ୟୁକେରେ ଋଷି ରାଜ୍

ଲଣ୍ଡନ, ୨୫ା୧୦: ଭାରତବଂଶଜ ଋଷି ସୁନକ ମଙ୍ଗଳବାର ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ହୋଇଛନ୍ତି । ବକିଂହମ୍ ପ୍ୟାଲେସ୍ରେ ରାଜା ଚାର୍ଲସ୍ଙ୍କଠାରୁ ନିଯୁକ୍ତି ପତ୍ର ପାଇବା ପରେ ସେ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ୧୦ ଡାଇନିଂଷ୍ଟ୍ରିଟ୍ରେ ପହଞ୍ଚô ଦେଶବାସୀଙ୍କୁ ଉଦ୍ବୋଧନ ଦେଇଥିଲେ । ୪୨ ବର୍ଷୀୟ ତଥା ବ୍ରିଟିଶ୍ ଇତିହାସର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ସୁନକ କହିଥିଲେ, ପୂର୍ବତନ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ୍ଙ୍କ ତ୍ରୁଟି ସଂଶୋଧନପୂର୍ବକ ଦେଶର ଅର୍ଥ ବ୍ୟବସ୍ଥାକୁ ସୁଧାରିବା ତାଙ୍କର ପ୍ରମୁଖ କର୍ତ୍ତବ୍ୟ ହେବ । ‘‘ସତ୍ୟନିଷ୍ଠା ଓ ବିନମ୍ରତାର ସହ ମୁଁ ଆପଣମାନଙ୍କ ସେବା କରିବି । ଆମେ ସମସ୍ତେ ଏକାଠି ହେଲେ ଅବିଶ୍ୱସନୀୟ ସଫଳତା ହାସଲ କରିପାରିବା । ବ୍ରିଟେନ୍ ଏକ ମହାନ ଦେଶ । ତେବେ ଦେଶ ଏକ ଗୁରୁତର ଆର୍ଥôକ ଚ୍ୟାଲେଞ୍ଜର ସାମ୍ନା କରୁଥିବା ନେଇ କାହାରି ସନେ୍ଦହ ରହିବା ଅନୁଚିତ । ସେଥିରୁ ବର୍ତ୍ତିବା ପାଇଁ ଆଗାମୀ ଦିନରେ କଠୋର ନିଷ୍ପତ୍ତି ନିଆଯିବ ।’’
କଞ୍ଜର୍ଭେଟିଭ୍ ପାର୍ଟିର ନୂଆ ନେତା ସୁନକ ସୋମବାର ନିଦ୍ଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିଲେ । ମଙ୍ଗଳବାର ସେ ରାଜା ଚାର୍ଲସ୍ଙ୍କ ସହ ୩୧ ମିନିଟ୍ ଆଲୋଚନା କରିବା ପରେ ପ୍ରଧାନମନ୍ତ୍ରୀ ରୂପେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ।
୬ ବର୍ଷରେ ସୁନକଙ୍କୁ ମିଶାଇ ୫ ଥର ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ବଦଳିଲେଣି । ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ ଓ ଲିଜ୍ ଟ୍ରସ୍ଙ୍କ କାର୍ଯ୍ୟକାଳରେ ଦେଶରେ ମହଙ୍ଗା ହାର ୪୦ ବର୍ଷର ଉଚ୍ଚ ସ୍ତରରେ ପହଞ୍ଚôଥିଲା । ଫଳତଃ ଏବେ ବ୍ରିଟିଶବାସୀଙ୍କ ପାଇଁ ଜୀବନଧାରଣ ବ୍ୟୟଭାର ଅତ୍ୟଧିକ ବଢିଯାଇଛି । ଋଷି ସୁନକଙ୍କ ସାମ୍ନାରେ ଏହା ସବୁଠୁ ବଡ ଚାଲେଞ୍ଜ୍ ହେବ ।
କ୍ଷମତାକୁ ଆସୁ ଆସୁ ସୁନକ କ୍ୟାବିନେଟ୍ର ଅନେକ ମନ୍ତ୍ରୀଙ୍କୁ ଇସ୍ତଫା ଦେବା ଲାଗି କହିଥିବା ଖବର ମିଳିଛି । ଇତିମଧ୍ୟରେ ଦଳର ୧୦ ଜଣ ବରିଷ୍ଠ ସାଂସଦ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରୁ ମଙ୍ଗଳବାର ଅପରାହ୍ଣରେ ଇସ୍ତଫା ଦେଇଛନ୍ତି । ସେମାନଙ୍କ ମଧ୍ୟରେ ରିସ୍-ମୋଗ (ବାଣିଜ୍ୟ ସଚିବ) ଅନ୍ୟତମ । ବ୍ୟାକ୍ବେଞ୍ଚ୍କୁ ଚାଲିଯାଇଥିବା ଅନ୍ୟ ବରିଷ୍ଠ ନେତାମାନେ ହେଲେ ବ୍ରେଣ୍ଡନ୍ ଲୁଇସ୍, ବେଣ୍ଡି ମାର୍ଟନ୍, ହିଟ୍ ମୋଲ୍ଥହାଉସ୍ ଓ ସାଇମନ୍ କ୍ଲର୍କ । ଅବଶ୍ୟ ଏମାନେ ସୁନକଙ୍କୁ ସବୁ କ୍ଷେତ୍ରରେ ସମର୍ଥନ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଜେରେମି ହଣ୍ଟ୍ ଅର୍ଥମନ୍ତ୍ରୀ ଦାୟିତ୍ୱରେ ରହିବେ । ଟ୍ରସ୍ଙ୍କ କ୍ୟାବିନେଟ୍ର ମନ୍ତ୍ରୀମାନଙ୍କୁ ବରଖାସ୍ତ କରାଯିବା ସମ୍ପର୍କରେ ସୁନକ ଆଗୁଆ ସୂଚନା ଦେବା ସହ କହିଥିଲେ, ‘କାମ ଶୀଘ୍ର ଆରମ୍ଭ ହେବ’ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *