ପର୍ଯ୍ୟଟକଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା
ନଭେମ୍ବର ୧ରୁ ଶିମିଳିପାଳ ଖୋଲା
ବାରିପଦା(ଆପ୍ର): ମୟୂରଭଞ୍ଜ ଜିଲ୍ଲାସ୍ଥିତ ଶିମିଳିପାଳ ଜାତୀୟ ଉଦ୍ୟାନ ମଙ୍ଗଳବାର (୧ ତାରିଖ) ଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବାକୁ ଯାଉଛି । ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରିଛନ୍ତି କର୍ତ୍ତୃପକ୍ଷ । କଳିଆଣି ତନଖି ଫାଟକ (ଯଶୀପୁର) ଓ ପିଠାବଟା (ବାରିପଦା) ତନଖି ଫାଟକ ଦେଇ ଦୈନିକ ୩୫ ଏବଂ ୨୫ ଟି ·ରିଚକିଆ ଯାନ ପ୍ରବେଶ କରିବେ । ଉକ୍ତ ୨ ଫାଟକରେ ପ୍ରବେଶପତ୍ର ସକାଳ ୬ ଟାରୁ ୯ ଟା ଯାଏଁ ବୁକିଂ କାଉଣ୍ଟରରେ ଉପଲବ୍ଧ ହେବ । ପ୍ରତି ପର୍ଯ୍ୟଟକଙ୍କ ପିଚ୍ଛା ୧୦୦ ଟଙ୍କା ପ୍ରବେଶ ଶୁଳ୍କ ଧାର୍ଯ୍ୟ କରାଯାଇଛି । ମାର୍ଗଦର୍ଶିକା ଅନୁପାଳନ ସହିତ ଅଭୟାରଣ୍ୟକୁ ସ୍୍ୱଚ୍ଛ ରଖିବା ପାଇଁ ପର୍ଯ୍ୟଟକମାନେ ଭିତରକୁ ପ୍ଲାଷ୍ଟିକ ସାମଗ୍ରୀ, ମାଦକ ଦ୍ରବ୍ୟ, ଆମିଷ ଓ ଅଗ୍ନି ସଂଯୋଗକାରୀ ସାମଗ୍ରୀ ଆଦି ନେଇ ପାରିବେନି । ଶିମିଳିପାଳରେ ଥିବା ଯାତ୍ରୀ ନିବାସଗୁଡିକରେ ରାତ୍ରି ଯାପନ ପାଇଁ ପର୍ଯ୍ୟଟକମାନେ ଙ୍ଗଙ୍ଗଙ୍ଗ.ରମକ୍ଟଗ୍ଧକ୍ଟଙ୍କକ୍ସସଗ୍ଦଜ୍ଞ.ମକ୍ଟଜ୍ଞରେ ଅଗ୍ରୀମ ବୁକିଂ କରି ପାରିବେ ।
ବର୍ଷାଋତୁ ଯୋଗୁଁ ପ୍ରତି ବର୍ଷ ଜୁନ ୧୫ ତାରିଖରେ ଶିମିଳିପାଳ ବନ୍ଦ ହୋଇ ନଭେମ୍ବର ପହିଲାରେ ଖୋଲିଥାଏ । କୋଭିଡ କଟକଣା ମଧ୍ୟରେ ବି ଗତ ବର୍ଷ ହଜାର ହଜାର ପର୍ଯ୍ୟଟକ ଶିମିଳିପାଳ ବୁଲିଥିଲେ । ଅଢ଼େଇ କୋଟି ଟଙ୍କା ରାଜସ୍ୱ ସଂଗ୍ରହ ହୋଇଥିଲା । ଏବର୍ଷ ଶିମିଳିପାଳ ବୁଲିବାକୁ ପର୍ଯ୍ୟଟକଙ୍କ ପାଇଁ ଶୀତତାପ ନିୟନ୍ତ୍ରତ ମିନିବସ୍ ବ୍ୟବସ୍ଥା କରାଯାଇଛି । ଏହା ସହିତ ଅଭୟାରଣ୍ୟ ମଧ୍ୟରେ ସ୍ୱତନ୍ତ୍ର ଖାଦ୍ୟର ବ୍ୟବସ୍ଥା ହୋଇଛି । ଉକ୍ତ ଜୈବମଣ୍ଡଳରେ ପଶୁ ପକ୍ଷୀ ଓ ସରୀସୃପଙ୍କ ପାଇଁ ଅନୁକୂଳ ବାତାବରଣ, ପରିବେଶ, ବୃକ୍ଷରାଜି ରହିଛି । ଯେଉଁଥିପାଇଁ ଏହା ଭାରତୀୟ ବାଘ, ଏସୀୟ ହାତୀ ଓ ଗୟଳ ପରି ତିନି ପ୍ରଜାତିଙ୍କ ବୃହତ୍ ବାସସ୍ଥଳୀ ହୋଇପାରିଛି । ସେହିପରି ହଜାରେ ପ୍ରଜାତିର ପୁଷ୍ପ, ଔଷଧୀୟ ବୃକ୍ଷ, ୯୪ ପ୍ରଜାତିର ଅର୍କିଡ୍ ରହିଛି । ବରେହିପାଣି, ଯୋରନ୍ଦା, ଉସକି, ଦେବକୁଣ୍ଡ, ସୀତାକୁଣ୍ଡ ଆଦି ଜଳପ୍ରପାତ ପ୍ରକୃତିପ୍ରେମୀଙ୍କୁ ଆକୃଷ୍ଟ କରିଆସୁଛି । ପର୍ଯ୍ୟଟକଙ୍କୁ ନୂଆ ଅନୁଭୂତି ଦେବା ପାଇଁ ଶିମିଳିପାଳ କର୍ତ୍ତୃପକ୍ଷ ଦୁଃସାହସିକ କ୍ରୀଡା, ଜଙ୍ଗଲ ସଫାରୀ ଓ ମାଉଣ୍ଟେନ୍ ସାଇକେଲିଂ କ୍ରୀଡା ବ୍ୟବସ୍ଥା କରିଛନ୍ତି । ପର୍ଯ୍ୟଟକମାନେ ପ୍ରତି ଗାଡ଼ିରେ ଜଣେ ଗାଇଡଙ୍କୁ ସାଙ୍ଗରେ ନେବେ । ଅପରାହ୍ଣ ୩ଟା ପୂର୍ବରୁ ଯୋରନ୍ଦା ଓ ବରେହିପାଣି ଜଳପ୍ରପାତ ଏବଂ ୪ଟା ପୂର୍ବରୁ ଚହଲା ଛାଡ଼ିବାକୁ ନିଦେ୍ର୍ଦଶ ରହିଛି ।
ଅଭୟାରଣ୍ୟ ମଧ୍ୟରେ ଗାଡ଼ି ଖରାପ ହେଲେ ପର୍ଯ୍ୟଟକମାନଙ୍କୁ ବାରିପଦା ଓ ଯଶୀପୁର ବସଷ୍ଟାଣ୍ଡକୁ ସ୍ଥାନାନ୍ତର କରାଇବା ନିମନ୍ତେ ଅଗ୍ରୀମ ଟଙ୍କା ଜମା ଦେବାକୁ ନିୟମ ରହିଛି । ରାତ୍ରି ରହଣି ପାଇଁ କୋର ଏରିଆର ଜାମୁଆଣି, କୁମାରୀ, ରାମତୀର୍ଥ ଗୁଡ଼ଗୁଡ଼ିଆ ଆଦି ସ୍ଥାନରେ ସ୍ୱତନ୍ତ୍ର ବ୍ୟବସ୍ଥା ଏବଂ କୁଆଁରୀ ଗାଁ ନିକଟରେ ବାଉଁଶ କୁଡ଼ିଆ ସୁବିଧା କରାଯାଇଛି । ବନ୍ୟଜନ୍ତୁଙ୍କ ଚଳ ପ୍ରଚଳକୁ ପାଖରୁ ଦେଖିବା ନିମିତ୍ତ ସ୍ୱତନ୍ତ୍ର ରୁଟ୍ ପ୍ରସ୍ତୁତ କରାଯାଇଛି ।