ଏଣିକି ଚାଷୀଙ୍କୁ ଋଣ ଆହୁରି ସହଜ

ଭୁବନେଶ୍ୱର, ୨୬ା୧୦ (ବୁ୍ୟରୋ): ଚାଷୀଙ୍କ ପାଇଁ ଆହୁରି ସହଜ ହେବ ଋଣ ବ୍ୟବସ୍ଥା । ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀଙ୍କ ପାଇଁ ଖୋଲିଛି ନୂଆ ପୋର୍ଟାଲ ‘ସଫଳ’ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଦେଶର ସର୍ବପ୍ରଥମ ସହଜ ଓ ସୁବିଧାଜନକ କୃଷି ଓ କୃଷି ଉଦ୍ୟୋଗ ଋଣ ଆବେଦନ ପୋର୍ଟାଲର ଶୁଭାରମ୍ଭ ହୋଇଛି । ଏହି ପୋର୍ଟାଲରେ ଚାଷୀ ଋଣ ପାଇଁ ସହଜରେ ଆବେଦନ ହୋଇପାରିବ ।
କୃଷକ ଓଡ଼ିଶା ଡାଟାବେଶ ସହ ପୋର୍ଟାଲ ସଂଯୁକ୍ତ ହେବ । ୪୦ରୁ ଅଧିକ ବ୍ୟାଙ୍କ ଏଥିରେ ଯୋଡି ହେବେ । ୩ ଶହରୁ ଅଧିକ ରକମର କୃଷି ଋଣ ପାଇଁ ପୋର୍ଟାଲରେ ଆବେଦନ ସୁବିଧା ରହିଛି । ୭୦ରୁ ଅଧିକ ମଡେଲ ପ୍ରକଳ୍ପ ରିପୋର୍ଟ ସହ ଅନଲାଇନ ଆବେଦନ ସୁବିଧା ମୋ ସେବା କେନ୍ଦ୍ରରୁ ଆବେଦନ ସୁବିଧା ରହିବ । ଋଣ ଦରଖାସ୍ତ ସ୍ଥିତି ଯାଞ୍ଚ ସୁବିଧା ବି ପୋର୍ଟାଲରେ ରହିଛି । ଅଧିକ ସୂଚନା ପାଇଁ ଆମ କୃଷି ହେଲ୍ପଲାଇନକୁ ଚାଷୀ ଯୋଗାଯୋଗ କରିପାରିବେ ବୋଲି ଏହି ଅବସରରେ ପ୍ରକାଶ ପାଇଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଆବେଦନ କୃଷକ ଏବଂ କୃଷି ଉଦ୍ୟୋଗୀଙ୍କ ପାଇଁ ଋଣ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବ ।
ସରକାରୀ ତଥା ବେସରକାରୀ କ୍ଷେତ୍ର ବ୍ୟାଙ୍କ, ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ, ରାଜ୍ୟ ସମବାୟ ବ୍ୟାଙ୍କ ଏବଂ କ୍ଷୁଦ୍ର ଫାଇନାନ୍ସରୁ ଆନୁଷ୍ଠାନିକ କ୍ଷେତ୍ର ଋଣ ପାଇବା ପାଇଁ କୃଷକ ଏବଂ କୃଷି ଉଦ୍ୟୋଗୀଙ୍କ ପାଇଁ ଏହା ଗୋଟିଏ ସ୍ଥାନରେ ଉପଲବ୍ଧ ହେବ । ବ୍ୟାଙ୍କଗୁଡିକ ଏହି ସୁବିଧା ସହ, କୃଷକ ଏବଂ କୃଷି ଉଦ୍ୟୋଗୀମାନେ ୪୦ ପ୍ଲସ୍ ପାର୍ଟନର ବ୍ୟାଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ୩୦୦ ରୁ ଅଧିକ ଟର୍ମ ଋଣ ଉତ୍ପାଦ ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *