ସିତ୍ରାଙ୍ଗ ପ୍ରଭାବରେ ଭାସୁଥିବା ୨୦ ମତ୍ସଜୀବୀ ଉଦ୍ଧାର

ମଝି ସମୁଦ୍ରରେ ରେସ୍କୁ୍ୟ ଅପରେସନ
ପାରାଦୀପ (ଆପ୍ର): ଭାରତୀୟ ତଟରକ୍ଷୀ ବାହିନୀ ଦ୍ୱାରା ୨୦ ବାଂଲାଦେଶୀ ମତ୍ସଜୀବୀ ଉଦ୍ଧାର ହୋଇଛନ୍ତି । ସମୁଦ୍ରରେ ମାଛ ଧରୁଥିବା ବେଳେ ବାତ୍ୟାର ପ୍ରଭାବରେ ବୋଟ୍ଟି ବୁଡିÿ ଯାଇଥିଲା । ସମୁଦ୍ରରେ ଭାସୁ ଥିବା ବେଳେ ଉଦ୍ଧାର କରିଛି ଭାରତୀୟ ତଟରକ୍ଷୀ ବାହିନୀ । ମତ୍ସଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ବାତ୍ୟା ସିତ୍ରାଙ୍ଗ ବାଂଲାଦେଶରେ ରଚିଛି ତାଣ୍ଡବ । ୩୦ ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ୧୦ ହଜାରରୁ ଅଧିକ ଘର ଭାଙ୍ଗି ପଡିଛି । ସିତ୍ରାଙ୍ଗ ପ୍ରଭାବରେ ବାଂଲାଦେଶର ୨୦ ଜଣ ମତ୍ସଜୀବୀ ଗୋଟିଏ ବୋଟ୍ରେ ଗଭୀର ସମୁଦ୍ରରେ ମାଛ ମାରୁଥିବା ବେଳେ ବାତ୍ୟାର ପ୍ରଭାବରେ ସମୁଦ୍ର ଅଶାନ୍ତ ଥିବାରୁ ବୋଟ୍ଟି ପହଞ୍ଚି ପାରି ନ ଥିଲା । ଯେହେତୁ ସେମାନେ ଦୂର ସମୁଦ୍ରରେ ଥିଲେ ତାର ପ୍ରଭାବରେ ବୋଟ୍ ଟି ସମ୍ପୁର୍ଣ୍ଣ ଭାବେ ବୁଡି ଯାଇଥିଲା । ବୋଟ ମଧ୍ୟରେ ଥିବା ମାଛ ରଖିବା ପାଇଁ ସୋଲ ଓ ପଟାକୁ ଧରି ଦୁଇଦିନ କାଳ ସମୁଦ୍ର ଭିତରେ ସେମାନେ ସଂଘର୍ଷ କରୁଥିଲେ । ସୌଭାଗ୍ୟ ବଶତଃ ଭାରତୀୟ କୋଷ୍ଟ ଗାର୍ଡର ଏକ ହେଲିକପ୍ଟର ସମୁଦ୍ର ଭିତରେ ପଇଁତରା ମାରୁଥିବା ବେଳେ ସମୁଦ୍ର ଭିତରେ ପେଟ୍ରୋଲିଂ କରୁଥିବା ବେଳେ ଏହି ଖବର ପାଇଥିଲେ । ଖବର ପାଇବା ପରେ ସେମାନଙ୍କୁ ଉଦ୍ଧାର କରିଥିଲେ । ସେମାନଙ୍କୁ ଅଣାଯାଇ ଏକ ଜାହାଜ ଭିତରେ ରଖାଯାଇଛି । ସେମାନେ ସମସ୍ତେ ଜୀବିତ ଓ ସୁସ୍ଥ ମଧ୍ୟ ଅଛନ୍ତି । କିଛି ମତ୍ସଜୀବୀଙ୍କ ଶରୀର ଅସୁସ୍ଥ ଥିବାରୁ ଜାହାଜ ମଧ୍ୟରେ ଚିକିତ୍ସା କରାଯାଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *