ଅନ୍ଲାଇନ୍ରେ ଉପଲବ୍ଧ ହେବ +୨ ଉତ୍ତରଖାତା

ଭୁବନେଶ୍ୱର (ବୁ୍ୟରୋ): ଶିକ୍ଷା କ୍ଷେତ୍ରରେ ଅଧିକ ସ୍ୱଚ୍ଛତା ଆଣିବା ପାଇଁ ଗଣ ଶିକ୍ଷା ମାଧ୍ୟମର ଆଉ ଏକ ଭିନ୍ନ ପ୍ରୟାଶ । ଏଣିକି ଅନ୍ଲାଇନରେ ଉପଲବ୍ଧ ହେବ +୨ ପରୀକ୍ଷାର୍ଥୀଙ୍କ ଉତ୍ତରଖାତା । ଏହି ବ୍ୟବସ୍ଥା ପୂର୍ବରୁ ଲାଗୁ କରିବାକୁ ଯୋଜନା ହୋଇଥିଲେ ହେଁ କରୋନା ଲାଗି ଗତ ୨ବର୍ଷ ହେବ ଲାଗୁ ହୋଇପାରି ନଥିଲା । ଏବେ ଏହାକୁ ଲାଗୁ କରିବାକୁ ଗଣଶିକ୍ଷା ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି । ଅନ୍ଲାଇନ୍ରେ ଉତ୍ତରଖାତା ଅପ୍ଲୋଡ୍ ହେବା ଦ୍ୱାରା ଏହା ଉଭୟ ପରୀକ୍ଷାର୍ଥୀ ଓ ଅଭିଭାବକଙ୍କ ପାଇଁ କୌଣସି ପ୍ରକାର ଆପତ୍ତି ଅଭିଯୋଗର ସଂଖ୍ୟା ହ୍ରାସ କରିବ ।
ପୂର୍ବରୁ ଏହା ପାଇଁ ବହୁତ ଅସୁବିଧା ଭୋଗିବାକୁ ପଡୁଥିଲା । କିନ୍ତୁ ଏବେ ଛାତ୍ରଛାତ୍ରୀମାନେ ଉତ୍ତରଖାତାରେ କେଉଁ ପ୍ରଶ୍ନ ଲାଗି କେତେ ମାର୍କପାଇଛନ୍ତି ତାହା ସିଧାସଳଖ ଜାଣିପାରିବେ । ଫଳରେ ପୂର୍ବରୁ ରେଜଲ୍ଟ ପ୍ରକାଶ ପରେ ପିଲାମାନେ ଯେପରି କମ୍ ମାର୍କ ମିଳିଥିବା ଅଭିଯୋଗ କରୁଥିଲେ ଏବଂ ପରିଷଦକୁ ଦୌଡୁଥିଲେ ସେହି ସମସ୍ୟାର ସମାଧାନ ହେବ । କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ଉତ୍ତରଖାତା ମୂଲ୍ୟାଙ୍କନ ଶେଷ ହେବା ପରେ ଏବଂ ରେଜଲ୍ଟ ପ୍ରକାଶ ପାଇବାର ଏକ ସପ୍ତାହ ମଧ୍ୟରେ ଏହି ଉତ୍ତରଖାତାକୁ ଅନ୍ଲାଇନ୍ରେ ଅପ୍ଲୋଡ କରାଯିବ । ପ୍ରତ୍ୟେକ କଲେଜକୁ ଏକ ସ୍ୱତନ୍ତ୍ର ଆଇଡି ପାସ୍ ୱାର୍ଡ ଦିଆଯିବ । ସେହି ପାସୱାର୍ଡ ମାଧ୍ୟମରେ କଲେଜ କର୍ତ୍ତୃପକ୍ଷ ସେମାନଙ୍କ କଲେଜର ପିଲାଙ୍କର ଉତ୍ତରଖାତା ଦେଖିପାରିବେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *