ଡ୍ରୋନ୍ କ୍ୟାମେରାରେ ପାଟ୍ରୋଲିଂ ନିଦେ୍ର୍ଦଶ

ଚିଲିକାରେ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ମାମଲା
କଟକ (ବୁ୍ୟରୋ): ହାଇକୋର୍ଟରେ ଆଦ୍ରଭୂମି ସୁରକ୍ଷା ମାମଲାରେ ଚିଲିକା ଓ ଭିତରକନିକାରେ ଉଚ୍ଛେଦ ପରେ ପୁଣି ବେଆଇନ ଚିଙ୍ଗୁଡ଼ି ଘେରି ଗଢି ଉଠୁଥିବାରୁ ହାଇକୋର୍ଟ ଆଜି ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସ୍ଥଳପଥ ଓ ଜଳପଥରେ ବୋଟ ମାଧ୍ୟମରେ ପୁଲିସ ପାଟ୍ରୋଲିଂ ଠିକ ଭାବେ ହେଉ ନ ଥିବାରୁ ଡ୍ରୋନ କ୍ୟାମେରା ମାଧ୍ୟମରେ ପାଟ୍ରୋଲିଂ କରିବାକୁ ହାଇକୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ ମୁରଲୀଧର ଓ ଜଷ୍ଟିସ ମୁରାହରି ଶ୍ରୀରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ସରକାର ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଓ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନକୁ ଡ଼୍ରୋନ କ୍ୟାମେରା ସରଞ୍ଜାମ ଯୋଗାଇ ଦେବାକୁ ନିଦେ୍ର୍ଦଶ ଦେଇଛନ୍ତି । ଏହାଦ୍ୱାରା ଆଦ୍ରଭୂମି ଅଞ୍ଚଳରେ ବେଆଇନ ଘେରୀ ହେବା କ୍ଷଣି ଜିଲ୍ଲା ପ୍ରଶାସନ ଜାଣିବା ସହ ତୁରନ୍ତ ଡ୍ରୋନ କ୍ୟାମେରାର ଘେରୀ ଉଚ୍ଛେଦରେ ସହାୟକ ହେବ ବୋଲି ହାଇକୋର୍ଟ କହିଛନ୍ତି ।
ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଡିସେମ୍ବର ୫ରେ ଦିନ ଧାର୍ଯ୍ୟ ହୋଇଛି । ତେବେ ଏହି ଶୁଣାଣି ପୂର୍ବରୁ ଡ୍ରୋନ କ୍ୟାମେରା ଯୋଗାଇବା ନେଇ ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସରକାର ନିଦେ୍ର୍ଦଶ ଦେଇଛନ୍ତି । ଏହା ସହିତ ଚିଙ୍ଗୁଡ଼ି ଚାଷ ପାଇଁ ସ୍ୱତନ୍ତ୍ର ସରକାରୀ ପଲିସି କରିବାକୁ ଗତ ସେପ୍ଟେମ୍ବର ୧୫ ତାରିଖରେ ନିଦେ୍ର୍ଦଶ ଦେଇଥିଲେ ଓଡ଼ିଶା ହାଇକୋର୍ଟ । ଚିଲିକାରେ କେଉଁ ସ୍ଥାନରେ କିଭଳି ଚିଙ୍ଗୁଡ଼ି ଚାଷ ହେବ ସେ ନେଇ ଏହି ପଲିସି ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ କରିବାକୁ ନିଦେ୍ର୍ଦଶ ଦିଆଯାଇଥିଲା । ଆଜି ରାଜ୍ୟ ସରକାର ଏ ନେଇ କୌଣସି ସତ୍ୟପାଠ ଦାଖଲ ହୋଇ ନଥିବା ବେଳେ ପରବର୍ତ୍ତୀ ଶୁଣାଣି ପୂର୍ବରୁ ଏ ସମ୍ପର୍କରେ ହାଇକୋର୍ଟଙ୍କୁ ଜଣାଇବାକୁ ରାଜ୍ୟ ସରକାରଙ୍କୁ ନିଦେ୍ର୍ଦଶ ଦେଇଛନ୍ତି ଅଦାଲତ । ଚିଲିକାରେ ଚିଙ୍ଗୁଡ଼ି ଘେରୀ ଯେତେ ଭାଙ୍ଗିଲେ ମଧ୍ୟ ପୁଣି ବେଆଇନ ଘେରୀ ହେଉଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ ହାଇକୋର୍ଟ । ହାଇକୋର୍ଟଙ୍କ ନିଦେ୍ର୍ଦଶ ଅନୁଯାୟୀ ଏହି ଉଚ୍ଛେଦ କାର୍ଯ୍ୟ ତ୍ୱରାନ୍ୱିତ ହେବା ସହିତ ଡ୍ରୋନ କ୍ୟାମେରା ମାଧ୍ୟମରେ ପ୍ରଶାସନ ପାଟ୍ରୋଲିଂ କରିବ ବୋଲି ହାଇକୋର୍ଟ ଆଜି ନିଦେ୍ର୍ଦଶ ଦେଇଛନ୍ତି । ଆମିକସ୍କୁ୍ୟରୀ ମୋହିତ ଅଗ୍ରୱାଲ ଏହି ମାମଲା ପରିଚାଳନା କରୁଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *