ଚୌଦ୍ୱାର-କଟକ ବିଜେଡିର ଜନସମ୍ପର୍କ ପଦଯାତ୍ରା

ଚୌଦ୍ୱାର (ଆପ୍ର): ଚୌଦ୍ୱାର ସହରରେ ବିଜୁ ଜନତା ଦଳ ତରଫରୁ ଜନସମ୍ପର୍କ ପଦଯାତ୍ରା ବୁଧବାର ଅନୁଷ୍ଠିତ ହୋଇ ଯାଇଛି । ପୂର୍ବତନ ବିଧାୟକ ଡ. ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଅତିଥି ଭାବେ ଯୋଗ ଦେଇଥିଲେ । ଚୌଦ୍ୱାର ଅଞ୍ଚଳର ବହୁସଂଖ୍ୟକ ଦଳୀୟ ନେତା, କର୍ମୀ, ଯୁବକ, ଛାତ୍ର, ମହିଳା ସଂଗଠନର ସଦସ୍ୟା ବୃନ୍ଦ ତଥା ସାଧାରଣ ଜନତା ମନ୍ତ୍ରୀଙ୍କୁ ବିରୂପା ନଦୀ ବ୍ୟାରେଜ ନିକଟରେ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହିତ ଶୋଭାଯାତ୍ରାରେ ନେଇ ପୌର ପାଳିକାର ୧୯ଟି ଯାକ ୱାର୍ଡ ପରିକ୍ରମା କରିଥିଲେ । ମନ୍ତ୍ରୀ ଉଷାଦେବୀ, ସ୍ଥାନୀୟ ବିଧାୟକ ସୌଭିକ୍ ବିଶ୍ୱାଳ, ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, କଟକ ଜିଲା ଉପ ସଭାପତି ପ୍ରେମଚାନ୍ଦ ନାୟକ, ନଗର ସଭାପତି ବିଷ୍ଣୁ ଚରଣ ପରିଡ଼ା, ରାଜ୍ୟ ଯୁଗ୍ମ ସମ୍ପାଦକ ଅର୍ଜୁନ ପଣ୍ଡା, ନଗର ଯୁବ ସଭାପତି ଶାରଦା ରଞ୍ଜନ ପରିଜା, ଛାତ୍ର ସଭାପତି ଭରତ ଚନ୍ଦ୍ର ସାହୁ, ସମସ୍ତ ଦଳୀୟ କାଉନସିଲର ପଦଯାତ୍ରାରେ ୱାର୍ଡ଼ ପରିକ୍ରମା କରିବା ସମୟରେ ସ୍ଥାନୀୟ ଜନସାଧାରଣଙ୍କୁ ଭେଟି ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ସମ୍ପର୍କରେ ଅବଗତ କରାଇବା ସହିତ ରାଜ୍ୟର ବିକାଶ ଧାରାରେ ସାମିଲ ହେବାକୁ ଅନୁରୋଧ କରିଥିଲେ ।
ଶୋଭାଯାତ୍ରା ବିରୂପା ବ୍ୟାରେଜ ନିକଟରୁ ବାହାରି ଚୌଦ୍ୱାର ଗ୍ରାମ, ଓଟିଏମ୍ କଲୋନୀ, ହାଉସିଂ ବୋର୍ଡ଼, ଟେନାମେ, ବିରାଟ ବଜାର, କଳିଙ୍ଗ ଛକ, ଟିପିଏମ୍ ଆଦି ଅଞ୍ଚଳପରିକ୍ରମା କରି ଗୋଡ଼ି ପାଟଣା ନିକଟରେ ଉଦ୍ୟାପିତ ହୋଇଥିଲା । ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭାମାନ ଆୟୋଜନ କରାଯାଇ ଆଧୁନିକ ଓଡ଼ିଶା ନିର୍ମାଣ ଦିଗରେ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ବିକାଶ ପ୍ରକଳ୍ପ ସମ୍ପର୍କରେ ମନ୍ତ୍ରୀ ଲୋକମାନଙ୍କୁ ଅବଗତ କରାଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା କାର୍ଯ୍ୟକାରୀ କରା ଯାଉଥିବା ବିଭିନ୍ନ ଜନାଭିମୁଖି ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ଓ କଲ୍ୟାଣକାରୀ ଯୋଜନା ଲୋକ ମାନଙ୍କ ପାଖରେ ଠିକ୍ ଭାବରେ ପହଞ୍ଚôଛି କି ନାହଁ ତାହା ଜାଣିବା ଏହି ଜନସମ୍ପର୍କ ଯାତ୍ରାର ଲକ୍ଷ୍ୟ ବୋଲି ମନ୍ତ୍ରୀ ଉଷାଦେବୀ ଓ ବିଧାୟକ ଶ୍ରୀ ବିଶ୍ୱାଳ ସୂଚନା ଦେଇଥିଲେ ।
ନିଆଳି: ନିଆଳି ବ୍ଲକ୍ ଅନ୍ତର୍ଗତ ଜଲ୍ଲାରପୁର, କପାସି ଓ ବାହାରଣା ପଞ୍ଚାୟତରେ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ବିଶେଷକରି ବାହାରଣା ପଞ୍ଚାୟତରେ ବିଭିନ୍ନ ସ୍ଥାନରେ ବିପୁଳ ସମ୍ବର୍ଦ୍ଧନା ମିଳିଥିବା ଦେଖିବାକୁ ମିଳିଛି । ବୁଧବାର ବିଧାୟକ ପ୍ରଫେସର ଡାକ୍ତର ପ୍ରମୋଦ କୁମାର ମଲ୍ଲିକଙ୍କ ନେତୃତ୍ୱରେ ହଜାରରୁ ଊଦ୍ଧ୍ୱର୍ ଦଳୀୟ କର୍ମୀ ପଦଯାତ୍ରାରେ କପାସି ପଞ୍ଚାୟତ କୂଳକପାସି ଠାରୁ ବାହାରି ବରାଡ଼, ପୋଦନା, ଲୁଣିଗାଁ, ଶୋଳମଙ୍ଗା, ୱାଉପଲ୍ଲି, ଅଠାନ୍ତର ବଗଲଗଡ଼, ବରିମୁଣ୍ଡ ଦେଇ ବାହାରଣା ପଞ୍ଚାୟତର ବାସୁଳେଇ ଠାକୁରାଣୀଙ୍କ ନିକଟରେ ପହଞ୍ଚôଥିଲେ । ଏହି ପଦଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଉମେଶ ଚନ୍ଦ୍ର ବେହେରା, ଜିଲ୍ଲାପରିଷଦ ସଭ୍ୟ ଦେବାଶିଷ ଷଢ଼ଙ୍ଗୀ, ବ୍ଲକ୍ ଯୁବ ବିଜେଡି ସଭାପତି ବିଷ୍ଣୁଚରଣ ସ୍ୱାଇଁ, ସାଂସଦଙ୍କ ପ୍ରତିନିଧି ଆଦିତ୍ୟ ପାଣି, ବରିଷ୍ଠ ସଂଗଠକ ପ୍ରଦୀପ ଦାସ, ରତ୍ନାକର ନାୟକ, ସରପଞ୍ଚ ବିଜୟରାମ ପଣ୍ଡା, ଶୁରେଶ ପଟ୍ଟନାୟକ, ତ୍ରିନାଥ ମହାନ୍ତି, ବାହାରଣା ସମିତି ସଭ୍ୟ ଅବିନାଶ ପ୍ରଧାନ, ପୂର୍ବତନ ସରପଞ୍ଚ ସ୍ନିଗ୍ଧାମୟୀ ପ୍ରଧାନ, ବାହାରଣା ପଞ୍ଚାୟତ ସଭାପତି ସୌଲେନ୍ ପରିଡ଼ା, ଚିତ୍ତରଂଜନ ପ୍ରଧାନ, ସୌଭାଗ୍ୟ ପରିଡ଼ା, ଦିଗାମ୍ବର ପରିଡ଼ା, କିରଣବାଳା ପ୍ରଧାନ, ସୁବାସ ମଲ୍ଲିକ, ପ୍ରଭାକର ପରିଡ଼ା, ସଂଜୟ ମୁଦୁଲି, ପରକ୍ଷିତ ବାରିକ, କଟକ ଜିଲ୍ଲା ଛାତ୍ର ବିଜେଡ଼ି ସାଧାରଣ ସମ୍ପାଦକ ଅଜୟ ସ୍ୱାଇଁ, ଆଇଟି ସଂଯୋଜକ ମିଲୁ ଚରଣ ବେହେରା, ଅବିନାଶ ପରିଡ଼ା, ପ୍ରଶାନ୍ତ ଦାସ, ସୁଜିତ୍ ଜେନା, ବିଷ୍ଣୁଚରଣ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *