ମୃତ୍ତିକା ସଂରକ୍ଷଣ ଅଫିସ୍ ମୁଖ୍ୟ ଫାଟକରେ ତାଲା
ନିରାଶରେ ଫେରୁଛନ୍ତି ଜନସାଧାରଣ
କେନ୍ଦୁଝର(ଆପ୍ର): ଝୁମ୍ପୁରା ବ୍ଲକ ମୁଖ୍ୟାଳୟଠାରେ ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀଙ୍କ କର୍ଯ୍ୟାଳୟ ରହିଛି । ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ କୋଠା ଘର ନିର୍ମାଣ ହୋଇଛି । ଉକ୍ତ କାର୍ଯ୍ୟାଳୟ ୨୦୨୦ ଡିସେମ୍ବର ୨ତାରିଖରେ ଜଳବିଭାଜିକା (ପିଡି) ପ୍ରକଳ୍ପ ନିଦେ୍ର୍ଦଶକଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା । କେବଳ ଉଦ୍ଘାଟନ ଦିନ କାର୍ଯ୍ୟାଳୟର ମୁଖ୍ୟ ଗେଟ୍ ଖୋଲାଯାଇଥିଲା । ତାପର ଠାରୁ ଏ ପର୍ଯ୍ୟନ୍ତ ମୁଖ୍ୟ ଗେଟ୍ରେ ତାଲା ଝୁଲୁଛି । ଏଥିସହ ଗେଟ୍ ଆଗରେ ବିଦ୍ୟୁତ ଖୁଣ୍ଟ ଜମା କରାଯାଇଛି ।
ବିଭାଗୀୟ ଅଧିକାରୀମାନେ ଗଳାବାଟ ଦେଇ ଯିବାଆସିବା କରୁଛନ୍ତି । ଫଳରେ କାର୍ଯ୍ୟାଳୟର ମୁଖ୍ୟରାସ୍ତା ଲଟାବୁଦାରେ ଲୁଚି ଯାଇଛି । ଜନସାଧାରଣମାନେ କାମରେ କାର୍ଯ୍ୟାଳୟକୁ ଆସି ତାଲା ପଡିଥିବା ଦେଖି ନିରାଶ ହୋଇ ଫେରୁଛନ୍ତି । ଏନେଇ ଝୁମ୍ପୁରାସ୍ଥିତ ମୃତ୍ତିିିକା ସଂରକ୍ଷଣ ଓଭରସିୟର ସୁରେନ୍ଦ୍ରନାଥ ମହାନ୍ତଙ୍କ ମତାମତ ଲୋଡିବାରୁ ବିଦ୍ୟୁତ୍ ଖୁଣ୍ଟ ହଟାଯାଇ ଗେଟ୍ ଖୋଲାଯିବ ବୋଲି କହିଥିଲେ ।