ଗୁଣିଆ ସନେ୍ଦହରେ ଆଦିବାସୀଙ୍କୁ ମାଡ଼
ଢେଙ୍କାନାଳ (ଆପ୍ର): ମକୁଆକାଟେଣୀ ପଞ୍ଚାୟତ ହଳଦୀକୁଣ୍ଡି ଗ୍ରାମରେ ଗୁଣିଆ ସନେ୍ଦହରେ ସେହି ଗ୍ରାମର ବସବାସ କରୁଥିବା ଆଦିବାସୀଙ୍କୁ ନିସ୍ତୁକ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ହଳଦୀକୁଣ୍ଡି ଗ୍ରାମରେ କୌଣସି କାରଣରୁ ୫ ଜଣ ଲୋକ ମୃତୁ୍ୟ ବରଣ କରିଛନ୍ତି । ଗ୍ରାମର ରବି ମୁଣ୍ଡା(୧୨) ଙ୍କର ଶରୀର ଅତ୍ୟନ୍ତ ଅସୁସ୍ଥ ହୋଇପଡିବାରୁ ତାଙ୍କ ଉପରେ ଗୁଣି ହୋଇଥିବା ସନେ୍ଦହରେ ଗ୍ରାମର କାର୍ତ୍ତିକ ମୁଣ୍ଡାକୁ ମାଡ଼ ମାରିଥିଲେ । ଖବରପାଇ କଙ୍କଡାହାଡ଼ ଥାନା ଅଧିକାରିଣୀ ନିର୍ମଳା ଗୋଛାୟତ, ଅତିରିକ୍ତ ତହସିଲଦାର, କଙ୍କଡାହାଡ ପୂର୍ବତନ ଅଧ୍ୟକ୍ଷ କାର୍ତ୍ତିକ ସାହୁ, ସରପଞ୍ଚ ପ୍ରତିନିଧି ଦେବରାଜ ସାହୁ ପ୍ରମୁଖ ଗ୍ରାମରେ ପହଞ୍ଚି ଏଭଳି ଅନ୍ଧବିଶ୍ୱାସକୁ ବିଶ୍ୱାସ ନ କରି ପିଲାକୁ ତୁରନ୍ତ କାମାକ୍ଷାନଗର ଚିକିତ୍ସାଳୟରେ ଭର୍ତ୍ତି କରିବାକୁ କହିଥିଲେ । ସଙ୍ଗେ ସଙ୍ଗେ ରବିକୁ କାମାକ୍ଷାନଗର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ କାର୍ତ୍ତିକ ମୁଣ୍ଡାଙ୍କୁ ଉଦ୍ଧାର କରି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ଜରିଆରେ ମେଡିକାଲରେ ଭର୍ତ୍ତି କରିଥିବା ଜଣାପଡିଛି ।