କଣ୍ଟିପୁର ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ
ଦାନଗଦୀ (ଅପ୍ରା): ଓଲ୍ଲଳ ପଞ୍ଚାୟତ କଣ୍ଟିପୁର ପ୍ରାଥମିକ ବିଦ୍ୟାଳୟରେ ଗ୍ରାମବାସୀ ସ୍କୁଲ ଫାଟକରେ ପକାଇ ତାଲା ପକାଇ ପ୍ରତିବାଦ କରିଛନ୍ତି । ବିଦ୍ୟାଳୟରେ ବିନା ପରି·ଳନା କମିଟିରେ ଘୋଟଲା କରୁଥିବା ପ୍ରଧାନଶିକ୍ଷକଙ୍କ ବଦଳି ଓ କମିଟି ଗଠନ ଦାବିରେ ଅଭିଭାବକ ମାନେ ଆନେ୍ଦାଳନ କରିଥିଲେ । ଗ୍ରାମବାସୀଙ୍କ କହିବା କଥା ବିଦ୍ୟାଳୟରେ ପରି·ଳନା କମିଟି ନାହିଁ । କ୍ଲଷ୍ଟର ଶିକ୍ଷା ଅଧିକାରୀ ପ୍ରଧାନ ଶିକ୍ଷକ ମିଳିମିଶି ମନମୁଖୀ ଘୋଟଲା କରୁଛନ୍ତି । ମଧ୍ୟାହ୍ନ ଭୋଜନରେ ପାଣିଆ ଡାଲି ଦେଉଛନ୍ତି । ବହୁତ ଦିନ ପରେ ପିଲାମାନଙ୍କୁ ପୋଷାକ ଦେଉଛନ୍ତି । ମନଇଚ୍ଛା ବିଦ୍ୟାଳୟକୁ ଶିକ୍ଷକ ଆସୁଛନ୍ତି ସତ ହେଲେ ପିଲାମାନଙ୍କୁ ପଢ଼ାଉ ନାହାନ୍ତି । ଗ୍ରାମବାସୀ ଡାକିଲେ ମୀଟିଙ୍ଗ କୁ ମଧ୍ୟ ଆସୁ ନାହାନ୍ତି ପ୍ରଧାନଶିକ୍ଷକ । ଏଥିପାଇଁ ପରି·ଳନା କମିଟି ଗଠନ ସହ ପ୍ରଧାନଶିକ୍ଷକ ବଦଳି ପାଇଁ ସ୍କୁଲ ତାଲା ପକାଇ ଥିଲେ । ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ଲିଖିତ ଆକାରରେ ଦାବିପତ୍ର ଦେଲେ ମଧ୍ୟ ସେ କିଛି ବୁଝୁନାହାନ୍ତି, ଅନ୍ୟପକ୍ଷରେ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ପ·ରି ବାରୁ ସେ କମିଟି ଗଠନ ପାଇଁ ଚେଷ୍ଟା କରଛନ୍ତି ଚିଠି କରିଛି ଗ୍ରାମବାସୀ କେହି ବସୁନାହାନ୍ତି । ବିଦ୍ୟାଳୟ ·ଲିବା ଦରକାର ତେଣୁ ସିଆରସିସି ଓ ପ୍ରଧାନ ଶିକ୍ଷକଙ୍କ ଯୁଗ୍ମ ଆକାଉଣ୍ଟ ଖୋଲି ନିୟମ ଅନୁଯାୟୀ ପୋଷାକ ବଣ୍ଟନ ସହ ସବୁ କାମ ·ଲିଛି । ଏହାର ତୁରନ୍ତ ସମାଧାନବ ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି ।