ସୁନକ୍ଙ୍କ କ୍ୟାବିନେଟ୍ରେ ସୁଏଲା

ଲଣ୍ଡନ୍ (ଏଜେନ୍ସି): ଭାରତୀୟ ବଂଶୋଦ୍ଭବ ରୁଷି ସୁନକ୍ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପରେ ସେ ନିଜ ନିଜ କ୍ୟାବିନେଟ୍ରେ ବ୍ୟାପକ ପରିବର୍ତ୍ତନ କରିଛନ୍ତି । କ୍ୟାବିନେଟ୍ରେ ପୂର୍ବରୁ ସାମିଲ ଥିବା ଅନେକ ସଦସ୍ୟକୁ ସୁନକ୍ ବିଦା କରିଦେଇଥିବା ବେଳେ ନୂଆ ନେତାମାନଙ୍କୁ ସ୍ଥାନିତ କରିଛନ୍ତି । ସୁନକ୍ ନିଜ କ୍ୟାବିନେଟ୍ରେ ତାଙ୍କର କିଛି ବିରୋଧୀଙ୍କୁ ମଧ୍ୟ ସ୍ଥାନ ଦେଇ ତାଙ୍କ ବିରୋଧରେ ହେଉଥିବା ସମାଲୋଚନାର ମୁହଁ ବନ୍ଦ କରିଦେଇଛନ୍ତି । ତେବେ ଏସବୁ ମଧ୍ୟରେ ରୁଷି ସୁନକ୍ ନିଜ କ୍ୟାବିନେଟ୍ରେ ସୁଏଲା ବ୍ରେଭର୍ମାନ୍ଙ୍କୁ ମଧ୍ୟ ସ୍ଥାନ ଦେଇଛନ୍ତି ।
ସୁଏଲା ମଧ୍ୟ ରୁଷି ସୁନକ୍ଙ୍କ ପରି ଜଣେ ଭାରତୀୟ ବଂଶୋଦ୍ଭବ । ତେବେ ନିକଟରେ ସୁଏଲା ଭାରତ ତଥା ଭାରତୀୟଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ କରିଥିଲେ । ଏହାକୁ ନେଇ ବ୍ରିଟେନ୍ରେ ରହୁଥିବା ଭାରତୀୟ ବଂଶୋଦ୍ଭବ ସମୁଦାୟଙ୍କ ସେ ଆକ୍ରୋଶ ସମ୍ମୁଖୀନ ହୋଇଥିଲେ । ସୁଏଲା, ସୁନକ୍ଙ୍କ ପୂର୍ବରୁ ଲିଜ୍ ଟ୍ରସ୍ଙ୍କ କ୍ୟାବିନେଟ୍ରେ ମଧ୍ୟ ଗୃହମନ୍ତ୍ରୀ ଥିଲେ । ଏବେ ସୁନକ୍ ପୁଣିଥରେ ସୁଏଲାଙ୍କୁ ନିଜ କ୍ୟାବିନେଟ୍ରେ ଗୃହମନ୍ତ୍ରୀ ପଦ ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *