ପରିଚୟ ଖୋଜୁଛି ଇନ୍ଦ୍ରଭବନ ଐତିହ୍ୟ

ନରସିଂହପୁର (ଆପ୍ର): ରାଜରାଜୁଡା ସମୟରୁ ନିର୍ମିତ ଇନ୍ଦ୍ରଭବନ କାଳକ୍ରମେ ତାର ଐତିହ୍ୟକୁ ହଜାଇ ପରିଚୟ ଖୋଜୁଛି । ତତ୍କାଳ ସମୟରେ ଏହି ଇନ୍ଦ୍ରଭବନର ଆବଶ୍ୟକତା ଏତେ ପରିମାଣରେ ରହିଥିଲା ତାହା କିମ୍ବଦନ୍ତି କହିଥାଏ । ଏହି ଇନ୍ଦ୍ରଭବନ ଆଜି ଭୂତକୋଠି ପାଲଟିବା ସହିତ ଭଙ୍ଗାରୁଜା ଅବସ୍ଥାରେ ପଡିରହିଛି । ସ୍ୱାଧୀନତାର ପୂର୍ବରୁ ରାଜାରାଜୁଡା ଶାସନ ଚାଲିଥିଲା । ତତ୍କାଳ ସମୟର ରାଜା ଅନନ୍ତ ନାରାୟଣ ମାନସିଂହ ହରିଚନ୍ଦନ ମାହାପାତ୍ରଙ୍କ ଦ୍ୱାରା ନିର୍ମିତ ଇନ୍ଦ୍ରଭବନ । ବିଶେଷ କରି ବର୍ଷାଋତୁରେ ଘୋରାଡିଆ ଓ କାକୁଡିଆ ଅଞ୍ଚଳରେ ବନ୍ୟାର ସ୍ଥିତି ଅନୁଧ୍ୟାନ କରିବା ସହିତ ଗ୍ରୀଷ୍ମକାଳୀନ ସମୟରେ ରାଜା ଅବସ୍ଥାନ କରିଥାନ୍ତି । ଏପରିକି ଇଂରେଜ ସରକାରଙ୍କ କର୍ମକର୍ତ୍ତା ମଧ୍ୟ ସମୟେ ସମୟେ ଅବସ୍ଥାନ କରିଥାନ୍ତି । ଏହି ଇନ୍ଦ୍ରଭବନ ନରସିଂହପୁର ଅଞ୍ଚଳର ପ୍ରାକୃତିକ ଶୋଭା ରାଜିରେ ଦେଖିବା ଭଳି ସୈାନ୍ଦର୍ଯ୍ୟ ଭାରା ଅଟେ । ଏହା ଏଭଳି ପାହାଡ଼ ଉପରେ ପରିବେଷ୍ଟିତ ରହିଛି ତାହା ଅନ୍ୟନ୍ତ ଆକର୍ଷଣୀୟ । ଏହା କାଳ କ୍ରମେ ସ୍ୱାଧୀନତା ପରେ ନରସିଂହପୁର ତହସିଲ ଦାୟିତ୍ୱରେ ରହିଥିଲା । ସେହି ସମୟର କାରୁକାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇ ଇନ୍ଦ୍ରଭବନ ଡାକବଙ୍ଗଳା ଭାବେ ପରିଚୟ ସୃଷ୍ଟି କରିଥିଲା ।
ପାନୀୟଜଳର ଅସୁବିଧା ସତ୍ତ୍ୱେ ଚତୁଃପାଶ୍ୱର୍ର ସୈାନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ବିଭିନ୍ନ ସମୟରେ ଦୂରଦୂରାନ୍ତରୁ ପର୍ଯ୍ୟଟକଙ୍କର ଆଗମନ ହୋଇଥାଏ । ଏପରିକି ଏଠାରେ ରାତ୍ରିଯାପନ ମଧ୍ୟ କରିବାକୁ ପର୍ଯ୍ୟଟକମାନେ ଚାହିଁଥାନ୍ତି । ଦୀର୍ଘଦିନ ତଳେ ଏହି ଇନ୍ଦ୍ରଭବନର ପରିବେଶରେ ମା ଓ ମମତା ଚଳଚ୍ଚିତ୍ରର ସୁଟିଂ କରାଯାଇଥିଲା । ଏହା ତହସିଲଦାରଙ୍କ ଦ୍ୱାରା ପରିଚାଳିତ ହେଉଥିବା ସମୟରେ ଇନ୍ଦ୍ରଭବନର ଅବସ୍ଥା ଠିକ ରହିଥିଲା । ୨୦୧୮ ମସିହାରେ ପର୍ଯ୍ୟଟନ ବିଭାଗକୁ ହସ୍ତାନ୍ତର କରାଯାଇ ଏହାର ରୂପରେଖକୁ ପରିବର୍ତ୍ତନ କରାଯାଇ ଦ୍ୱିତୀୟ ମହଲା ନିର୍ମାଣ କରାଯାଇଥିଲା । ଏହାପରେ ଇନ୍ଦ୍ରଭବନ ଅବସ୍ଥା ଖରାପ ଆଡକୁ ଗତି କରିଲା । ଧୀରେଧୀରେ ଏହି ଅଞ୍ଚଳକୁ ମଦ୍ୟପ, ବିଭିନ୍ନ ଅନୈତିକ କାର୍ଯ୍ୟର ଆଡ୍ଡାସ୍ଥଳୀ ଭାବେ ହେବାକୁ ଲାଗିଥିଲା । ଏହାପରେ ଏହାର ରକ୍ଷଣାବେକ୍ଷଣ ଅଭାବରୁ ଏହି ଡାକବଙ୍ଗଳାକୁ ନରସିଂହପୁର ମଣ୍ଡଳ ଉନ୍ନୟନ ଅଧୀନକୁ ୨୦୨୧ ମସିହାରେ ଚାଲିଯାଇଥିଲା । ଇନ୍ଦ୍ରଭବନର ସମ୍ମୁଖ ଫାଟକରେ ତାଲା ଝୁଲିଛି ସତ ମାତ୍ର ଚାରିପାଖ ମେଲା ପଡିଥିବା ଯୋଗୁଁ ମଦ୍ୟପ ଜୁଆଡିଆଙ୍କର ଆଡ୍ଡାସ୍ଥଳି ହୋଇଛି । ଏପରିକି ବହୁ ସମୟରେ ଏହି ଇନ୍ଦ୍ରଭବନର ଡାକବଙ୍ଗଳାକୁ ପର୍ଯ୍ୟଟକ ଆସି ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହି ଜାଗାଟି ଅଳିଆ ଅବର୍ଜନାରେ ଭରପୂର ହୋଇ ପଡିଥିବା ବେଳେ ଭଙ୍ଗା କାଚ ଓ ମଦ ବୋତଲରେ ପରିପୂର୍ଣ୍ଣ । ଏହି ଡାକବଙ୍ଗଳାକୁ ଜଗାରଖା କରାଯାଉ ନଥିବାରୁ କୋଠରୀ ଗୁୁଡିକର କବାଟ ଝରକା ଭାଙ୍ଗି ଭାଙ୍ଗି ଦୁର୍ବୃତ୍ତମାନେ ସମସ୍ତ ଆସବାପତ୍ର ଚୋରିକରି ନେଇଛନ୍ତି । ମାତ୍ର ଏଥିପ୍ରତି କାହାରି ଦୃଷ୍ଟି ନଥିବା ଯୋଗୁଁ ଅସାମାଜିକ ଳୋକଙ୍କର ଆଡ୍ଡାସ୍ଥଳୀ ପାଲଟିଛି । ଏହା କେଉଁ ସ୍ଥିତିରେ ଥିଲା ବର୍ତ୍ତମାନ କେଉଁ ସ୍ଥିତିରେ ପହଞ୍ଚôଲାଣି ତାହା ରାଜ୍ୟ ସରକାରଙ୍କ ଦାୟିତ୍ୱବାନ କର୍ତ୍ତୃପକ୍ଷ ଦୃଷ୍ଟିଦେଇ ପୂନଃର୍ବାର ଏହି ଇନ୍ଦ୍ରଭବନ ଡାକବଙ୍ଗଳାକୁ ସ୍ଥାନୀୟ ତହସିଲ ଅଧିନକୁ ହସ୍ତାନ୍ତର କରାଯିବାକୁ ସାଧାରଣରେ ଦାବି ହେଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *