ବାଂଲାଦେଶରେ ସିତ୍ରାଙ୍ଗ ବିତ୍ପାତ, ୮ଠ ମୃତ

ଭୁବନେଶ୍ୱର, ୨୫ା୧୦ (ବୁ୍ୟରୋ): ଦୁର୍ବଳ ହୋଇ ଲଘୁଚାପ ରୂପ ନେଇଛି ବାତ୍ୟା ସିତ୍ରାଙ୍ଗ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ସୋମବାର ରାତି ସାଢ଼େ ୯ଟାରୁ ସାଢ଼େ ୧୧ଟା ମଧ୍ୟରେ ବାଂଲାଦେଶର ବରିଷଲ ନିକଟରେ ବାତ୍ୟା ଉପକୂଳ ଅତିକ୍ରମ କରିଛି । ଉପକୂଳ ଅତିକ୍ରମ କରିବା ସମୟରେ ପବନର ବେଗ ୧୦୦ କିମି ଥିବା ଆକଳନ କରାଯାଇଥିବାବେଳେ ୮୦ ଜଣଙ୍କ ମୃତୁ୍ୟ ହୋଇଛି ଏବଂ ବହୁ ଲୋକ ଆହତ ହୋଇଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି । ଦମକଳ ବାହିନୀ ଓ ଏନ୍ଡିଆର୍ଏଫ୍ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବାବେଳେ ଲୋକଙ୍କ ସ୍ଥାନାନ୍ତରଣ ଜାରି ରହିଛି । ବହୁ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥିବାବେଳେ ବିଦୁ୍ୟତ୍ ସରବରାହ ବ୍ୟାହତ ହୋଇଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ, ଆଇଏମଡି ପକ୍ଷରୁ ଜାରି ଜାତୀୟ ବୁଲେଟିନରେ କୁହାଯାଇଥିଲା ଯେ, ବାତ୍ୟା ଉତ୍ତର-ଉତ୍ତର-ପୂର୍ବ ଦିଗକୁ ଗତି କରିବା ସହ ଏକ ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହେବା ସହ ଆହୁରି ତୀବ୍ର ଓ ଭୀଷଣ ହେବାର ସମ୍ଭାବନା ରହିଛି । ଏହା ପରେ ସାମୁଦ୍ରିକ ବାତ୍ୟା ଉତ୍ତର-ଉତ୍ତର-ପୂର୍ବ ଦିଗକୁ ନିଜର ଗତି ଜାରି ରଖି ବାଂଲାଦେଶ ଉପକୂଳରେ ଲ୍ୟାଣ୍ଡଫଲ କରିଛି । ପୂର୍ବରୁ ବାଂଲାଦେଶ ସରକାର ଅନେକ ଲୋକଙ୍କୁ ବିପଦପୂର୍ଣ୍ଣ ସ୍ଥାନରୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି । ବାତ୍ୟାର ପ୍ରକୋପ ସେଭଳି ଉଗ୍ର ନଥିଲେ ବି ବିଭିନ୍ନ ସ୍ଥାନରେ ପବନର ମାତ୍ରା ଅଧିକ ଯୋଗୁ ଗଛ ଉପୁଡି ପଡିଛି । ଏଥିସହିତ ଅନେକ କଚ୍ଚା ଘର ଭାଙ୍ଗିଯାଇଛି । ପ୍ରବଳ ବର୍ଷା ଲାଗି ରହିଥିବାବେଳେ ସେଠାକାର ଅଗ୍ନିଶମ ବିଭାଗ ଓ ପ୍ରତିରକ୍ଷା ବିଭାଗ ପକ୍ଷରୁ ଅନେକ ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ବାଂଲାଦେଶର କକ୍ସ ବଜାର ଉପକୂଳ ଦେଇ ବାତ୍ୟା ସିତ୍ରଙ୍ଗ ଗତି କରିଛି । ପ୍ରାୟ ୨୮ହଜାର ୧୫୫ ଜଣଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ରହିଛି ।
ସେପଟେ ଆସନ୍ତା ୫ ଦନି ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ଆଇଏମ୍ଡି ପୂର୍ବାନୁମାନ କରିଛି । ଏବେ ଓଡ଼ିଶାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ଅପସାରିତ ହୋଇଥିବାବେଳେ ଶୀତ ଆସିବା ବାଟ ଫିଟିଛି । ପାହାଡ଼ି ଅଞ୍ଚଳରେ କୁହୁଡ଼ି ପଡ଼ିବା ସହ କୋହଲା ପବନ ବହିବା ଆରମ୍ଭ ହୋଇଛି । ବଙ୍ଗୋପସାଗର ଜଳ ଉଷ୍ଣ ଥିବାରୁ ଉପକୂଳ ଅଞ୍ଚଳରେ ପାରଦ ୨୫ରୁ ୩୦ ଡିଗ୍ରୀ ମଧ୍ୟରେ ରହୁଛି । ଉତ୍ତର ପୂର୍ବ ମୌସୁମୀ ବାୟୁ ପ୍ରବାହ ଆରମ୍ଭ ହୋଇଛି, ଯଦି ଏହି ପରି ଶୁଖିଲା ପାଗ ଜାରି ରୁହେ, ତେବେ ଶୀତ ଶୀଘ୍ର ଆସିବ ବୋଲି ପାଣିପାଗ ବିଜ୍ଞାନୀମାନେ ପୂର୍ବାକଳନ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *