ଭାରତକୁ ତୃତୀୟ ମୁକୁଟ

ଜୋହର କପ୍ କନିଷ୍ଠ ହକି
ଜୋହର ବାହରୁ (ମାଲେସିଆ), ୨୯ା୧୦ (ଏଜେନ୍ସି): ଦୁଇ ଥର ବିଜେତା ଭାରତ ଶନିବାର ଅଷ୍ଟ୍ରେଲିଆକୁ ୫-୪ ପେନାଲ୍ଟି ସୁଟ୍ଆଉଟ୍ରେ ହରାଇ ସୁଲ୍ତାନ୍ ଅଫ୍ ଜୋହର କପ୍ ମୁକୁଟ ହାସଲ କରିଛି । ଭାରତୀୟ ଟିମ୍ର ଏହା ତୃତୀୟ ମୁକୁଟ ।
ଭାରତ ଏହା ପୂର୍ବରୁ ୨୦୧୩ ଓ ୨୦୧୪ରେ ଚାମ୍ପିଅନ ୍ହୋଇଥିବା ବେଳେ ଚାରି ଥର – ୨୦୧୨, ୨୦୧୫, ୨୦୧୮ ଓ ୨୦୧୯ରେ ଦ୍ୱିତୀୟ ସ୍ଥାନରେ ରହିଥିଲା । କୋଭିଡ୍-୧୯ ମହାମାରୀ ଯୋଗୁଁ ୨୦୨୦ ଓ ୨୦୨୧ରେ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇ ନ ଥିଲା ।
ଭାରତୀୟ ଟିମ୍ ପ୍ରଥମ କ୍ୱାର୍ଟରରେହିଁ ଅଗ୍ରଣୀ ହାସଲ କରିଥିଲା । ସୁଦୀପ ଚିରମାକୋ ୧୪ତମ ମିନିଟ୍ରେ ଏକ ସୁନ୍ଦର ଫିଲ୍ଡ ଗୋଲ୍ ଦେଇ ଡେଡ୍ଲକ୍ ଭାଙ୍ଗିଥିଲେ । ଦ୍ୱିତୀୟ କ୍ୱାର୍ଟର ଶେଷ ହେବାକୁ ଏକ ମିନିଟ୍ ବାକି ଥିବା ବେଳେ ଅଷ୍ଟ୍ରେଲିଆ ଗୋଲ୍ ପରିଶୋଧ କରିଥିଲା । ଜ୍ୟାକ୍ ହଲାଣ୍ଡ (୨୯ତମ) ଏହି ସ୍କୋର୍ କରିଥିଲେ ।
ମଧ୍ୟାନ୍ତର ସୁଦ୍ଧା ସ୍କୋର୍ ୧-୧ ବରାବର ସ୍ଥିତିରେ ରହିଥିଲା । ତୃତୀୟ ଓ ଚତୁର୍ଥ କ୍ୱାର୍ଟର ସଂଘର୍ଷପୂର୍ଣ୍ଣ ହୋଇଥିଲା ଏବଂ କେହି କାହାରି ବିପକ୍ଷରେ ଗୋଲ୍ ଦେଇପାରି ନ ଥିଲେ । ଧାର୍ଯ୍ୟ ସମୟ ମଧ୍ୟରେ ସ୍କୋର୍ ୧-୧ ସ୍ଥିତିରେ ଥିଲା । ଏହାପରେ ସୁଟ୍ଆଉଟ୍ ସୁଦ୍ଧା ସ୍କୋର୍ଲାଇନ୍ ୩-୩ ରହିଥିଲା, ଯାହା ଫଳରେ ମୁକାବିଲା ସଡନ୍ ଡେଥ୍କୁ ଯାଇଥିଲା । ଏଥିରେ ସୁଦୀପ ଭାରତ ପକ୍ଷରୁ ସ୍କୋର୍ କରିଥିଲେ । ଏହାପରେ ଭାରତୀୟ ଗୋଲ୍କିପର୍ ଶଶିକୁମାର ମୋହିତ, ଜୋଶୁଆ ବ୍ରୁକ୍ସଙ୍କ ସଟ୍କୁ ଅଟକାଇ ଟିମ୍କୁ ଜିତାଇଥିଲେ ।
ଏହାପୂର୍ବରୁ ଗ୍ରୁପ୍ ପର୍ଯ୍ୟାୟରେ ଭାରତୀୟ ଟିମ୍ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍କୁ ୫-୫ରେ ଅମୀମାଂସିତ ରହିଥିଲା । ଟିମ୍ ଗ୍ରୁପ୍ରେ ଦ୍ୱିତୀୟ ସ୍ଥାନରେ ରହି ଫାଇନାଲ୍ରେ ସ୍ଥାନ ପାଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *