ଖସୁଛି ପାରଦ, ଥରୁଛି ପାହାଡ଼ୀ ଅଞ୍ଚଳ

ଭୁବନେଶ୍ୱର, ୩୦ା୧୦ (ବୁ୍ୟରୋ): ଖସୁଛି ତାପମାତ୍ରା, ବଢୁଛି ଶୀତ । ରାଜ୍ୟର ବିଭିନ୍ନ ସ୍ଥାନରେ ଥଣ୍ଡା ଅନୁଭୂତ ହେଲାଣି । ୧୫ ଡିଗ୍ରୀ ତଳେ ୧୪ ସହର ରହିଛି । କୋରାପୁଟ ସେମିଳିଗୁଡା ସର୍ବନିମ୍ନ ତାପମାତ୍ରା ୯.୧ ଡିଗ୍ରୀ ସହ ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି । ସେହିପରି ଦାରିଙ୍ଗିବାଡି, କୋରାପୁଟ୍ରେ ୧୧ ଡିଗ୍ରୀ ରହିଛି । କନ୍ଧମାଳ ଜିଲ୍ଲାରେ ତାପମାତ୍ରା ହ୍ରାସ ପାଉଥିବାରୁ ଅଧିକ ଶୀତ ଅନୁଭୂତ ହେଉଛି । ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ଘନ କୁହୁଡି ଦେଖିବାକୁ ମିଳୁଛି । ଜନସାଧାରଣ ଶୀତୁଆ ସକାଳର ମଜା ନେଉଥିବାବେଳେ ଶୀତରୁ ରକ୍ଷା ପାଇବାକୁ ସକାଳୁ ପାର୍କ ଓ ପଡ଼ିଆରେ ଲୋକଙ୍କ ଭିଡ଼ ଜମୁଛି । ଆସନ୍ତାକାଲିଠୁ ରାଜ୍ୟରେ ପାଗ ବଦଳିବ । ମାଲକାନାଗିରି ଓ କୋରାପୁଟ ୨ ଜିଲ୍ଲାରେ ବିତ୍କ୍ଷିପ୍ତ ବର୍ଷା ସମ୍ଭାବନା ଥିବାବେଳେ ବାକି ସମସ୍ତ ଜିଲ୍ଲାରେ ପାଗ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପ୍ରକାଶ କରିଛି ।
ଆସନ୍ତା ୨ରୁ ୩ ଦିନ ରାଜ୍ୟର ଦକ୍ଷିଣାଞ୍ଚଳର କିଛି ସ୍ଥାନରେ ହାଲୁକାରୁ ମଧ୍ୟମର ଧରଣର ବର୍ଷା ହୋଇପାରେ । ଏନେଇ ପୂର୍ବାନୁମାନ ପ୍ରକାଶ କରାଯାଇଛି । ହେଲେ କୌଣସି ଜିଲ୍ଲାକୁ ବର୍ଷା ନେଇ ୱାର୍ଣ୍ଣିଂ ଜାରି ହୋଇନାହିଁ । ୪ ତାରିଖ ପରଠାରୁ ରାଜ୍ୟରେ ଦିନ ଓ ରାତି ପାରଦ ନିମ୍ନଗାମୀ ହେବ । ଶୀତର ପରିମାଣ ବୃଦ୍ଧିପାଇବା ନେଇ ଆଞ୍ଚଳିକ ପାଣିପାଗ ବିଶେଷଜ୍ଞମାନେ ମତ ଦେଇଥିବାବେଳେ ଆସନ୍ତା ସପ୍ତାହ ବେଳକୁ ଆଉ ଏକ ବଳୟ ବଙ୍ଗୋପ ସାଗରରେ ସୃଷ୍ଟ ହେବା ନେଇ ଆଶଙ୍କା ରହିଛି । ଦକ୍ଷିଣ ଚୀନ ମହାସାଗରେ ସୃଷ୍ଟି ହେବାକୁ ଥିବା ଏକ ଲଘୁଚାପର ଅଂଶବିଶେଷ ବଙ୍ଗୋପ ସାଗରରେ ପ୍ରବେଶ କରିବା ସହ ଘୁଣ୍ଣିର୍ବଳୟ ରୂପ ନେବ । ଏହା ରାଜ୍ୟରେ ବର୍ଷା କରାଇପାରେ ବୋଲି ପାଣିପାଗ ବିଜ୍ଞାନୀ ମତପ୍ରକାଶ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *