ବନ୍ଦ ଘରୁ ୪ ଗଳିତ ଶବ ଉଦ୍ଧାର
ବରଗଡ଼, ୩୦ା୧୦ (ଆପ୍ର): ଭେଡ଼େନ ବ୍ଲକ୍ ଅଞ୍ଚଳରେ କାଳୀପୂଜାର ମାହୋଲ ସୃଷ୍ଟି ହୋଇଥିବା ବେଳେ ଏକ ବନ୍ଦ ଘର ଭିତରୁ ବାପା, ମାଆ ଏବଂ ପୁଅ ଝିଅଙ୍କ ଗଳିତ ଶବ ଉଦ୍ଧାର କରାଯାଇଛି । ଜାଣ୍ଡୋଲ ଗାଁର ଶେଷଦେବ ମେହେର(୫୫)ଙ୍କ ଘର କିଛିଦିନ ହେଲା ବନ୍ଦ ଥିବାରୁ ଗ୍ରାମବାସୀ ସନେ୍ଦହ କରୁଥିଲେ । ରବିବାର ସନ୍ଧ୍ୟାରେ ଘରୁ ଦୁର୍ଗନ୍ଧ ବାହାରୁଥିବା ଖବର ପାଚାରିତ ହୋଇଥିଲା । ସନ୍ଧ୍ୟା ପ୍ରାୟ ୬ଟାରେ ସାହି ପଡ଼ିଶା ପୁଲିସକୁ ଖବର ଦେଇଥିଲେ ।
ଭେଡ଼େନ ଆଇଆଇସି ସଙ୍ଗୀତା ମହାପାତ୍ର ସଦଳବଳ ଗାଁରେ ପହଞ୍ଚି ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ କବାଟ ଭାଙ୍ଗି ଭିତରକୁ ପଶି ଶେଷଦେବ, ତାଙ୍କ ପତ୍ନୀ କ୍ଷୀରେଶ୍ୱରୀ ମେହେର(୪୮), ପୁଅ ଅରବିନ୍ଦ ମେହେର (୨୯) ଓ ଝିଅ ଶିବାନୀ ମେହେର (୨୦)ଙ୍କ ଶବ ଜବତ କରିଥିଲେ । ଦୁଇଦିନ ପୂର୍ବରୁ ସମସ୍ତଙ୍କ ମୃତୁ୍ୟ ଘଟିଥିବା ପୁଲିସ ସନେ୍ଦୟ କରୁଛି । ମୃତ୍ୟର କାରଣ ଜଣାପଡ଼ିନାହିଁ । ସାଇଣ୍ଟିଫିକ୍ ଟିମ୍ ସହାୟତାରେ ପୁଲିସ ତଦନ୍ତ କରିବା ସହିତ ଶବ ବ୍ୟବଚ୍ଛେଦ ଲାଗି ପଠାଇଛି । ବ୍ୟବଚ୍ଛେଦ ରିପୋର୍ଟ ମିଳିଲେ ମୃତୁ୍ୟର କାରଣ ଜଣାପଡ଼ିବ ବୋଲି ବରଗଡ଼ ଏସ୍ପି ପରମାର୍ ସୁମିତ ସୂଚନା ଦେଇଛନ୍ତି । ମୃତୁ୍ୟକୁ ନେଇ ଭିନ୍ନ ଭିନ୍ନ ଆଲୋଚନା ହେଉଛି ।