ନାସାର ଲାଫିଂ ସନ୍
ୱାଶିଂଟନ୍ (ଏଜେନ୍ସି): ଆମେରିକା ମହାକାଶ ଗବେଷଣା ସଂସ୍ଥା ‘ନାସା’ ପକ୍ଷରୁ ସଦ୍ୟ ଜାରି କରାଯାଇଥିବା ସୂର୍ଯ୍ୟଙ୍କ ଛବିକୁ ନେଇ ଏବେ ବିଶ୍ୱବାସୀ ଆଶ୍ଚର୍ଯ୍ୟଚକିତ ହୋଇପଡିଛନ୍ତି । ନାସା ପକ୍ଷରୁ ଜାରି ସୂର୍ଯ୍ୟଙ୍କ ଏହି ଛବିକୁ ଦେଖିଲେ ସୂର୍ଯ୍ୟ ବାସ୍ତବରେ ହସୁଥିବା ମୁଦ୍ରାରେ ଥିବା ଅନୁଭୂତ ହେଉଛି । ନାସା ପକ୍ଷରୁ ଏହି ଫଟୋକୁ ଲାଫିଙ୍ଗ୍ ସନ୍ ବା ହସୁଥିବା ସୂର୍ଯ୍ୟ ଭାବେ ଅଭିହିତ କରାଯାଇଛି । ସୋଲାର ଡାୟନାମିକ୍ସ ଅବଜରଭେଟରୀ ସୂର୍ଯ୍ୟଙ୍କୁ ହସୁଥିବାର ଦେଖିଥିବାର ଦାବି କରିଛି । ପ୍ରକାଶ, ସୋଲାର ଡାୟନାମିକ୍ସ ଅବଜରଭେଟରୀ ସୂର୍ଯ୍ୟଙ୍କ ଗତିବିଧିରୁ ଅନ୍ତରୀକ୍ଷର ପାଣିପାଗ ପୂର୍ବାନୁମାନ କରିଥାନ୍ତି । ତେବେ ସାଧାରଣ ଲୋକ ଏହି ଫଟୋକୁ ନେଇ ଫନି କମେଣ୍ଟ କରୁଥିବା ବେଳେ ବିଶେଷଜ୍ଞମାନେ କିନ୍ତୁ ଏହା ପଛର କାରଣ ତଥା ଆସନ୍ନ ବିପଦର ପୂର୍ବାନୁମାନ ଲଗାଇଛନ୍ତି ।