୨୮ରୁ ୩ ଦିନିଆ ଓଡ଼ିଶା ଟ୍ରାଭେଲ୍ ବଜାର

ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (ବୁ୍ୟରୋ): ଓଡିଶା ଟୁରିଜିମ ଏବଂ ଏଫଆଇସିସିଆଇର ମିଳିତ ସହଯୋଗରେ ଓଡ଼ିଶା ଟ୍ରାଭେଲ ବଜାର ଅନୁଷ୍ଠିତ କରିବାକୁ ଯାଉଛି ଚତୁର୍ଥ ସଂସ୍କରଣ । ଆସନ୍ତା ୨୮ରୁ ୩୦ ଅକ୍ଟୋବର ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି । କୋଭିଡ଼ ପରେ ଏଇଥର ଚତୁର୍ଥ ସଂସ୍କରଣ ଅନୁଷ୍ଠିତ ହେବାକୁ ଯାଉଛି । ଏନେଇ ଭୁବନେଶ୍ୱରର ଏକ ହୋଟେଲରେ ପ୍ରେସ କନ୍ଫରେନ୍ସ ହୋଇଯାଇଛି । ଏହି ପ୍ରେସ କଂଫେରେନ୍ସରେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ରଙ୍କ ସମେତ ପର୍ଯ୍ୟଟନ ବିଭାଗ ନିଦେ୍ର୍ଦଶକ ସଚିନ ରାମଚନ୍ଦ୍ର ଯାଦବ, ସ୍ୱସ୍ତି ହୋଟେଲ ନିଦେ୍ର୍ଦଶକ ଜେ କେ ମହାନ୍ତି, ପର୍ଯ୍ୟଟନ ବିଭାଗ ପ୍ରିନ୍ସିପାଲ ସେକ୍ରେଟାରୀ ସୁରେନ୍ଦ୍ର କୁମାର ଏବଂ ପର୍ଯ୍ୟଟନ ବିଭାଗ ଓ ଏସ ଡି ଅଂଶୁମାନ ରଥ ପ୍ରମୁଖ ଯୋଗ ଦେଇଥିଲେ ।
ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ର ଗୁଡିକୁ ସୁଦୂର ପ୍ରସାରୀ କରିବା ହିଁ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । ତା ସହ ଏହି ପ୍ରେସ କନ୍ଫରେନ୍ସରେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ସବୁର ବିକାଶ ପାଇଁ ମଧ୍ୟ ବିଭିନ୍ନ ଦିଗରୁ ଆଲୋଚନା କରାଯାଇଥିଲା । ଏଥିରେ ବିଭିନ୍ନ ପ୍ରାନ୍ତରୁ ଲୋକମାନେ ଓଡିଶା ବୁଲି ଦେଖିବାକୁ ଆସୁଛନ୍ତି । ତେଣୁ ରାତି ରହଣୀ ବି ବଢୁଛି । ଏହାକୁ ଦୃଷ୍ଟିରେ ରଖି ଆଗକୁ ପର୍ଯ୍ୟଟନ ଶିଳ୍ପର ବିକାଶ ଦିଗରେ ଚିନ୍ତା କରାଯାଉଛି ବୋଲି କୁହାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *