ଗର୍ଜିଲା ସ୍ୱତନ୍ତ୍ର ଶିକ୍ଷକ ସଙ୍ଘ

ଭୁବନେଶ୍ୱର (ବୁ୍ୟରୋ): ରାଜଧାନୀର ରାଜରାସ୍ତାରେ ପୁଣି ଗଜିଛନ୍ତି ଶିକ୍ଷକ । ୨ ଦଫା ଦାବି ନେଇ ଆନେ୍ଦାଳନକୁ ଓହ୍ଲାଇଛନ୍ତି ଓଡ଼ିଶା ମାଧ୍ୟମିକ ସ୍ୱତନ୍ତ୍ର ଶିକ୍ଷା ଶିକ୍ଷକ ସଂଘ । ଭୁବନେଶ୍ୱର ଲୋୟର ପିଏମଜିରେ ଶତାଧିକ ଆଶାୟୀ ସ୍ୱତନ୍ତ୍ର ଶିକ୍ଷକ ଧାରଣାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସାଧାରଣ ସରକାରୀ ବିଦ୍ୟାଳୟରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି, ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରତି ୧୫ ଜଣ ବିଶେଷ ଆବଶ୍ୟକତା ରଖୁଥିବା ପିଲାଙ୍କ ପାଇଁ ଗୋଟିଏ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇଁ ସଂଘ ଦାବି କରିଛି । ଏନେଇ ବାରମ୍ବାର ଗଣଶିକ୍ଷା ବିଭାଗ ଏବଂ ବିଭାଗୀୟ ମନ୍ତ୍ରୀଙ୍କୁ ଦାବିପତ୍ର ଦେଇ କୌଣସି ସନ୍ତୋଷଜନକ ଉତ୍ତର ନ ମିଳିବାରୁ ସ୍ୱତନ୍ତ୍ର ଶିକ୍ଷା ଶିକ୍ଷକ ସଂଘ ପକ୍ଷରୁ ଗୁରୁବାର ରାଜରାସ୍ତାରେ ବିକ୍ଷୋଭ କରିଛି । ଦାବି ନେଇ ଆଗାମୀ ଦିନରେ ଯଦି ସରକାର କୌଣସି ସମାଧାନ ନ କରନ୍ତି, ତେବେ ଆତ୍ମହତ୍ୟା କରିବା ନେଇ ଚେତାବନୀ ଦେଇଛନ୍ତି ଦିବ୍ୟାଙ୍ଗ ପ୍ରତିବାଦକାରୀ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *