ସନ୍ଧ୍ୟା ୬ରୁ ସୂର୍ଯ୍ୟମନ୍ଦିର ପରିଦର୍ଶନ ବନ୍ଦ
କୋଣାର୍କ, ୩୦ା୧୦(ଆପ୍ର): ବିଶ୍ୱଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ପ୍ରତିଦିନର ପରିଦର୍ଶନ ସମୟରେ ଆସନ୍ତା ୪ ମାସ ପାଇଁ ପରିବର୍ତ୍ତନ ହୋଇଥିବା ଏଏସ୍ଆଇ ବିଭାଗ ପକ୍ଷରୁ ଜଣାପଡ଼ିଛି । ନଭେମ୍ବର ୧ରୁ ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ସକାଳ ୬ରୁ ମନ୍ଦିର ଖୋଲା ରହି ସନ୍ଧ୍ୟା ୬ଟାରେ ସୂର୍ଯ୍ୟମନ୍ଦିର ପ୍ରବେଶ ବନ୍ଦ ହେବ । ସେହିଭଳି ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ସୋ’ ସନ୍ଧ୍ୟା ୬ଟା ୩୦ରୁ ଆରମ୍ଭ ହୋଇ ପୂର୍ବପରି ପର୍ଯ୍ୟଟକ ଅନୁଯାୟୀ ଦୁଇଟି ସୋ’ ଚାଲିବ । ପୂର୍ବରୁ ରାତି ୭ଟାରେ ସୂର୍ଯ୍ୟମନ୍ଦିର ପର୍ଯ୍ୟଟକଙ୍କ ପ୍ରବେଶ ପାଇଁ ବନ୍ଦ ହେଉଥିଲା ।