କୃଷି ବିଭାଗ ନିରବଦ୍ରଷ୍ଟା, ଚାଷୀ ହତାଶ

ଏକର ଏକର ଜମିରେ ଚକଡ଼ାପୋକ
କଙ୍କଡାହାଡ (ଆପ୍ର): ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ୍ କଙ୍କଡାହାଡ ଗ୍ରାମରେ ଚକଡା ପୋକକୁ ନେଇ ଚାଷୀମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଏକର ଏକର ଜମିରେ ଚକଡା ପୋକ ଲାଗି ଧାନ ନଷ୍ଟ କରୁଥିବା ବେଳେ କୃଷି ବିଭାଗ ନିରବଦ୍ରଷ୍ଟା ସାଜିଛି । କିଛି ଦିନ ହେବ ଚକଡା ପୋକ ଧାନ ଜମିରେ ପ୍ରବେଶ କରିବା ସହିତ ଏକର ଏକର ଜମିରେ ଧାନ ଫସଲ ଖାଇବା ସହିତ ନଷ୍ଟ କରିଦେଇଛନ୍ତି । ଚାଷୀମାନଙ୍କ ମଧ୍ୟରେ ରୋହିତ ସିଂହ, ସନ୍ତୋଷ ସାହୁ, ମନୋଜ ଦାସଙ୍କ ସମେତ ଗ୍ରାମର ଶତାଧିକ ଚାଷୀଙ୍କ ଜମିରେ ଚକଡାପୋକ ଲାଗିଥିବାରୁ ଏହା ଅଧିକରୁ ଅଧିକ ବ୍ୟାପୁ ଥିବାର ଜଣାପଡିଛି । ବର୍ତ୍ତମାନ ଧାନ ବାହାରିବା ସମୟରେ ଚକଡା ପୋକ ଲାଗିବାରୁ ଚାଷୀମାନେ ନିରାଶ ହୋଇପଡିଛନ୍ତିି । କୃଷି ବିଭାଗ ନିକଟରେ କୌଣସି ଖବର ନଥିବାର ଜଣାପଡିଛି । କୃଷି ବିଭାଗ ତରଫରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାନଗଲେ ଆନେ୍ଦାଳନ କରିବାକୁ ଚେତାବନୀ ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *