୨ଠ୩୫ ସୁଦ୍ଧା ଭାରତର

ନିଜସ୍ୱ ସ୍ପେସ୍ ସେଣ୍ଟର
ମହାକାଶରେ ସୁପର୍ପାୱାର ହେବ ଦେଶ
ନୂଆଦିଲ୍ଲୀ, ୩ଠା୧ଠ: ଭାରତ ୨ଠ୩୫ ସୁଦ୍ଧା ନିଜସ୍ୱ ମହାକାଶ କେନ୍ଦ୍ର ସ୍ଥାପନ କରିବା ଲକ୍ଷ୍ୟ ରଖିଛି । ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା (ଇସ୍ରୋ) ପ୍ରସ୍ତାବିତ ମହାକାଶ କେନ୍ଦ୍ରର ଯୋଜନା ଉପସ୍ଥାପନ କରିଛି । ଇସ୍ରୋ ଅଧ୍ୟକ୍ଷ ଏସ୍. ସୋମନାଥ କହିଛନ୍ତି, ସ୍ପେସ୍ ଷ୍ଟେସନ୍ ନିର୍ମାଣ ପାଇଁ ନୂଆ ଡିଜାଇନ୍ର ରକେଟ୍ ନିର୍ମାଣ କରାଯିବ । ଏଥିପାଇଁ ଶିଳ୍ପପତିମାନଙ୍କ ସହଯୋଗ ଲୋଡ଼ା ଯାଇଛି । ଏବେ ଇସ୍ରୋର ଉତ୍କ୍ଷେପଣ କାର୍ଯ୍ୟରେ ମୁଖ୍ୟତଃ ପୋଲାର୍ ସାଟେଲାଇଟ୍ ଲଞ୍ଚ୍ ଭେଇକ୍ଲ (ପିଏସ୍ଏଲ୍ଭି)ର ଉପଯୋଗ କରାଯାଉଛି ।ପିଏସ୍ଏଲ୍ଭି ଅଶୀ ଦଶକରେ ନିର୍ମାଣ ହୋଇଥିଲା । ଭବିଷ୍ୟତରେ ତାହା କାମ ଦେବ ନାହିଁ । ସେଥିପାଇଁ ନେକ୍ଷ୍ଟ ଜେନେରେସନ୍ ଲଞ୍ଚ ଭେଇକ୍ଲ (ଏନ୍ଜିଏନ୍ଭି) ନିର୍ମାଣ କରାଯିବ । ୨ଠ୩ଠ ସୁଦ୍ଧା ଏନ୍ଜିଏନ୍ଭି ପ୍ରମୁଖ ଉପଗ୍ରହ ପ୍ରକ୍ଷେପଣ ଯାନ ହେବ । ଏଥିରେ ଗ୍ରୀନ୍ ଫୁ୍ୟଏଲ୍ ଯଥା- ମିଥେନ୍ ଓ ତରଳ ଅକ୍ସିଜେନ୍ କିମ୍ବା କିରୋସିନ୍ ଓ ତରଳ ଅକ୍ସିଜେନ୍ ବ୍ୟବହୃତ ହେବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *