ଦିନକରେ ଦୁଇ ହାତୀ ମୃତ
ବାରଙ୍ଗ/ଆଠମଲ୍ଲିକ, ୨୮ା୧୦(ଆପ୍ର): ନନ୍ଦନକାନନ ହାତୀଶାଳରେ ରହି ପର୍ଯ୍ୟଟକଙ୍କୁ ଖୋରାକ ଯୋଗଉ ଥିବା ବୟସ୍କ ମାଈ ହାତୀ ପ୍ରେମାର ଶୁକ୍ରବାର ମୃତୁ୍ୟ ଘଟିଛି । ଆଜି ଅପରାହ୍ନ ୩-୨୦ରେ ପ୍ରେମା ସବୁଦିନ ପାଇଁ ଆଖି ବୁଜିଛି । ନନ୍ଦନକାନନ ଡାକ୍ତରୀ ଦଳଙ୍କ ସମେତ ଓୟୁଏଟିର ବରିଷ୍ଠ ଚିକିତ୍ସକଙ୍କ ବହୁ ଉଦ୍ୟମ ସତ୍ତ୍ୱେ ହାତୀଟିକୁ ବଞ୍ଚାଇ ପାରିଲେନି । ଏପଟେ ହାତୀଟି ଗତ କିଛିମାସ ହେଲା ତାର ଆଗ ଗୋଡ଼ ପାଦ ନଖ ସନ୍ଧିରେ ସଂକ୍ରମ ବଢି ପୋକ ସାଲୁବାଲୁ ହେବା ସହିତ ପୂଜ ହୋଇଯାଇଥିଲା । ନନ୍ଦନକାନନ କର୍ତ୍ତୃପକ୍ଷ ରୋଗକୁ ସଠିକ ଭାବରେ ନପରଖି ହାତୀଟିକୁ ମାରିଦେଇଥିବା ଚର୍ଚ୍ଚା ହେଉଛି । ସେପଟେ ହାତୀର ଗୋଡ଼ର ସଂକ୍ରମଣ ସ୍ଥାନଟି କ୍ୟାନସର ଦିଗରେ ଗତି କରିଥିବା ବେଳେ ଏହାର ଉପଯୁକ୍ତ ଚିକିତ୍ସା କରା ନଯାଇ କେବଳ ସାଲାଇନ ସମେତ ଜୀବନ ରକ୍ଷାକାରୀ ଔଷଧ ଦିଆଯାଇ ଚିକିତ୍ସା କରାଯାଉଥିଲା ବୋଲି ନନ୍ଦନକାନନର କାର୍ଯ୍ୟରତ ଅଧିକାରୀ କହିଛନ୍ତି । ହାତୀ ବଞ୍ଚô ଯାଇଥାନ୍ତା କିନ୍ତୁ ନନ୍ଦନକାନନ କର୍ତ୍ତୃପକ୍ଷ ରୋଗ ଚିହ୍ନିବାରେ ବିଳମ୍ବ ହେବାରୁ ହାତୀର ଆଜି ମୃତ୍ୟୁ ଘଟିଛି । ପ୍ରକାଶ ଯେ, ନନ୍ଦନକାନନର ସବୁଠାରୁ ବୟସ୍କ ମାଈ ହାତୀ ପ୍ରେମାର ବାର୍ଦ୍ଧକ୍ୟ ଜନିତ ସମସ୍ୟା ଯୋଗୁଁ କେତେବେଳେ ପେଟ ସମସ୍ୟା ଉପୁଜିଛି ତ କେତେବେଳେ ଆଣ୍ଠୁଗଣ୍ଠି ସମସ୍ୟା ଘଟି ସଂକ୍ରମଣ ବୁଦ୍ଧି ପାଇଛି । ଏଭଳି ସମସ୍ୟା ଦୀର୍ଘ ମାସହେଲା ଘଟିଚାଲିଥିଲେ ସୁଧା ନନ୍ଦନକାନନ କାର୍ତ୍ତୃପକ୍ଷ ଉନ୍ନତଧରଣର ଚିକିତ୍ସା ନକରିବା ଯୋଗୁଁ ଅସମୟରେ ବିଭିନ୍ନ ନିରୀହ ପ୍ରାଣୀଙ୍କର ବଂଶ ମଧ୍ୟ ଲୋପ ପାଇଯାଇଛି । ନନ୍ଦନକାନନରେ ପ୍ରତିବର୍ଷ କୋଟି କୋଟି ଟଙ୍କା ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ଆସୁଥିଲେ ମଧ୍ୟ ଏହାକୁ ସଠିକ ମାର୍ଗରେ ବିନିଯୋଗ ନକରି କେବଳ ରେଞ୍ଜରଙ୍କୁ ଠିକାଦାର କାର୍ଯ୍ୟରେ ଲଗାଯାଇ ମଧୁଚନ୍ଦ୍ରିକାରେ ସମୟ କାଟୁଛନ୍ତି । ଯାହାଫଳରେ ନିରୀହ ପ୍ରାଣୀଙ୍କ ଦୁର୍ଲଭ ଜୀବନ କଥା ବୁଝିବାକୁ କର୍ତ୍ତୃପକ୍ଷ ଭୁଲିଯାଉଥିବା ନନ୍ଦନକାନନ ଆଞ୍ଚଳିକ ସୁରକ୍ଷା କମିଟି ଦାବି କରିଛି । ଧଳା ବାଘୁଣୀ ବିଜୟାର ମୃତୁ୍ୟହେବା ଏକ ସପ୍ତାହ ହୋଇନି ଆଜି ପୁଣି ଏକ ହାତୀର ମୃତୁ୍ୟ ଘଟିଛି । ନନ୍ଦନକାନନ ପାଇଁ ଏହା ଦେହ ସୁଆ ଘଟଣା ହୋଇଯାଇଥିବା ବେଳେ ଉଚ୍ଚସ୍ତରରେ ତଦନ୍ତ ହେବା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ଜୋର ଧରିଛି । ବର୍ତ୍ତମାନ ନନ୍ଦନକାନନରେ ଆଉ ଏକ ମାଈହାତୀ ବାସନ୍ତୀର ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଛି । ପ୍ରେମା ହାତୀର ମୃତୁ୍ୟ ପରେ ବର୍ତ୍ତମାନ ନନ୍ଦନକାନନରେ ହାତୀ ସଂଖ୍ୟା ୩କୁ ଖସି ଆସିଛି ।
ସେହିପରି ଆଠମଲ୍ଲିକ ବନଖଣ୍ଡ ଅଧୀନସ୍ଥ ବାମୁର ବନାଞ୍ଚଳ ଅନ୍ତର୍ଗତ ବାସୁଦେବପୁର ପଞ୍ଚାୟତ ଶାନ୍ତିପୂର ଜଙ୍ଗଲରୁ ଶୁକ୍ରବାର ଜଙ୍ଗଲବିଭାଗ କର୍ମ·ରୀ ଏକ ମାଈ ହାତୀର ମୃତଦେହ ଉଦ୍ଧାର କରିଥିବା ଜଣାଯାଇଛି । ହାତୀଟିର ମୃତଦେହ ଉଦ୍ଧାର କରିବାକୁ ସନ୍ଧ୍ୟା ହୋଇଯିବାରୁ ଶବ ବ୍ୟବଛେଦ ହୋଇପାରି ନଥିବା ଜଣାଯାଇଛି । ଆସନ୍ତାକାଲି ବ୍ୟବଚ୍ଛେଦ କରାଯିବ ଓ ରିପୋର୍ଟ ଆସିଲେ ହାତୀ ମୃତୁ୍ୟର କାରଣ ଜଣାପଡିବ ବୋଲି ବନଖଣ୍ଡ ଅଧିକାରୀ ଏସ ଆନନ୍ଦ କହିବାସହ ହାତୀମୃତୁ୍ୟର ତଦନ୍ତ ଆରମ୍ଭ ହୋଇଛି ବୋଲି କହିଛନ୍ତି । ଏଥିପୂର୍ବରୁ ଆଠମଲ୍ଲିକ ବନଖଣ୍ଡ ଅଧୀନସ୍ଥ ମାଧପୁର ବନାଞ୍ଚଳ ଅନ୍ତର୍ଗତ ଗତ ବାସୁଦେବପୁର ପଞ୍ଚାୟତ ମୁଣ୍ଡାପଡା ଖେସରା ଜଙ୍ଗଲରୁ ଗତ ୧୫ ତାରିଖରେ ଏକ ୩୦ ବର୍ଷ ବୟସ ଦନ୍ତାହାତୀର ମୃତଦେହ ଉଦ୍ଧାର କରାଯାଇଥିଲା । ଗତ ୭ ବର୍ଷ ମଧ୍ୟରେ ଆଜିକୁ ମିଶାଇ ୪ଟି ଙ୍କର ଅସ୍ୱାଭାବିକ ମୃତୁ୍ୟ ହୋଇଥିଲେ ସୁଦ୍ଧା ବନବିଭାଗ କୌଣସି ପଦକ୍ଷେପ ନ ନେଇ ସମୟ ଗଡ଼ଇବା ରାସ୍ତା ଆପଣେଇଛି । ୧୫ ଦିନ ତଳେ ମରିଥିବା ହାତୀର କାରଣ ଆଜି ସୁଦ୍ଧା ଜଣାପଡିନ ଥିବା ସ୍ଥଳେ ଆଗକୁ ସତ୍ୟ ବାହାରକୁ ଆସିବା ସନେ୍ଦହ ଘେରରେ । ଏ ଅଞ୍ଚଳରେ ବାରମ୍ବାର ହାତୀ ମୃତୁ୍ୟ ଘଟଣା ଏକ ସମ୍ବେଦନଶୀଳ ଘଟଣା ହୋଇଥିବା ବେଳେ ବର୍ତ୍ତମାନ ଆଠମଲ୍ଲିକ ବନଖଣ୍ଡରେ ହାତୀ ସୁରକ୍ଷିତ ନାହାନ୍ତି ବୋଲି ସାଧାରଣରେ ମତପ୍ରକାଶ ପାଇଛି । ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସାଧାରଣରେ ଦାବି ହୋଇଛି ।