ପଦଚୁ୍ୟତ ହେବେ ପୁତିନ୍!

ଉଦ୍ୟମ ଆରମ୍ଭ ହୋଇସାରିଛି: ଯୁକ୍ରେନ୍ର ଦାବି
କିଭ୍/ ମସ୍କୋ (ଏଜେନ୍ସି): ‘ୟୁକ୍ରେନ୍ ସହ ଯୁଦ୍ଧ ଶେଷ ପର୍ଯ୍ୟନ୍ତ ରୁଷ୍ର ରାଷ୍ଟ୍ରପତି ଭାବେ ହୁଏତ ଭ୍ଲାଦିମିର ପୁତିନ୍ ରହିବେନି । ସେ ଖୁବ୍ଶୀଘ୍ର ଗାଦିଚୁ୍ୟତ ହେବେ । ତାଙ୍କୁ କ୍ଷମତାରୁ ହଟାଇବା ପାଇଁ ରୁଷ୍ର ସରକାରୀ ସ୍ତରରେ ପ୍ରୟାସ ଆରମ୍ଭ ହୋଇଗଲାଣି ।’ ଏପରି କିଛି ମନ୍ତବ୍ୟ ଦେବା ସହ ପୁତିନ୍ଙ୍କ ବିରୋଧରେ ଷଡ଼ଯନ୍ତ୍ର ଆରମ୍ଭ ହୋଇସାରିଥିବା ଦାବି କରିଛି ୟୁକ୍ରେନ୍ । ବିଶେଷକରି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଜାରି ରହିଥିବା ବେଳେ ୟୁକ୍ରେନ୍ର ଏଭଳି ଦାବି କରାଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି ।
ୟୁକ୍ରେନ୍ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ୟୁକ୍ରେନୀୟ ଗୁଇନ୍ଦା ବିଭାଗ ମୁଖ୍ୟ ମେଜର ଜେନେରାଲ୍ କ୍ୱିର୍ଲୋ ବୁଦାନୋଭ, ନିଜ ଦେଶର ରାଷ୍ଟ୍ରପତି ଭି ଜେଲେନ୍ସ୍କିଙ୍କୁ ଏହି ସୂଚନା ଦେଇଛନ୍ତି । କ୍ୱିର୍ଲୋଙ୍କ କହିବାନୁସାରେ ପୁତିନ୍ଙ୍କୁ କ୍ଷମତାରୁ ହଟାଇବା ପାଇଁ ରୁଷ୍ର ସରକାରୀ ଅଧିକାରୀମାନେ ଆଲୋଚନା ଆରମ୍ଭ କରିଦେଇଛନ୍ତି । ଖୁବ୍ଶୀଘ୍ର ତାଙ୍କୁ କ୍ଷମତାରୁ ହଟାଇ ଦିଆଯିବ । ୟୁକ୍ରେନ ଗୁଇନ୍ଦା ମୁଖ୍ୟ ଜେଲେନ୍ସ୍କିଙ୍କୁ ଦେଇଥିବା ଗୁପ୍ତ ରିପୋର୍ଟ ସମ୍ପର୍କରେ ବ୍ରିଟେନ୍ର ଏକ ପ୍ରମୁଖ ଦୈନିକ ଇଂରାଜୀ ଖବରକାଗଜରେ ମଧ୍ୟ ଖବର ପ୍ରକାଶ ପାଇଛି । ରିପୋର୍ଟ ଅନୁସାରେ ପୁତିନ୍ ଏବେ ନିଜ ଦେଶବାସୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ଫଳରେ ସେ ନିଜ ପଦକୁ ଅଧିକ ସମୟ ପର୍ଯ୍ୟନ୍ତ ସୁରକ୍ଷିତ ରଖିବାରେ ଅସମର୍ଥ ହୋଇପଡିଛନ୍ତି । ତାଙ୍କ ସ୍ଥାନରେ ତାଙ୍କ ବିକଳ୍ପ ସନ୍ଧାନ କରିବାକୁ ସରକାରୀ ସ୍ତରରେ କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଛି ।
ବି୍ରଟେନ୍ର ଏହି ଖବର କାଗଜ ନିଜ ରିପୋର୍ଟରେ ଦର୍ଶାଇଛି ଯେ, ଯୁଦ୍ଧ ଆରମ୍ଭରେ ରୁଷ୍ ସେନା ଅକ୍ତିଆର କରିଥିବା ଖେରସନ ପୋର୍ଟ ସହରକୁ ୟୁକ୍ରେନ୍ ପୁଣିଥରେ ନିଜ ଅକ୍ତିଆରକୁ ଆଣିବାକୁ ଜୋରଦାର ଉଦ୍ୟମ ଆରମ୍ଭ କରିଛି । ନଭେମ୍ବର ଶେଷ ସୁଦ୍ଧା ଖେରସନ୍ ସହ ରୁଷ୍ ସେନା ଅକ୍ତିଆରରେ ଥିବା ଅଧିକାଂଶ ଅଞ୍ଚଳକୁ ମୁକ୍ତ କରିବା ଦିଗରେ ୟୁକ୍ରେନ୍ ସେନା ସଫଳ ହୋଇଯିବ । ଏତଦ୍ବ୍ୟତୀତ ୨ଠ୧୪ରେ ରୁଷ୍, ୟୁକ୍ରେନ୍ ଠାରୁ ଜୋରଜବରଦସ୍ତି ଛଡ଼ାଇ ନେଇଥିବା କ୍ରିମିଆ ପ୍ରଦେଶକୁ ବି ମଧ୍ୟ ନିଜ ସହ ମିଶାଇ ଦିଗରେ ୟୁକ୍ରେନ୍ ଚେଷ୍ଟା କରିବ । ତେବେ ୟୁକ୍ରେନ୍ର ଗୁଇନ୍ଦା ମୁଖ୍ୟ କ୍ୱିର୍ଲୋ ବୁଦାନୋଭ୍ଙ୍କ ସୂଚନା ଆଧାରରେ ବ୍ରିଟେନ୍ର ଏହି ଖବରକାଗଜ ଏପ୍ରକାର ରିପୋର୍ଟ ପ୍ରକାଶିତ କରିଥିବା ଦାବି କରିଛି ।
ଏସବୁ ମଧ୍ୟରେ ରୁଷ୍-ୟୁକ୍ରେନ୍ ଯୁଦ୍ଧ ଏବଂ ରୁଷ୍-ବି୍ରଟେନ୍ ସମ୍ପର୍କରେ କେତେକ ରିପୋର୍ଟ ମଧ୍ୟ ସାମ୍ନାକୁ ଆସିଛି । ରୁଷ୍୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ଙ୍କ ନିଦେ୍ର୍ଦଶକ୍ରମେ ବି୍ରଟେନ୍ର ପୂର୍ବତନ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ୍ଙ୍କ ଫୋନ୍ ଟାପିଂ ତଥା ହ୍ୟାକିଂ କରାଯାଇଥିଲା । ଲିଜ୍ ଟ୍ରସ୍ ଯେତେବେଳେ ବ୍ରିଟେନ୍ର ବୈଦେଶିକ ମନ୍ତ୍ରୀ ଥିଲେ ସେତେବେଳେ ତାଙ୍କ ଫୋନ୍ ଟାପିଂ କରାଯାଇଥିଲା । ୟୁକ୍ରେନ୍ ସହ ଯୁଦ୍ଧ ପରିପ୍ରେକ୍ଷୀରେ ଆମେରିକା ତଥା ୟୁରୋପୀୟ ଦେଶଙ୍କ ଆଭିମୂଖ୍ୟ ତଥା ପରବର୍ତ୍ତୀ କାର୍ଯ୍ୟକ୍ରମ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବା ଦିଗରେ ପୁତିନ୍ କୁଆଡେ ଏପରି ନିଦେ୍ର୍ଦଶ ଦେଇଥିବା ରିପୋର୍ଟରେ ଦର୍ଶାଯାଇଛି । ସେହିପରି ୟୁକ୍ରେନ୍ ସେନା ରୁଷ୍ର ନୌସେନା ବେସ୍ ଉପରେ ଡ୍ରୋନ୍ ଆକ୍ରମଣ କରିଥିବା ଅଭିଯୋଗ ଆଣିଛି । ୟୁକ୍ରେନ୍ର ଏହି ଆକ୍ରମଣକୁ ଆତଙ୍କବାଦୀ ଆକ୍ରମଣ ଭାବେ ଅଭିହିତ କରିଛି ରୁଷ୍ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *