ଚଢ଼ା ଦାମ୍ ନ ଦେବାରୁ ଅବଢ଼ା ମିଳିଲାନି

ଶ୍ରୀମନ୍ଦିର ପ୍ରଶାସନିକ ସୁପରଭାଇଜରଙ୍କୁ ଅଭିଯୋଗ
ପୁରୀ (ବୁ୍ୟରୋ): ପବିତ୍ର କାର୍ତ୍ତିକ ମାସରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅବଢ଼ା ଟିକେ ପାଇବା ଆଶା ତଥା କାର୍ତ୍ତିକ ମାସକୁ ଧର୍ମ ମାସ ଭାବେ ମାନି ଅନେକ ଭକ୍ତ ପୁରୀକୁ ଆସନ୍ତି । ହବିଷ ବ୍ରତ କରି ପ୍ରସାଦ ରୂପେ ଅବଢ଼ÿା ପାଇଥାନ୍ତି । ଶୁକ୍ରବାର ସକାଳ ସମୟରେ ପୁରୀର ଜଣେ ଶ୍ରଦ୍ଧାଳୁ ଆନନ୍ଦ ବଜାରକୁ ଆସି ବିକ୍ରି ହେଉଥିବା ପୂର୍ବ ଦିନର ଅଭଡ଼ା ଟିକେ କିଣି ନେବାପାଇଁ ଆନନ୍ଦ ବଜାରରେ ସୁଆର ସେବକଙ୍କୁ କହିଥିଲେ । ସମ୍ପୃକ୍ତ ସୁଆର ସେବକ ନମ୍ବରୀ ଅବଢ଼ା ପାଇଁ ୪୦୦ ଟଙ୍କା ଦେବାକୁ କହିବାରୁ ଶ୍ରଦ୍ଧାଳୁ ଜଣକ ଅବଢ଼ÿାର ଚଢ଼ା ଦାମ ଶୁଣି ପରେ ଚକେ ଅନ୍ନ ଟିକେ ନେବାପାଇଁ ଅନୁରୋଧ କରିଥିଲେ । ହେଲେ ସୁଆର ସେବକ ଅବଢ଼ÿା ଦେବାପାଇଁ ରୋକଠୋକ ମନାକରିଥିଲେ । ଫଳରେ ସେ ଉପାୟ ଶୂନ୍ୟ ହୋଇ ସିଂହଦ୍ୱାର ବାମପାଶ୍ୱର୍ରେ ଥିବା ଅସ୍ଥାୟୀ ପୁଲିସ ସହାୟତା କେନ୍ଦ୍ରରେ ଜଣେ ପୁଲିସ କର୍ମଚାରୀଙ୍କୁ କହିବା ସହ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସୁପରଭାଇଜର ଦାୟିତ୍ୱରେ ଥିବା ପ୍ରତାପ ନନ୍ଦଙ୍କୁ ଅଭିଯୋଗ ଶୁଣାଇ ଥିଲେ । ପରେ ଶ୍ରୀ ନନ୍ଦ ସମ୍ପୃକ୍ତ ସୁଆରଙ୍କୁ ଡାକି ଘଟଣାର ସତ୍ୟତା ପଚାରିବାରୁ କିଛି ସମୟ ତୁତୁ ମେମେ ପରେ ସେ ଏହାକୁ ସ୍ୱୀକାର କରିଥିଲେ । ଯଦି ପୁରୀ ସହରବାସୀଙ୍କୁ ଏଭଳି ବ୍ୟବହାର, ତେବେ ରାଜ୍ୟ ବାହାରୁ ଆସୁଥିବା ବେଙ୍ଗଲୀ, ଛତିଶଗଡ ଏବଂ ଅନ୍ୟ ଭକ୍ତଙ୍କୁ ବ୍ୟବହାର କିଭଳି ଥିବ ତାହା ବେଶ୍ ଅନୁମେୟ । ସୂଚନାଯୋଗ୍ୟ କିଛିଦିନ ତଳେ ଅନେକ ଭକ୍ତ ଏଭଳି ଚଢ଼ା ଦରରେ ଅବଢ଼ÿା କିଣୁଥିବା ଅଭିଯୋଗ ଆସିଥିବା ବେଳେ ଟେଲିଭିଜନ ମାଧ୍ୟମରେ ସୁଆର ସେବକ ଏହାକୁ ଅସ୍ୱୀକାର କରିଥିଲେ । ଏତେ ସବୁ ଘଟଣା ଘଟିବା ପରେ ମଧ୍ୟ ଶ୍ରୀମନ୍ଦିର ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବାରୁ ଶ୍ରଦ୍ଧାଳୁ ଅସନ୍ତୋଷବ୍ୟକ୍ତ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *