ତେଲେଙ୍ଗାନାରେ ଅପରେସନ୍ ଲୋଟସ୍!
ହାଇଦ୍ରାବାଦ୍ (ଏଜେନ୍ସି): ‘ବିଜେପି ଏବେ ତେଲେଙ୍ଗାନାରେ ମଧ୍ୟ ଅପରେସନ୍ ଲୋଟସ୍ ଆରମ୍ଭ କରିଦେଇଛି । ଦିଲ୍ଲୀ, ପଞ୍ଜାବ, ପଶ୍ଚିମବଙ୍ଗ, ଝାଡଖଣ୍ଡ ଏବଂ ରାଜସ୍ଥାନରେ ସ୍ଥିତବାନ୍ ରାଜ୍ୟ ସରକାରଙ୍କୁ ଭାଙ୍ଗିବାରେ ବିଫଳ ହେବା ପରେ ବିଜେପି ଏବେ ତେଲେଙ୍ଗାନା ଉପରେ ନଜର ପକାଇଛି । ଆମର ୪ ବିଧାୟକଙ୍କୁ ବିଜେପି ପକ୍ଷରୁ ୧ଠଠ କୋଟି ଲେଖାଏ ଯଚାଯିବା ସହ ମନ୍ତ୍ରିମଣ୍ଡଳରେ ପଦ ପଦବୀ ଦିଆଯିବାର ପ୍ରଲୋଭନ ମଧ୍ୟ ଦିଆଯାଉଛି । ତେବେ ବିଜେପିର ଏପ୍ରକାର ହୀନ ଉଦେ୍ଦଶ୍ୟ କଦାପି ଫଳବତୀ ହେବ ନାହିଁ ।’ ତେଲେଙ୍ଗାନାରେ କ୍ଷମତାସୀନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ଦଳ ଭାରତ ରାଷ୍ଟ୍ର ସମିତି (ବିଆରଏସ୍: ପୂର୍ବର ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ୍) ପକ୍ଷରୁ ବିଜେପି ବିରୋଧରେ ଏପ୍ରକାର ସଂଗୀନ୍ ଅଭିଯୋଗ ଅଣାଯାଇଛି ।
ବିଆରଏସ୍ ପକ୍ଷରୁ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ଏଭଳି ଅଭିଯୋଗ ଅଣାଯାଇଛି । ବିଆରଏସ୍ ଦର୍ଶାଇଛି ଯେ, ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଦଳ ଭାରତ ରାଷ୍ଟ୍ରୀୟ ସମିତିର ବିଧାୟକଙ୍କୁ ବିଜେପି କିଣିବାକୁ ଚେଷ୍ଟା କରୁଛି । ଏନେଇ ବିଆରଏସ୍ ପକ୍ଷରୁୂ ପୁଲିସ୍ରେ ଲିଖିତ ଅଭିଯୋଗ କରାଯାଇଥିବା ବେଳେ ରାଜ୍ୟ ପୁଲିସ ପ୍ରଶାସନ ମଧ୍ୟ ବିଜେପି ସହ ସମ୍ପୃକ୍ତ ୪ଜଣ ଏବଂ ବିଆରଏସ୍ର ୩ ବିଧାୟକଙ୍କୁ ଗିରଫ କରିବା ସହ ଏମାନଙ୍କ ନିକଟରୁ ପ୍ରାୟ ୧୫ କୋଟି ନଗଦ ରାଶି ମଧ୍ୟ ଜବତ କରିଛି ।
ଆଗକୁ ତେଲେଙ୍ଗାନା ମୁନୁଗୁଡେ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଭଳି ଘଟଣା ସାମ୍ନାକୁ ଆସିଛି । ଅନ୍ୟପକ୍ଷେ ଏହି ଘଟଣାରେ ଗିରଫ ହୋଇଥିବା ଲୋକଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଜି. କିଶାନ ରେ‡ୀଙ୍କ ସହଯୋଗୀ ମଧ୍ୟ ସାମିଲ ଅଛନ୍ତି ବୋଲି ବିଆରଏସ୍ ଦାବି କରିଛି ।