ରୁଷ୍ର ଅପରେସନ୍ ଥଣ୍ଡର୍
ମସ୍କୋ/ୱାଶିଂଟନ୍, ୨୬ା୧ଠ: ରୁଷ-ୟୁକ୍ରେନ୍ ଯୁଦ୍ଧ ଚାଲିଥିବାବେଳେ କ୍ରେମ୍ଲିନ୍ରୁ ଆସିଛି ବଡ଼ ଖବର । ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ ଦେଶର ପରମାଣୁ ଶକ୍ତି ଆକଳନ କରିଛନ୍ତି । ନିଜ କାର୍ଯ୍ୟାଳୟର ୱାର୍ ରୁମ୍ରୁ ଭିଡିଓ ଲିଙ୍କ୍ ଜରିଆରେ ସେ ‘ଅପରେସନ୍ ଥଣ୍ଡର୍’ ଅନୁଧ୍ୟାନ କରିଛନ୍ତି । ଏହି ଅଭିଯାନରେ ରୁଷୀୟ ସେନା ବିଭିନ୍ନ ପ୍ରକାର ବାଲିଷ୍ଟିକ୍ ଓ କ୍ରୁଜ୍ ମିଶାଇଲ୍ ପ୍ରୟୋଗ କରିଛି । ତା’ ସହିତ ଟିୟୁ-୯୫ ବୋମାବର୍ଷୀ ବିମାନର ଉପଯୋଗ କରାଯାଇଛି । ସବୁ କ୍ଷେପଣାସ୍ତ୍ର ଟାର୍ଗେଟ୍କୁ ସଫଳତାର ସହ ଧ୍ୱଂସ କରିଛି ବୋଲି କ୍ରେମ୍ଲିନ୍ ପକ୍ଷରୁ କୁହାଯାଇଛି । ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋଇଗୁ ଏ ସମ୍ବନ୍ଧରେ ସୂଚନା ଦେଇଛନ୍ତି । ଏହାର ଭିଡିଓ ରୁଷୀୟ ସେନାର ଜେଡ୍ଭେଜ୍ଦା ୱେବ୍ସାଇଟ୍ରେ ପ୍ରଦର୍ଶିତ ହୋଇଛି ।
ଯୁଦ୍ଧ କ୍ରମାଗତ ତେଜୁଥିବାବେଳେ ୟୁକ୍ରେନ୍ ଉପରେ ପୁତିନ୍ ସେନା ପରମାଣୁ ଆକ୍ରମଣ କରିବା ଆଶଙ୍କା ବଢ଼ିଛି । ପୂର୍ବରୁ ଅନେକବାର ପୁତିନ୍ ପରମାଣୁ ଆକ୍ରମଣ ଧମକ ଦେବା ଏବଂ ଏବେ ପରମାଣୁ ଯୁଦ୍ଧାଭ୍ୟାସ ଆରମ୍ଭ କରିବା ପରିପ୍ରେକ୍ଷୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡନ୍ ତାଙ୍କୁ ଚେତାବନୀ ଦେଇ କହିଛନ୍ତି, ୟୁକ୍ରେନ୍ ଯୁଦ୍ଧରେ ପରମାଣୁ ଆୟୁଧ ପ୍ରୟୋଗ ଏକ ମସ୍ତବଡ଼ ଭୁଲ୍ ହେବ । ଉଲ୍ଲେଖଯୋଗ୍ୟ ଯେ, ଅପରେସନ୍ ଥଣ୍ଡର୍ ସମ୍ପର୍କରେ ରୁଷ୍ ପକ୍ଷରୁ ଆମେରିକାକୁ ଆଗୁଆ ଜଣାଇ ଦିଆଯାଇଥିଲା ।
ନାଟୋ ମେଣ୍ଟ ପକ୍ଷରୁ ୟୁରୋପରେ ପରମାଣୁ ଯୁଦ୍ଧାଭ୍ୟାସର ରିହର୍ସସଲ୍ (ଷ୍ଟିଡ୍ଫାଷ୍ଟ ନୁନ୍) ଚାଲିଥିବାବେଳେ ରୁଷିଆ ଏଭଳି ବ୍ୟାପକ ଡି୍ରଲ୍ ଆରମ୍ଭ କରିଛି । ନାଟୋର ନୁ୍ୟକ୍ଲିୟର୍ ଡି୍ରଲ୍ ଅକ୍ଟୋବର ୩ଠ ପର୍ଯ୍ୟନ୍ତ ଚାଲିବ । ନାଟୋ ଅନ୍ତର୍ଭୁକ୍ତ ୧୪ଟି ଦେଶର ସେନାବାହିନୀ ବେଲ୍ଜିୟମ୍ରେ ଅକ୍ଟୋବର ୧୭ରୁ ଡି୍ରଲ୍ ଜାରି ରଖିଛନ୍ତି । ରୁଷ୍ର ଥଣ୍ଡର୍ ପରମାଣୁ ଅଭ୍ୟାସ ଉପରେ ଆମେରିକା ସମେତ ଅନେକ ଦେଶ ନଜର୍ ରଖିଛନ୍ତି । ବାଇଡନ୍ଙ୍କ ମତରେ, ରୁଷ୍ର ଅପରେସନ୍ ଥଣ୍ଡର୍କୁ ରୁଟିନ୍ ଏକ୍ସର୍ସାଇଜ୍ ବୋଲି ଧରିନେବା ଠିକ୍ ହେବ ନାହିଁ ।