ଅରୁଣାଚଳରେ ଭୟାବହ ଅଗ୍ନିକାଣ୍ଡ: ୭ଠଠ ଦୋକାନ ଭସ୍ମ

ଇଟାନଗର (ଏଜେନ୍ସି): ଅରୁଣାଚଳ ପ୍ରଦେଶ ରାଜଧାନୀ ଇଟାନଗର ନିକଟ ସର୍ବପୁରାତନ ନାହାରଲାଗୁନ ଡେଲି ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏଥିରେ ୭ ଶହ ଦୋକାନ ଜଳିଯାଇଛି । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ଏହା ଆଖପାଖରେ ପ୍ରାୟ ଅଧକିମି ପର୍ଯ୍ୟନ୍ତ ଯାତାୟାତ ପ୍ରଭାବିତ ହୋଇଥିଲା ।
ମଙ୍ଗଳବାର ଭୋର ୪ଟାରେ ନିଆଁ ଲାଗିଥିଲା । ଭୋରରେ ଦୋକାନବନ୍ଦ ଥିଲା ଓ କୌଣସି ଲୋକ ନ ଥିବାରୁ ଘଟଣାରେ କେହି ମୃତାହତ ହୋଇନାହାନ୍ତି । ଏଠାକୁ ପ୍ରତିଦିନ ହଜାର ହଜାର ଲୋକଙ୍କ ସମାଗମ ଘଟିଥାଏ । ସୋମବାର ଦୀପାବଳି ଥିବାରୁ ବାଣ କିମ୍ବା ଉତ୍ସବ କାରଣରୁ ନିଆଁ ଲାଗିଥିବା କୁହାଯାଉଛି । ପ୍ରାୟ ୮ ଘଣ୍ଟା ଧରି ପରିଶ୍ରମ କରିବା ପରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ । କେତେକ ଦୋକାନରେ ଏଲପିଜି ସିଲିଣ୍ଡର ଥିବାରୁ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ଯୋଗୁ କେହି ମାର୍କେଟ ଭିତରକୁ ପଶିବାକୁ ସାହସ କରିପାରି ନ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *