ବ୍ରହ୍ମଗିରି ଓ ପୁରୀରେ ସମବାୟ ନିର୍ବାଚନ କର୍ମଶାଳା

ପୁରୀ (ବୁ୍ୟରୋ): ପୁରୀ-ନିମାପଡ଼ା କେନ୍ଦ୍ର ସମବାୟ ବ୍ୟାଙ୍କର ୧୪ ଗୋଟି ନିଦେ୍ର୍ଦଶକ ପଦ ପାଇଁ ଆସନ୍ତା ୩୦ ତାରିଖ ଦିନ ନିର୍ବାଚନ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ବିଜୁ ଜନତା ଦଳ ଦ୍ୱାରା ଆୟୋଜିତ ପୁରୀ-ନିମାପଡ଼ା କେନ୍ଦ୍ର ସମବାୟ ନିର୍ବାଚନ କର୍ମଶାଳାରେ ବ୍ରହ୍ମଗିରି ବ୍ଲକ୍ ସାଇକଲ୍ୟାଣ ମଣ୍ଡପ ଠାରେ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, ପୂର୍ବତନ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା, ବିଧାୟକ ରୁଦ୍ରପ୍ରତାପ ମହାରଥୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି । କର୍ମଶାଳାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟ ଯୋଜନା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିବା ସହିତ ଯେଉଁଭଳି ଭାବେ ଆସନ୍ତା ୩୦ ତାରିଖ ଦିନ ଦଳର ସମସ୍ତ ନିଦେ୍ର୍ଦଶକ ପ୍ରାର୍ଥୀମାନେ କିଭଳି ବିଜୟୀ ଲାଭ କରିବେ ସେନେଇ ସମସ୍ତ ସଭ୍ୟ ଓ ସଭ୍ୟାମାନଙ୍କୁ ନିବେଦନ କରାଯାଇଛି ।
କାର୍ଯ୍ୟକ୍ରମରେ ସାଂସଦଙ୍କ ପ୍ରତିନିଧି ଯୁଧିଷ୍ଠିର ନାୟକ, ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ୱପ୍ନାରାଣୀ ସ୍ୱାଇଁ, ବ୍ରହ୍ମଗିରି ବ୍ଲକ୍ ଅଧ୍ୟକ୍ଷା ରତ୍ନମାଳା ବେହେରା, ଉପାଧ୍ୟକ୍ଷା ମାଳିନୀ ଦଲାଇ, କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷା ସରୋଜିନୀ ତରେଇ, ଉପାଧ୍ୟକ୍ଷା ଶକୁନ୍ତଳା ଗଡ଼ୁ, ଜିଲ୍ଲା ପରିଷଦ ଜମ୍ବେଶ୍ୱର ସାହୁ, ଲକ୍ଷ୍ମୀଧର ସାହୁ, ସନ୍ଦିପ କୁମାର ଜେନା, ମୋନାଲିସା ମିଶ୍ର, ବରିଷ୍ଠ ନେତା ବୈରାଗୀ ଜେନା, ବ୍ଲକ୍ ସଭାପତି ବିଦ୍ୟାଧର ସ୍ୱାଇଁ ଓ ଦଳୀୟ ପଦାଧିକାରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।
ସେହିପରି ପୁରୀ ନରେନ୍ଦ୍ରକୋଣ ବିଜେଡି କାର୍ଯ୍ୟାଳୟଠାରେ ସମବାୟ ନିର୍ବାଚନ କର୍ମଶାଳା ଅନୁଷ୍ଠିତ ହୋଇଛି । ଏଥିରେ ପୁରୀ ଜିଲ୍ଲାର ଜିଲ୍ଲା ସଭାପତି ଶ୍ରୀ ମହାନ୍ତି, ପୂର୍ବତନ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ଦାସବର୍ମା, ମନ୍ତ୍ରୀ ଶ୍ରୀ ଦାସ, ବିଧାୟକ ଶ୍ରୀ ମହାରଥି ଓ ବ୍ଲକ୍ ଅଧ୍ୟକ୍ଷ ଦିବାକର ପାତ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ପ୍ରତିନିଧି ବିଦ୍ୟାଧର ସ୍ୱାଇଁ, ବୈରାଗୀ ଜେନା ଓ ସବ୍ୟସାଚ୍ଚୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *