ମସ୍କ ଟ୍ୱିଟର୍ ବସ୍

ସିଇଓ ପରାଗ ଓ ପଲିସି ଚିଫ୍ ବିଜୟାଙ୍କୁ ବିଦା କଲେ
ସାନ୍ ଫ୍ରାନ୍ସିସ୍କୋ, ୨୮ା୧୦: ପୃଥିବୀର ସବୁଠୁ ଧନୀ ଏଲନ୍ ମସ୍କ ଟ୍ୱିଟର୍ର ନୂଆ ମାଲିକ ହୋଇଛନ୍ତି । ମାଲିକାନା ସ୍ୱତ୍ୱ ହାସଲ କରିବା ମାତ୍ରେ ସେ ଟ୍ୱିଟର୍ର ସିଇଓ ପରାଗ ଅଗ୍ରୱାଲ୍ ଓ ପଲିସି ଚିଫ୍ (ଲିଗାଲ୍ ଏଗ୍ଜିକୁ୍ୟଟିଭ୍) ବିଜୟା ଗାଡ୍ଡେ ସମେତ ୪ ଜଣ ତୁଙ୍ଗ ଅଧିକାରୀଙ୍କୁ ବରଖାସ୍ତ କରିଛନ୍ତି । ଏପରିକି ଏମାନଙ୍କ ମଧ୍ୟରୁ ଜଣଙ୍କୁ ସାନ୍ ଫ୍ରାନ୍ସିସ୍କୋସ୍ଥିତ ଟ୍ୱିଟର୍ ମୁଖ୍ୟାଳୟରୁ ବାହାରକୁ ନେଇ ବିଦା କରି ଦିଆଯାଇଛି । ପରେ ପରେ ସେ ସମ୍ପୃକ୍ତ ଅଧିକାରୀଙ୍କୁ ତାଚ୍ଛଲ୍ୟ କରି ଟୁଇଟ୍ କରିଛନ୍ତି- ଦ ବର୍ଡ ଇଜ୍ ଫ୍ରିଡ୍ । ଆମେରିକୀୟ ମିଡିଆ ରିପୋର୍ଟ ଅନୁଯାୟୀ କମ୍ପାନୀର ସିଏଫ୍ଓ ନେଡ୍ ସେଗଲ୍ଙ୍କୁ ଏହିପରି ଅପଦସ୍ଥ ହେବାକୁ ପଡିଛି ।
ଏଲନ୍ ମସ୍କ ୪୪ ବିଲିଅନ୍ ଡଲାରର ଡିଲ୍ ପୂର୍ଣ୍ଣାଙ୍ଗ କରନ୍ତୁ କିମ୍ବା କୋର୍ଟରେ କମ୍ପାନୀ ସହ ଲଢିବା ପାଇଁ ପ୍ରସ୍ତୁତ ହୁଅନ୍ତୁ – ଏଥିପାଇଁ ଶୁକ୍ରବାର ପର୍ଯ୍ୟନ୍ତ ଥିଲା ମହଲତ୍ । ଶୁକ୍ରବାର ସେ ଟୁଇଟର୍କୁ କିଣିନେବା ପରେ ପରେ ପୂର୍ବୋକ୍ତ ୪ଜଣଙ୍କୁ ହଟାଇ ଦେଇଥିଲେ । ମସ୍କ ଟୁଇଟର୍ କିଣିବା ସୂଚନା ଦେବା ପରଠାରୁ ପରାଗ ତାଙ୍କୁ ସମାଲୋଚନା କରି ଆସୁଥିଲେ ।
ଏ ଭିତରେ ସେ ତାଙ୍କ ଟୁଇଟର୍ ପ୍ରୋଫାଇଲ୍ ବଦଳାଇ ନିଜକୁ ‘ଟୁଇଟ୍ ପ୍ରମୁଖ’ ବୋଲି ଦର୍ଶାଇଛନ୍ତି । ସେଥିରେ ନିଜ ଠିକଣା ଟୁଇଟର୍ ମୁଖ୍ୟାଳୟ ବୋଲି ଦର୍ଶାଇଛନ୍ତି । ଏପ୍ରିଲ୍ ୧୩ରେ ସେ ଟୁଇଟର୍ କିଣିବେ ବୋଲି ଘୋଷଣା କରିଥିଲେ ।
ଏବେ କମ୍ପାନୀର ପୁନର୍ଗଠନ କରିବେ । ୭୫ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରାଯିବ ବୋଲି କିଛିଦିନ ପୂର୍ବେ ସେ ସୂଚନା ଦେଇଥିଲେ । କିନ୍ତୁ ବୁଧବାର ପ୍ରଥମ ଥର ପାଇଁ ଟୁଇଟର ମୁଖ୍ୟାଳୟକୁ ଯାଇ ଏତେ କର୍ମଚାରୀ ଛଟେଇ ହେବେ ନାହିଁ ବୋଲି ସ୍ପଷ୍ଟୀକରଣ ଦେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *