ଝୁଲା ପୋଲ ଛିଡିÿ ୯୧ ମୃତ

ମୋରବୀ, ୩ଠା୧ଠ: ପ୍ରଧାନମନ୍ତ୍ରୀଙ୍କ ଗୃହ ରାଜ୍ୟ ଗୁଜରାଟର ମୋରବୀଠାରେ ଅତ୍ୟଧିକ ଭାର ସମ୍ଭାଳି ନ ପାରି ଝୁଲା ପୋଲ ଛିଣ୍ଡି ନଦୀ ଭିତରକୁ ଖସିପଡିଛି । ରବିବାର ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ ମଚ୍ଛୁ ନଦୀ ଉପରେ ଥିବା ଝୁଲା ପୋଲର କେବଲ୍ ଛିଣ୍ଡି ପଡ଼ିବାରୁ ନଦୀରେ ପଡ଼ି ଅତିକମ୍ରେ ୯୧ ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ୨୫ରୁ ଅଧିକ ଶିଶୁ ଅନ୍ତର୍ଭୁକ୍ତ ।
ପ୍ରାୟ ୪ଠଠ ଲୋକ ନଦୀ ଭିତରକୁ ଖସି ପଡ଼ିଛନ୍ତି । ଶତାଧିକ ଲୋକଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି । ଉଦ୍ଧାର କାର୍ଯ୍ୟରେ ଏନ୍ଡିଆର୍ଏଫ୍ର ୩ ଟିମ୍କୁ ନିୟୋଜିତ କରାଯାଇଛି । ତା ସହିତ ବାୟୁସେନାର ଗରୁଡ କମାଣ୍ଡୋଙ୍କୁ ଡକାଯାଇଛି । ଏହି ମର୍ମନ୍ତୁଦ ଦୁର୍ଘଟଣାର ତଦନ୍ତ ପାଇଁ ୫ ଜଣିଆ ସ୍ୱତନ୍ତ୍ର ଯାଞ୍ଚ ଟିମ୍ (ଏସ୍ଆଇଟି) ଗଠନ କରାଯାଇଛି । ମୋରବୀ ଝୁଲା ପୋଲ ୬ ମାସ ହେଲା ବନ୍ଦ ଥିଲା । ନିକଟରେ ପ୍ରାୟ ୨ କୋଟି ଟଙ୍କା ବ୍ୟୟରେ ମରାମତି କରାଯାଇ ଦୀପାବଳିର ଦିନକ ପରେ (୨୫ ତାରିଖ) ଏହାକୁ ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଥିଲା । ସଡ଼କ ଓ ଗୃହନିର୍ମାଣ ବିଭାଗ ମନ୍ତ୍ରୀ ଜଗଦୀଶ ପାଞ୍ଚାଳ କହିଛନ୍ତି, ଏକ ସଙ୍ଗେ ୧ଠଠ ଲୋକଙ୍କ ଓଜନ ସମ୍ଭାଳିବା ଭଳି ଏହି ବି୍ରଜ୍ରେ ପ୍ରାୟ ୫ଶହ ପର୍ଯ୍ୟଟକ ଥିଲେ । ରବିବାର ଛୁଟି ଦିନ ଥିବାରୁ ସେଠାରେ ଏତେ ଅଧିକ ଭିଡ଼ ହୋଇଥିଲା । ଅତ୍ୟଧିକ ଭାର (ପ୍ରାୟ ୩ଠ ଟନ୍) ସହି ନପାରି କେବଲ୍ ବି୍ରଜ୍ ନଦୀକୁ ଖସି ପଡ଼ିଲା ବୋଲି କୁହାଯାଉଛି । ନଗର ନିଗମ ଅଧିନରେ ଥିବା ଏହି ପୋଲକୁ ଫିଟ୍ନେସ୍ ସାର୍ଟିଫିକେଟ୍ ଦିଆଯାଇ ନ ଥିଲା । ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଫିଟ୍ନେସ୍ ସାର୍ଟିଫିକେଟନ୍ ନ ଥିବା ସତ୍ତ୍ୱେ ଝୁଲା ପୋଲକୁ ସର୍ବସାଧାରଣଙ୍କ ପାଇଁ ଖୋଲିଦିଆଯିବା ଫଳରେ ଦୁର୍ଘଟଣା ଘଟିଲା ବୋଲି କଂଗ୍ରେସ ଅଭିଯୋଗ କରିଛି । ମୋରବୀ ଝୁଲା ପୋଲ ୧୪ଠ ବର୍ଷ ପୂର୍ବେ ତିଆରି ହୋଇଥିଲା । ଏହାର ଦୈର୍ଘ୍ୟ ୭୬୫ ଫୁଟ । କେବଳ ଗୁଜରାଟ ନୁହେଁ, ସମଗ୍ର ଦେଶ ପାଇଁ ଏହା ଏକ ଐତିହ୍ୟସ୍ଥଳ । ୧୮୭୯ ଫେବ୍ରୁଆରୀ ୨ଠରେ ମୁମ୍ବାଇ ଗଭର୍ଣ୍ଣର ରିଚାର୍ଡ ଟେମ୍ପଲ୍ ଏହାକୁ ଉଦ୍ଘାଟନ କରିଥିଲେ । ସେ ସମୟରେ ବି୍ରଜ୍ ନିର୍ମାଣ ପାଇଁ ଖର୍ଚ୍ଚ ହୋଇଥିଲା ସାଢ଼େ ୩ ଲକ୍ଷ ଟଙ୍କା । ବି୍ରଜ୍ ପାଇଁ ସବୁ ସାମଗ୍ରୀ ଇଂଲଣ୍ଡରୁ ମଗାଯାଇଥିଲା । ତା’ ପରଠାରୁ ବହୁବାର ମୋରବୀ ଝୁଲା ପୋଲର ମରାମତି କରାଯାଇଛି ।
ରବିବାର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରବର୍ଗଙ୍କୁପ୍ରାଧାନମନ୍ତ୍ରୀଙ୍କ ରାଷ୍ଟ୍ରୀୟ ରିଲିଫ୍ ପାଣ୍ଠି (ପିଏମ୍ଏନ୍ଆର୍ଏଫ୍)ରୁ ୨ଲକ୍ଷ ଓ ଆହତଙ୍କୁ ୫ଠ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି । ଜିଲ୍ଲା ପ୍ରଶାସନ ହେଲ୍ପଲାଇନ୍ ନମ୍ବର-ଠ୨୮୨୨୨୪୩୩ଠଠ ଜାରି କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକପ୍ରକାଶ ପୂର୍ବକ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ଲାଗି ନିଦେ୍ର୍ଦଶ ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *