୮ ଦିନରେ ୧୭ ଡିଗ୍ରୀକୁ ଖସିବ ପାରଦ

ନୂଆଦିଲ୍ଲୀ, ୨୯ା୧୦: ଅକ୍ଟୋବର ସରିବା ସହିତ ୧୦ ରାଜ୍ୟରେ ପ୍ରବଳ ଶୀତ ପଡିବ । ଓଡ଼ିଶା, ତେଲେଙ୍ଗାନା, ଛତିଶଗଡ଼, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜରାଟ, ରାଜସ୍ଥାନ, ୟୁପି, ଦିଲ୍ଲୀ, ହରିଆଣା ଓ ପଞ୍ଜାବରେ ନଭେମ୍ବର ୬-୭ ବେଳକୁ ତୀବ୍ର ବେଗରେ ତାପମାତ୍ରା କମିବ । ଦିନ ଓ ରାତିର ତାପମାତ୍ରାରେ ୧୧ ରୁ ୧୭ ଡିଗ୍ରୀ ପ୍ରଭେଦ ରହିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ କୁହାଯାଇଛି ।
ଏବେ ଉତ୍ତର ଓ ପଶ୍ଚିମଠାରୁ ଆରମ୍ଭ କରି ମଧ୍ୟଭାରତ ପର୍ଯ୍ୟନ୍ତ ଡ୍ରାଇ ନର୍ଥ-ୱେଷ୍ଟ ବାୟୁ ପ୍ରବାହିତ ହେଉଛି । ଉତ୍ତରବର୍ତ୍ତୀ ପାର୍ବତ୍ୟାଞ୍ଚଳରେ ତୁଷାରପାତ ପରେ ଶୀତଳ ପବନ ମଧ୍ୟଭାରତ ପର୍ଯ୍ୟନ୍ତ ପହଞ୍ଚôବ । ନଭେମ୍ବର ୬ ରୁ ଦେଶରେ ୨ଟି ୱେଷ୍ଟର୍ଣ୍ଣ ଡିଷ୍ଟରଭାନ୍ସ କାରଣରୁ ଉତ୍ତର ଭାରତରୁ ମଧ୍ୟ ଭାରତ ପର୍ଯ୍ୟନ୍ତ ଦିନରେ ମଧ୍ୟ ପ୍ରବଳ ଶୀତ ଅନୁଭୂତ ହେବ ।
ଆଇଏମ୍ଡି ରେକର୍ଡ ଅନୁଯାୟୀ କମ୍ ବା ଅଧିକ ବର୍ଷା ସହ ଶୀତର ସମ୍ପର୍କ ନଥାଏ । ଚଳିତ ବର୍ଷ ସ୍ୱଭାବିକରୁ ୬ ପ୍ରତିଶତ ଅଧିକ ବର୍ଷା ହୋଇଛି ।
ମୌସୁମୀ ଫେରିଯିବା ପରେ ବି ପ୍ରାୟ ୬୫ ପ୍ରତିଶତ ବର୍ଷା ହୋଇଛି । କିନ୍ତୁ ନଭେମ୍ବରରେ ପ୍ରବଳ ଶୀତର କାରଣ ଏହା ନୁହେଁ । ଲା-ନିନାର ଗତିବିଧି ଉତ୍ତର ଗୋଲାର୍ଦ୍ଧରେ ୨୦୨୩ ମାର୍ଚ୍ଚ ପର୍ଯ୍ୟନ୍ତ ଜାରି ରହିବା ସମ୍ଭାବନା ଅଛି । ଏହି କାରଣରୁ ଆସନ୍ତା ୪ ମାସ ଭୀଷଣ ଥଣ୍ଡା ପଡିବ । ତା’ଛଡା ଏଥର ଶୀତ ଋତୁର ଅବଧି ଅଧିକ ହେବ । ଲା-ନିନା ସ୍ଥିତି ଜାରି ରହିବା ଦ୍ୱାରା ବଙ୍ଗୋପସାଗର ପ୍ରଭାବିତ ହେବ । ନିକଟରେ ସୃଷ୍ଟି ହୋଇଥିବା ସିତ୍ରାଙ୍ଗ ଆଗାମୀ ୨/୩ ମାସ ଭିତରେ ଅନେକ ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ଦେଖାଦେଇପାରେ ।
ବହୁପ୍ରତୀକ୍ଷିତ ଉତ୍ତର-ପୂର୍ବ ମୌସୁମୀ ଶନିବାର ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରେ ପ୍ରବେଶ କରିଛି । ତାମିଲନାଡୁରେ ବାର୍ଷିକ ବୃଷ୍ଟିପାତର ବୃହତ୍ତର ଭାଗ (୪୭ ପ୍ରତିଶତ) ଏହି ପୂର୍ବୋତ୍ତର ମୌସୁମୀ ପ୍ରବାହ ସମୟରେ ହୋଇଥାଏ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *