ଏତଲା ଦେବାରୁ ମହିଳାଙ୍କୁ ହତ୍ୟା

ଗୁଣି ସନେ୍ଦହରେ ସଂଘବଦ୍ଧ ଆକ୍ରମଣ
କବିସୂର୍ଯ୍ୟନଗର,୨୭ା୧୦(ଆପ୍ର): ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ମଧୁରଝୋଳ ଗ୍ରାମରେ ଗୁଣିଗାରେଡ଼ି ସନେ୍ଦହରେ ୪ଜଣଙ୍କୁ ଗାଁ ମଣ୍ଡପରେ ବାନ୍ଧି ସଂଘବଦ୍ଧ ଆକ୍ରମଣ କରିଛନ୍ତି ଗ୍ରାମବାସୀ । ଏପରିକି ପୁଲିସ ଆକ୍ରମଣର ଶିକାର ହୋଇଥିବା ଲୋକଙ୍କୁ ଉଦ୍ଧାର କରି ନପାରି ଅତିରିକ୍ତ ଫୋର୍ସ ମଗାଇ ପୀଡ଼ିତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି । ଅନ୍ୟପକ୍ଷରେ ଆକ୍ରମଣର ଶିକାର ହୋଇଥିବା ଜଣେ ବ୍ୟକ୍ତିଙ୍କ ପତ୍ନୀ ସେହି ରାତିରେ ପୁଲିସକୁ ଜଣାଇବାରୁ ତାଙ୍କୁ ମଧ୍ୟ ପିଟିପିଟି ହତ୍ୟା କରାଯାଇଛି । ଏହି ଅଘଟଣ ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇବାରୁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସମେତ ୪ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ପୁଲିସ ୯ ପୁରୁଷ ଓ ୫୦ରୁ ଊଦ୍ଧ୍ୱର୍ ମହିଳାଙ୍କୁ ଅଟକ ରଖି ତଦନ୍ତ ତ୍ୱରାନ୍ୱିତ କରିଛି । ପୁଲିସ ଭୟରେ ଗାଁ ପୁରୁଷଶୂନ୍ୟ ହୋଇ ଯାଇଛି ।
ବୁଧବାର ରାତିରେ ଗ୍ରାମର ଜଣେ ବ୍ୟକ୍ତିଙ୍କୁ ପ୍ରେତାତ୍ମା ଲାଗିଥିଲା । ଗ୍ରାମର ଯୁଧିଷ୍ଠିର ନାହାକଙ୍କ ସମେତ ୪ ଜଣ ଗୁଣି ଗାରେଡ଼ି କରୁଥିବା ପ୍ରେତାତ୍ମା ପ୍ରବେଶ କରିଥିବା ବ୍ୟକ୍ତି କହିବାରୁ ଗ୍ରାମବାସୀ ବିଶ୍ୱାସ କରି ସଭା ବସାଇଥିଲେ । ଯୁୁଧିଷ୍ଠିରଙ୍କ ସମେତ ସମସ୍ତଙ୍କୁ ସଭାରେ ଉପସ୍ଥିତ ରହିବା ପାଇଁ କୁହାଯାଇଥିଲା । ସଭା ଚାଲିଥିବା ସମୟରେ ଗ୍ରାମବାସୀ ଓ ଉକ୍ତ ୪ଜଣଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଫଳରେ କିଛି ଲୋକ ଯୁଧିଷ୍ଠିର ଏବଂ ଅନ୍ୟ ୩ଜଣଙ୍କୁ ଗାଁ ମଣ୍ଡପରେ ବାନ୍ଧି ନସ୍ତୁକ ମାଡ଼ ମାରିଥିଲେ । ସେହି ରାତିରେ ଯୁଧିଷ୍ଠିରଙ୍କ ପତ୍ନୀ କବିସୂର୍ଯ୍ୟନଗର ପୁଲିସକୁ ଖବର ଦେଇଥିଲେ । ପୁଲିସ ପହଞ୍ଚô ଗ୍ରାମବାସୀଙ୍କ କବଳରୁ ୪ଜଣଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲା । କିନ୍ତୁ ଗ୍ରାମବାସୀଙ୍କ ପକ୍ଷରୁ ଆକ୍ରମଣ ଆଶଙ୍କା କରି ଅଧିକ ଫୋର୍ସ ମଗାଇବା ବିଳମ୍ବିତ ରାତିରେ ସମସ୍ତଙ୍କୁ ଉଦ୍ଧାର କରି ଆସିକା ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା । ଏତିକିରେ ଗ୍ରାମବାସୀ ଶାନ୍ତ ପଡ଼ି ନ ଥିଲେ । ପୁଲିସକୁ କାହିଁକି ଖବର ଦେଲୁ ବୋଲି କହି ଗାଁ ଲୋକେ ମେଳି ହୋି ଯୁଧିଷ୍ଟିରଙ୍କ ଘରେ ଚଢ଼ଉ କରି ତାଙ୍କ ପତ୍ନୀ ଝୁନୁ ନାହାକ(୫୫)ଙ୍କୁ ଆକ୍ରମଣ କରିଥିଲେ । ଲୋକଭ୍କ ମାଡ଼ରେ ଘଟଣା ସ୍ଥଳରେ ଝୁନୁଙ୍କର ମୃତୁ୍ୟ ଘଟିଥିଲା । ଗୁରୁବାର ସକାଳେ ସାଇଣ୍ଟିଫିକ୍ ଟିମ୍ ଓ ମାଜିଷ୍ଟ୍ରେଟ ତଥା କବିସୂର୍ଯ୍ୟନଗର ତହସିଲଦାର ମୋନାଲିସା ଆଚାର୍ଯ୍ୟଙ୍କ ଉପସ୍ଥିତିରେ ଝୁନୁୂଙ୍କ ଶବ ଜବତ କରିଥିଲା ପୁଲିସ । ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇ କେସ୍ ନଂ ୪୯୫/୨୨, ଆଇପିସି ଦଫା ୧୪୭/୧୪୮/୪୪୯/୪୨୭/୩୦୨/୫୦୬/୩୨୩/୩୨୪/୧୪୯ରେ ମାମଲା ରୁଜୁ କରି କବିସୂର୍ଯ୍ୟନଗର ପୁଲିସ ପୁରୁଷ ଓ ମହିଳାଙ୍କ ସମେତ ୫୯ରୁ ଅଧିକ ଲୋକଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ।
ଆଇନ ଶୃଙ୍ଖଳା ପରିସ୍ଥିତିକୁ ଏଡାଇବା ନିମିତ୍ତ ମଧୁରଝୋଳରେ ଏସ୍ଡିପିଓଙ୍କ ସମେତ କୋଦଳା, ପୋଲସରା, ଆସିକା, ପୁରୁଷୋତ୍ତମପୁର, କବିସୂର୍ଯ୍ୟନଗର ଥ ଆଇଆଇସିଙ୍କ ସମେତ ୪ ପ୍ଳାଟୁନ ଫୋର୍ସ ମୁତୟନ କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *