କାକଟପୁରରେ ସମବାୟ ନିର୍ବାଚନ କର୍ମଶାଳା

ପୁରୀ (ବୁ୍ୟରୋ): ପୁରୀ ଜିଲ୍ଲାର ସମ୍ମିଳିତ ପୁରୀ-ନିମାପଡ଼ାକେନ୍ଦ୍ର ସମବାୟ ବ୍ୟାଙ୍କର ୧୪ଟି ନିଦେ୍ର୍ଦଶକ ପଦ ପାଇଁ ଆସନ୍ତା ୩୦ରେ ନିର୍ବାଚନ ଅନୁଷ୍ଠିତ ହେବ । ଏହି ନିର୍ବାଚନରେ ଜିଲ୍ଲା ବିଜେଡି ପକ୍ଷରୁ ଯେପରି ସମସ୍ତ ନିଦେ୍ର୍ଦଶକ ପଦ ହାସଲ କରିବେ ସେ ନେଇ ଦଳ ପକ୍ଷରୁ ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ ହୋଇଛି । ଏନେଇ ବୁଧବାର କାକଟପୁର ନିର୍ବାଚନମଣ୍ଡଳୀର ଦେଉଳିମଠରେ ଏକ ସମବାୟ କର୍ମଶାଳା ଅନୁଷ୍ଠିତ ହୋଇଛି । କର୍ମଶାଳାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟ ଯୋଜନା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିବା ସହ ଯେଭଳି ଭାବେ ଆସନ୍ତା ୩୦ରେ ଦଳର ସମସ୍ତ ନିଦେ୍ର୍ଦଶକ ପ୍ରାର୍ଥୀମାନେ ବିଜୟ ଲାଭ କରିବେ ସେ ନେଇ ସମସ୍ତ ସଭ୍ୟମାନଙ୍କୁ ଗୁରୁମନ୍ତ୍ର ଦିଆଯାଇଥିଲା ।
କର୍ମଶାଳାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ସଭାପତି ମହେଶ୍ୱର ମହାନ୍ତି, ପୂର୍ବତନ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଧାୟକ ଉମାକାନ୍ତ ସାମନ୍ତରାୟ ଓ ରୁଦ୍ର ମହାରଥି ପ୍ରମୁଖ ଅତିଥି ଭାବେ ଯୋଗଦେଇ ସଭ୍ୟ/ସଭ୍ୟାମାନଙ୍କୁ ନିର୍ବାଚନ ସମ୍ପର୍କରେ ଗୁରୁମନ୍ତ୍ର ଦେଇଥିଲେ । ଏଥିରେ ସଭାପତିତ୍ୱ କରିଥିଲେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ବୈରାଗୀ ଜେନା । ଏହି କର୍ମଶାଳାରେ ପୁରୀ ଜିଲ୍ଲାର ସମବାୟ ନିର୍ବାଚନ ପର୍ଯ୍ୟବେକ୍ଷକ ପ୍ରଫୁଲ୍ଲ ସାମଲଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *