ଦୀପକ ଫର୍ଟିଲାଇଜର୍କୁ ବିରୋଧ

ଛତ୍ରପୁର (ଆପ୍ର): ଥମିବାର ନା ନେଉନି ଦୀପକ ଫର୍ଟିଲାଇଜର ଓ ଗ୍ରାମବାସୀଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ । କିଛି ଦିନର ବ୍ୟବଧାନ ପରେ କମ୍ପାନୀ କର୍ତ୍ତୃପକ୍ଷ ପୁଣିଥରେ କମ୍ପାନୀର ନିର୍ମାଣ କାମ ଆରମ୍ଭ କରିଥିବା ବେଳେ କାର୍ଯ୍ୟ ବନ୍ଦ କରିବା ଲାଗି ଶତାଧିକ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚôଛନ୍ତି । ଗ୍ରାମବାସୀ ଓ ପୁଲିସ ମୁହାଁମୁହିଁ ହୋଇଥିବା ବେଳେ ଘଟଣାସ୍ଥଳରେ ଏକ ପ୍ରକାର ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । କମ୍ପାନୀ କାମକୁ ସୁରକ୍ଷା ଦେବାକୁ ଯାଇ ପୁଲିସ ଓ କାଳିପଲ୍ଲୀ ଗ୍ରାମବାସୀ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ମିଥ୍ୟା ତଥ୍ୟ ପ୍ରଦାନ କରି ପରିବେଶ ମଞ୍ଜୁର ନେବା ସହ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗରେ ଦୀର୍ଘ ଦିନ ଧରି ଗ୍ରାମବାସୀ ଆନେ୍ଦାଳନ ଜାରି ରଖିଛନ୍ତି । ପୁଲିସ ପ୍ରଶାସନ, ଗ୍ରାମବାସୀ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ନେଇ ଅନେକ ଥର ତ୍ରିପାକ୍ଷୀକ ଆଲୋଚନା ହୋଇଥିଲେ ମଧ୍ୟ ସମାଧାନର ବାଟ ଫିଟିବାର ନା ନେଉନି । ସାର କାରଖାନା ହେବା ଦ୍ୱାରା ନିକଟସ୍ଥ ଗ୍ରାମ ଉପରେ ଖରାପ ପ୍ରଭାବ ପଡ଼ିବା ସହ ଲୋକେ ରୋଗାକ୍ରାନ୍ତ ହେବାର ସମ୍ଭାବନା ଥିବା ବେଳେ ଜୀବନ ଯିବ ପଛେ କମ୍ପାନୀକୁ କଦାପି କରାଇ ଦେବୁନି ବୋଲି ନିଜ ଜିଦରେ ଅଡ଼ି ବସିଛନ୍ତି ଗାଁ ଲୋକେ । ଟାଟା ଏସିଜେଡ୍ ପରିସରରେ ଦୀପକ ଫର୍ଟିଲାଇଜର କାମ ଆରମ୍ଭ ହୋଇଥିବା ବେଳେ ବିସ୍ଥାପିତଙ୍କ ପରିବାରର ଜଣେ ଲେଖାଏଁ ବ୍ୟକ୍ତିଙ୍କୁ କର୍ମନିଯୁକ୍ତି ଓ ଅତିଶୀଘ୍ର ଜମି ପଟ୍ଟା ପ୍ରଦାନ ଲାଗି ଅହରହ ଦାବି ହେଉଛି । କମ୍ପାନୀ ନିର୍ମାଣରେ ବାରମ୍ବାର ବାଧା ସୃଷ୍ଟି ହେବା ପରେ କମ୍ପାନୀ କର୍ତ୍ତୃପକ୍ଷ କୋର୍ଟଙ୍କ ଦ୍ୱାରସ୍ଥ ହେବା ସହ ସୁରକ୍ଷା ମଗାଯାଇଥିଲା । ନିର୍ମାଣଧୀନ କମ୍ପାନୀର ୫୦ ମିଟର ପରିମିତ ଭିତରେ ଲୋକଙ୍କ ମେଳି ଉପରେ କୋର୍ଟ କଟକଣା ଜାରି କରିଥିବାରୁ ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ପୁଲିସ ଘଉଡ଼ାଇବାକୁ ପ୍ରୟାସ କରିଛି । ଗ୍ରାମବାସୀ ନିଜର ଜିଦ୍ରେ ଅଡ଼ି ବସିଥିବା ବେଳେ ସରକାର ଏଥିରେ ହସ୍ତକ୍ଷେପ କରି ସମାଧାନର ବାଟ କାଢ଼ÿିବା ଜରୁରୀ ହୋଇପଡ଼ିଛି । ନଚେତ ଆଗାମୀ ଦିନରେ ଆନେ୍ଦାଳନ ଉଗ୍ରରୂପ ଧାରଣ କରିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *