ଧଉଳି ପାଳୁଛି ସୁବର୍ଣ୍ଣ ଜୟନ୍ତୀ

ଭୁବନେଶ୍ୱର, ୨୭ା୧୦ (ବୁ୍ୟରୋ): ଧୁମ୍ଧାମ୍ରେ ପାଳିତ ହେବ ଧଉଳି ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ । ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ଦେଶ ବିଦେଶରୁ ଆସିଛନ୍ତି ଶତାଧିକ ବୌଦ୍ଧ ସନ୍ୟାସୀ ଓ ଭିକ୍ଷୁ । ଗୁରୁବାର ରାଜଧାନୀରେ ଶାନ୍ତି ଶୋଭାଯାତ୍ରା କରି ବୌଦ୍ଧ ସାଧୁ ସନ୍ଥମାନେ ରାଜଭବନ ନିକଟ ସ୍ୱତନ୍ତ୍ର ସର୍କିଟ ହାଉସରୁ ବାହାରି ଧଉଳି ପର୍ଯ୍ୟନ୍ତ ଯାଇଛନ୍ତି । ଯେଉଁଥିରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବୌଦ୍ଧ ଧର୍ମଗୁରୁ ଓ ପ୍ରଚାରକମାନେ ଯୋଗ ଦେଇ ଶାନ୍ତିର ବାର୍ତ୍ତା ବାଣ୍ଟିଥିଲେ । ପରେ ଧଉଳି ଶାନ୍ତିସ୍ତୁପ ନିକଟରେ ପହଞ୍ଚିବା ପରେ ଶାନ୍ତି ପ୍ରାର୍ଥନା କରିଥିଲେ ।
ସୁବର୍ଣ୍ଣ ଜୟନ୍ତୀ ଅବସରରେ ଦୁଇ ଦିନ ଧରି ପୂଜାପାଠ, ମନ୍ତ୍ର ଉଚ୍ଚାରଣ ଓ ଶାନ୍ତି ପ୍ରାର୍ଥନାରେ ପ୍ରକମ୍ପିତ ହେବ ଶାନ୍ତିସ୍ତୁପ ଧଉଳି । ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସେପଟେ ନୂତନ ରୂପରେ ସଜେଇ ହୋଇଛି ଧଉଳି । ରାସ୍ତା ପାଶ୍ୱର୍ର ସୌନ୍ଦର୍ଯ୍ୟକରଣ ପ୍ରତି ରାଜ୍ୟ ସରକାର ବିଶେଷ ଧ୍ୟାନ ଦେଇଥିବାବେଳେ ଧଉଳି ପାହାଡ଼ ପାଦଦେଶରେ ଏକାଧିକ ସୌନ୍ଦର୍ଯ୍ୟକରଣ କାମ କରାଯାଇଛି । ଜାପାନର ବୌଦ୍ଧ ସନ୍ନ୍ୟାସୀ ଟେରା ସାୱା ଧଉଳିର ସୁବର୍ଣ୍ଣ ଜୟନ୍ତୀ ପାଳନରେ ଯୋଗ ଦେବାକୁ ଓଡ଼ିଶା ଆସିଛନ୍ତି । ୫୦ ବର୍ଷ ତଳେ ସେ ଆସି ଏଠାରେ ଶାନ୍ତିସ୍ତୁପ ସ୍ଥାପନ କରିଥିଲେ ବୋଲି କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *