଣ ମହାନ୍ତି, ନିରଞ୍ଜନ ତ୍ରିପାଠୀ, ବେଲ୍ର ବ୍ରଜକିଶୋର ସାହୁ, ରାଜକିଶୋର ପାତ୍ର, ସତ୍ୟନାରାୟଣ ସାହୁ, ଓମ୍ପ୍ରସାଦ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ ।
ସେହିପରି ପୁରୀ ଜିଲ୍ଲା ପ୍ରଶାସନ, ନେହରୁ ଯୁବକେନ୍ଦ୍ର, ସ୍ୱେଚ୍ଛାସେବୀ ସଂଗଠନ ସମ୍ପର୍କ, ଜନଶିକ୍ଷଣ ସଂସ୍ଥାନ, ଜଙ୍ଗଲୀ କ୍ଲବ୍, ଡିଫେନ୍ସ କ୍ଲବ୍, ପଞ୍ଚମୁଖୀ କ୍ଲବ୍ର ମିଳିତ ଆନୁକୂଲ୍ୟରେ ଏକତା ଦୌଡ଼ର ଆୟୋଜନ କରାଯାଇଥିଲା । ଶ୍ରୀମନ୍ଦିର ନିକଟରୁ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ପ୍ରଦୀପ କୁମାର ସାହୁ ଏହି ଏକତା ଦୌଡ଼ ଶୋଭାଯାତ୍ରାକୁ ପତାକା ଦେଖାଇ ଉଦ୍ଘାଟନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ନେହରୁ ଯୁବକେନ୍ଦ୍ରର ସଂଯୋଜକ ଜୟଶଙ୍କର ଯୋଶୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଚନ୍ଦନ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଭାରତ ବିକାଶ ପରିଷଦର କାର୍ଯ୍ୟକର୍ତ୍ତା ସର୍ବଶ୍ରୀ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ଶରତ ଜୟସିଂ, ସନ୍ତୋଷ କୁମାର ମହାନ୍ତି, ପୁରୀ ସେବା ସମିତି ସମ୍ପାଦକ ରବୀନ୍ଦ୍ର ନାଥ ସେନାପତି, ଉଦ୍ୟମିତା ପ୍ରକଳ୍ପର ଡ. ରତ୍ନାକର ପାଣିଗ୍ରାହୀ, ଶ୍ରୀଜଗନ୍ନାଥ ଭକ୍ତ ସେବା ସଂସ୍ଥାର ଗୋବିନ୍ଦ ଚନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ସମ୍ପର୍କର ସାଧାରଣ ସମ୍ପାଦକ ସୌମେନ୍ଦ୍ର ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ସେହିପରି ପୁରୀ ପୌରସଂସ୍ଥା ଅନ୍ତର୍ଗତ ୱାର୍ଡ ନଂ ୨୨ ସ୍ଥିତ କୁମ୍ଭାରପଡ଼ା ଆଞ୍ଚଳିକ ମହିଳା ମହାସଂଘ ତରଫରୁ ଆୟୋଜିତ ଏକତା ଦିବସ ଅବସରରେ ଏକ ଶୋଭାଯାତ୍ରା କୁମ୍ଭାରପଡ଼ା ଯାଇଗଡ଼ ଜାଗା ଠାରୁ ବାହାରି ସାହି ପରିକ୍ରମା କରି ବଡ଼ଦାଣ୍ଡ ଦେଇ ରାଣୀସତୀ ଭବନ ଠାରେ ପହଞ୍ଚିଥିଲା । ଏଥିରେ ସାହିର ବୟୋଜ୍ୟେଷ୍ଠ ବ୍ୟକ୍ତି ପର୍ଶୁରାମ ପ୍ରଧାନ, କେଶବ ଦାସ, ନୁରି ବିଶୋଇ, ଦୈତାରୀ ବାରିକ, ନାରାୟଣ ଦକ୍ଷିଣରାଏ, ସଇଦ ଖାଁ, ରାଜକିଶୋର ତ୍ରିପାଠୀ, ଚନ୍ଦ୍ରଶେଖର ରଥଙ୍କୁ ସମ୍ମାନିତ କରାଯାଇଥିଲା ।
କାର୍ଯ୍ୟକ୍ରମରେ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଓ ପୂର୍ବତନ ପୌର ସଦସ୍ୟ ସୁଦର୍ଶନ ସାହୁ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ମାମିନା ସିହ୍ନା, ସଂଯୁକ୍ତା ସ୍ୱାଇଁ, ଜ୍ୟୋସ୍ନା ମହାନ୍ତି, ପୂର୍ଣ୍ଣିମା ସାହୁ ପ୍ରମୁଖ ପରିଚାଳନା କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *