ସିଲିଣ୍ଡର ବିସ୍ଫୋରଣରେ ୩୫ ଗୁରୁତର
ପାଟନା (ଏଜେନ୍ସି): ପବିତ୍ର ଛଟ୍ ପୂଜାର ଆଜି ଦ୍ୱିତୀୟ ଦିନ ଥିବାବେଳେ ବିହାରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ସଂଘଠିତ ହୋଇ ପ୍ରାୟ ୩୫ଜଣ ଗୁରୁତର ଆହତ ହୋଇଛନ୍ତି । ଔରଙ୍ଗାବାଦ୍ ଜିଲ୍ଲା ଅନ୍ତର୍ଗତ ସାହେବଗଞ୍ଜ ମୋହଲ୍ଲାର ୱାର୍ଡ ନମ୍ବର ୨୪ରେ ରହୁଥିବା ଅନୀଲ ଗୋସ୍ୱାମୀ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଛଟ୍ ପୂଜା ଚାଲିଥିଲା । ତେବେ ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୨.୩ଠ ସମୟରେ ଠାକୁରଙ୍କ ପାଇଁ ଭୋଗ ପ୍ରସ୍ତୁତି କରୁଥିବା ସମୟରେ ଦୁର୍ଭାଗ୍ୟ ବଶତଃ ଘରେ ନିଆଁ ଲାଗିଯାଇଥିଲା ।
ଘଟଣାସ୍ଥଳରେ ଅଗ୍ନିଶମ ଟିମ୍ ପହଞ୍ଚôବା ପୂର୍ବରୁ ପୁଲିସ୍ ଟିମ୍ ପହଞ୍ଚôଯାଇଥିଲା ଏବଂ ଲୋକଙ୍କୁ ସୁରକ୍ଷିତ ବାହାରକୁ ଆଣିବାକୁ ଚେଷ୍ଟା କରିଥିଲା । ତେବେ ଏହି ସମୟରେ ନିଆଁ ଲାଗିଥିବା ଏକ ଗ୍ୟାସ୍ ସିଲିଣ୍ଡର ଉପରକୁ ଜଣେ ପୁଲିସ୍ କର୍ମୀ ପାଣି ଢ଼ାଳିଦେବାରୁ ଏହା ହଠାତ୍ ବିସ୍ଫୋରିତ ହୋଇଯାଇଥିଲା । ଏହି ଘଟଣାରେ ୭ ପୁଲିସ୍ କର୍ମୀଙ୍କ ସହ ପ୍ରାୟ ୩୫ଜଣ ପୋଡିଯାଇଛନ୍ତି । ପରେ ଏମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଏମାନଙ୍କ ମଧ୍ୟରୁ ୧ଠ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଂଗୀନ (ଶରୀରର ୭ଠ%ରୁ ଅଧିକ ପୋଡିଯାଇଥିବା) ରହିଥିବା ଡାକ୍ତରୀ ଦଳ କହିଛନ୍ତି ।