ବିଜେଡିର ଜନସମ୍ପର୍କ ପଦଯାତ୍ରା
ବାଲିଗୁଡ଼ା (ଆପ୍ର): ବାଲିଗୁଡା ବିଜେଡି ବ୍ଲକ ସଭାପତି ଟୁନା ଦାସଙ୍କ ନେତୃତ୍ୱରେ ହଜାର ହଜାର ଦଳୀୟ କର୍ମୀ ବିଜେଡି ଜନସମ୍ପର୍କ ପଦଯାତ୍ରାରେ ସାମିଲ ହୋଇ ବିଜେଡି କାର୍ଯ୍ୟାଳୟ ଠାରୁ ଶୋଭାଯାତ୍ରାରେ ବାହାରି ବାଲିଗୁଡ଼ା ସହର ପରିକ୍ରମା କରିଥିଲେ । ଏହି ପଦଯାତ୍ରାରେ କନ୍ଧମାଳ ସାଂସଦ ଡ. ଅଚୁ୍ୟତ ସାମନ୍ତ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସକ ଓ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରିଥିଲେ । ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ବିଜୟ ନାୟକ, ବାଲିଗୁଡା ବିଧାୟକ ଚକ୍ରମଣୀ କହଁର, ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ, ଜିଲ୍ଲା ସଭାପତି ସରୋଜ କର୍ଣ୍ଣ, କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲିକ, ବାଲିଗୁଡା ଏନ୍ଏସି ଅଧ୍ୟକ୍ଷା ଗୋବିନ୍ଦ ପ୍ରଧାନ, ଉପାଧ୍ୟକ୍ଷା ଶାନ୍ତି ନାୟକ, ବାଲିଗୁଡ଼ା ପୂର୍ବତନ ବିଧାୟକ ରାଜିବ ପାତ୍ର, ତୁମୁଡିବନ୍ଧ ବ୍ଲକ୍ ସଭାପତି ପ୍ରମୋଦ କୁମାର ସାହୁ, ଜିଲ୍ଲା ସଭାନେତ୍ରୀ ପୁନମ କହଁର, ବିଜେଡି ଜିଲ୍ଲା ଯୁବ ସଭାପତି ବିଷ୍ଣୁ ଚରଣ ମଳିକ, ବାଲିଗୁଡ଼ା ବ୍ଲକ ଅଧ୍ୟକ୍ଷା ମିଶାବତୀ ମଳିକ, ଜିଲ୍ଲା ସାଧାରଣ ସମ୍ପାଦକ ଲୋକନାଥ ପାଢ଼ୀ ପ୍ରମୁଖ ପଦଯାତ୍ରାରେ ସାମିଲ ହୋଇଥିଲେ । ସାଧାରଣ ସଭାକୁ ବିଜେଡି ବ୍ଲକ ସଭାପତି ତଥା ସାଂସଦ ପ୍ରତିନିଧି ଟୁନା ଦାସ ପରିଚାଳନା କରିଥିଲେ ।